ବେଲଗୁଣ୍ଠାରେ ଗ୍ରାମ କଣ୍ଟକ ପଟ୍ଟା ବାଣ୍ଟିଲେ ବିଧାୟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ତହସିଲ୍ ଅନ୍ତର୍ଗତ ସମସ୍ତ ଛଅଟି ରାଜସ୍ୱ ମଣ୍ଡଳର ହିତାଧିକାରୀଙ୍କୁ ଗ୍ରାମ କଣ୍ଟକ ପଟ୍ଟା ବଣ୍ଟନ କରିଛନ୍ତି ସୋରଡ଼ା ବିଧାୟକ I ଆଜି ବେଲଗୁଣ୍ଠା ଟାଉନ୍ ହଲ୍ ଠାରେ ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିଥିଲେ I ସେ ବେଲଗୁଣ୍ଠା ତହସିଲ୍ ଅନ୍ତର୍ଗତ ଗୋବରା, ବେଲଗୁଣ୍ଠା, ବଙ୍କା, ଗାଙ୍ଗପୁର,ନେଟଙ୍ଗା ଏବଂ ପାଇଲି ପଡ଼ା ରାଜସ୍ୱ ମଣ୍ଡଳରୁ ଆସିଥିବା 350 ଜଣ ହିତାଧିକାରୀଙ୍କୁ ଗ୍ରାମ କଣ୍ଟକ ପଟ୍ଟା ବଣ୍ଟନ କରିଥିଲେ I କାର୍ଯ୍ୟକ୍ରମରେ ସମସ୍ତ ରାଜସ୍ୱ ମଣ୍ଡଳରୁ ଆସିଥିବା ରାଜସ୍ୱ ନୀରିକ୍ଷକ, ଅମିନ୍ ଏବଂ ତହସିଲ୍ କର୍ମଚାରୀମାନେ ସହଯୋଗ କରିଥିଲେ I ହିତାଧିକାରୀ ମାନେ ଗ୍ରାମ କଣ୍ଟକ ପଟ୍ଟା ପାଇବା ପରେ ଉଭୟ ବିଧାୟକ ଶ୍ରୀ ବିଷୋୟୀ ଏବଂ ତହସିଲଦାର ଶ୍ରୀ ପ୍ରଧାନଙ୍କୁ କୃତଜ୍ଞତା ଜଣାଇଥିଲେ I

0
0
0
s2sdefault