ବରପାଲି ମହାବିଦ୍ୟାଳୟର ୫୦ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବରପାଲି :-ବରପାଲି ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ଖେଳପଡିଆରେ ମହାବିଦ୍ୟାଳୟର ଅଧକ୍ଷା ସୁଶ୍ରୀ ଜୟନ୍ତୀ ଦାସଙ୍କ କରକମଳରେ  ଉଦଘାଟିତ ହେଇଯାଇଛି । ସକାଳ ୭. ୩୦ ଟାରେ ପ୍ରଥମେ ମା ସମଲେଶ୍ୱେରୀ ମନ୍ଦିରରୁ ମଶାଲ ଅଣାଯାଇଥିଲା l ଅଧ୍ୟକ୍ଷା ପତାକା ଉତ୍ତୋଳନ କରି ସାରିବା ପରେ ଶପଥ ପାଠ କରାଯାଇଥିଲା  ।  ଏଥିରେ କ୍ରୀଡା ସଂସଦର ଉପସଭାପତି ଅଧ୍ୟାପକ ଅଲେଖ ମହାନନ୍ଦ, ସଂସଦର ଅନ୍ୟାନ୍ୟ ସଦସ୍ୟ, ଯଥା- ଡ. ଗଙ୍ଗାଧର ମେହେର, ଅଧ୍ୟାପକ ଅଶୋକ କୁମାର ପଧାନ, ଅଧ୍ୟାପକ ଉତ୍ତର କୁମାର ଗଡତିଆ, ଅଧ୍ୟାପକ ଅରୁଣ କୁମାର ବାରିକ, ଡ. ପ୍ରହଲ୍ଲାଦ ଦେବତା, ଅଧ୍ୟାପିକା ଅଞ୍ଜନା ଭୋଇ ଏବଂ ଅଧ୍ୟାପିକା ସୀମା ଭୋଇଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ , ଅଧ୍ୟାପିକା ତଥା କର୍ମଚାରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରୁଥିଲେ ସରକାରୀ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ମନୋଜ କୁମାର ସାହୁ ଓ ସମଲେଶ୍ୱରୀ ସ୍କୁଲର କ୍ରୀଡା ଶିକ୍ଷକ ଶ୍ରୀ ରଞ୍ଜନ କୁମାର ବିଶ୍ୱାଲ ।

0
0
0
s2sdefault