ପାଇକମାଳ: ପାଇକମାଳ ବ୍ଲକ୍ ଗୋଇବାହଲି ଠାରେ ହେଉଥିବା ସପ୍ତମ ରଜବୋଡାସମ୍ବର୍ ଧନୁଯାତ୍ରା ମସୋତ୍ସବ ର ଷଷ୍ଠ ଦିବସ ରେ ଗୋପପୁର କେର୍ମେଲାବାହାଲ ରେ ଦିବା ୧୦ ଟା ରୁ ୪ ମଧ୍ୟରେ କୃଷ୍ଣ ବଳରାମଙ୍କ ବାଲ୍ୟଲୀଳା, କାଳୀୟ ଦଳନ, ବିଶ୍ଵରୂପ ଦର୍ଶନ, ଗୋପୀଙ୍କ ଦହି ବିକା, ନବକେଲି, ବାସ୍ତ୍ରାହରଣ ଦୃଶ୍ୟ ଅଭିନୀତ ହୋଇଥିଲା।ପରେ ସଂନ୍ଧ୍ୟା ସମୟେ ରାଜଦରବାର ରେ ରଙ୍ଗ ସଭା ର ଆୟୋଜନ, କାଳୀୟ ନାଗ ଶରଣାଗତ ରେ କଂସ ମର୍ମାହତ, ନାରଦ ଙ୍କ ପରାମର୍ଶ କ୍ରମେ କୃଷ୍ଣ ବଳରାମ ଙ୍କୁ ନିମନ୍ତ୍ରଣ ପାଇଁ ଅକ୍ରୁର କୁ ଗୋପପୁର ପ୍ରେରଣ । ଉକ୍ତ ଦରବାର ରେ ରାଜଅତିଥି ଭାବେ ପୂର୍ବତନ ମନ୍ତ୍ରୀ ରିତା ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ବରଗଡ଼ ଶ୍ରୀମତୀ ମାନିନୀ ଭୋଇ, ପୂର୍ବତନ ବିଧାୟକ ଲୋଇସିଂହା ଶ୍ରୀଯୁକ୍ତ ନିହାର ରଞ୍ଜନ ବେହେରା , ଗୋଷ୍ଠୀ ଉନ୍ନୟନ ଅଧିକାରୀ ପାଇକମାଲ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଓଦୋ,ସମେତ ଅନ୍ୟାନ ଅଥିତି ମନେ ଯୋଗ ଯୋଗଦେଇଥିଲେ । ପରେ ରାଜଦରବାର ରେ ଢୋଲ ମୁହୁରୀ କଲା ପରିଷଦ ବଲାଙ୍ଗୀର,ଆଦିବାସୀ ସଂସ୍କୃତି ସଂଘ ବଲାଙ୍ଗୀର, ଜିତେନ୍ଦ୍ର ହରିପାଳ କଳା କେନ୍ଦ୍ର ବଲାଙ୍ଗୀର ର କଳାକାର ମନେ ସଂକୃତିକ କାର୍ଯ୍ୟକ୍ରମ ପରିବେଷଣ କରଥିଲେ।
ରାଜ୍ୟ
ରଜବୋଡାସମ୍ବର ଧନୁଯାତ୍ରା : ରଙ୍ଗସଭା ର ଆୟୋଜନ
- Hits: 4