ସୁନ୍ଦରଗଡ;-ସୁନ୍ଦରଗଡ ଭଷ୍ମା ଥାନା ଦର୍ଲିପାଲ୍ଲି ବାରୋବଗା ଅଞ୍ଚଳରେ ଗତ ୩୧ ଜାନୁଆରୀରେ ଜଣେ ଯୁବକକୁ ହୋଇଥିବା ମରଣାନ୍ତକ ଆକ୍ରମଣ ମାମଲାରେ ଆଜି ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏଥିରେ ସଂପୃକ୍ତ ଆଉ ୪ ଅଭିଯୁକ୍ତଙ୍କୁ ଅତିଶିଘ୍ର ଗିରଫ କରାଯିବ ବୋଲି ଏକ ସାମ୍ଵାଦିକ ସମ୍ମିଳନୀରେ ସୁନ୍ଦରଗଡ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ସୁଚନା ଦେବା ସହ ବ୍ୟବସାୟିକ ଶତୃତା କାରଣରୁ ଏହି କାଣ୍ଡ ଘଟିଥିବା କହିଥିଲେ ଗତ ୩୧ ତାରିଖ ଅପରାହ୍ନରେ ଦର୍ଲିପାଲି ରେ ଥିବା ଏନଟିପିସି ପାଓ୍ଵାରପ୍ଲାଣ୍ଟ ର ଆସପଣ୍ଡ ନିକଟରେ ଶରଧାପାଲ୍ଲିର ସୁରଜ ପଟେଲ ନାମକ ଜଣେ ଯୁବକଙ୍କୁ ହୋଇଥିଲା ଆକ୍ରମଣ ପରେ ସୁରଜଙ୍କୁ ପ୍ରଥମେ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟ ଓ ପରେ ରାଉରକେଲା ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯଅଇଥିଲା ବର୍ତ୍ତମାନ ମଧ୍ୟ ସୁରଜ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଏହି ମରଣାନ୍ତକ ଆକ୍ରମଣ ସୁରଜଙ୍କୁ ଗୁଳିଚାଳନା କରାଯାଇଥିବା ନେଇ ପ୍ରଥମେ ଖବର ପ୍ରସାରିତ ହୋଇଥିଲା ମାତ୍ର ଆଜି ଏସ.ପି ସାମ୍ଵାଦିକ ସମ୍ମିଳନୀରେ ଗୁଳିଚାଳନା ଘଟଣାକୁ ଅସ୍ଵୀକାର କରିବା ସହ ୨ଟି ବାଇକରେ ୬ଜଣ ଦୃବୁର୍ତ୍ତ ଆସି ଆକ୍ରମଣ କରି ଫେରାର ହୋଇଥିଲେ ଘଟଣା ପରେ ପଶ୍ଚିମାଂଚଳ ଡିଅ।ଇଜି ବ୍ରିଜେଶ ରାଏ, ଏସ.ପି ପ୍ରତ୍ୟୁଷ ଦିବାକର ,ସାଇଣ୍ଟିଫିକ ଟିମ ଘଟଣା ସ୍ଥଳକୁ ଯାଇ ଏହାର ତଦନ୍ତ କରିଥିଲେ । ପାଓ୍ଵାରପ୍ଲାଣ୍ଟରୁ ଆସ ପରିବହନ ଠିକାକୁ ନେଇ ପ୍ରାୟ ସମୟରେ ଏହି ଭଳି ଗଣ୍ଡଗୋଳ ହେଉଥିବା ବେଳେ ଗତ ବର୍ଷ ମଧ୍ୟ ଜଣେ ବ୍ୟବସାୟୀଙ୍କୁ ଗୁଳିଚାଳନା କରାଯାଇଥିଲା । ବର୍ତ୍ତମାନ ଏହି ମାମଲାରେ ୨ ଟି ବାଇକ, ୩ଟି ମୋବାଇଲ ସହ ୩ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ନେଇ ସାମ୍ଵାଦିକ ସମ୍ମିଳନୀରେ ସୁନ୍ଦରଗଡ଼ ଏସ.ପି ସୁଚନା ଦେଇଥିଲେ।
ରାଜ୍ୟ
ଦର୍ଲିପାଲ୍ଲି ବୋରୋବଗା ଅଞ୍ଚଳରେ ଗତ ୩୧ ଜାନୁଆରୀ ଯୁବକକୁ ମରଣାନ୍ତକ ଆକ୍ରମଣ ଘଟଣାରେ ୩ ଗିରଫ, ସାମ୍ଵାଦିକ ସମ୍ମିଳନୀରେ ଏସ.ପି ଦେଲେ ସୁଚନା
- Hits: 11