(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା)ଖଲ୍ଲିକୋଟ:୫/୨: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଅଭିନବ ପ୍ରୟାସ କୁ ସାକାର କରିବାକୁ ତଥା ଲୋଚନକୁ ଆଣିବାକୁ ସ୍ଥାନୀୟ ଖଲ୍ଲିକୋଟ ପଞ୍ଚାୟତ ସମିତି ର ପରିସର ମଧ୍ୟରେ ଏକ ବିରାଟ ସଭାକାର୍ଯ୍ୟ ଆରମ୍ଭ ହୋଇ ଥିବା ଜଣାପଡ଼ିଛି । ବିକଶିତ ଗାଁ ବିକଶିତ ଓଡିଶା ହେବ ଭାରତ ରେ ଅଗ୍ରଣୀ। ପଡାରୁ ସାହି, ସାହି ରୁ ଗାଁ, ଗାଁ ରୁ ସହର, ସହରରୁ ଜିଲ୍ଲା, ଜିଲ୍ଲା ରୁ ରାଜ୍ୟ , ରେ ହେବ ଉନ୍ନତି ମୂଳକ କାର୍ଯ୍ୟ।
ଏ ଅଵସରରେ ଉନ୍ନତି ମୂଳକ କାର୍ଯ୍ୟକ୍ରମ ହେବ , ରାସ୍ତା ଘାଟ, କ୍ରିଡ଼ା କୌଶଳ,ଶିକ୍ଷା,ଗାଁ ଗହଳିରେ କୋଠଘର, ସ୍ଵାସ୍ଥ୍ୟ, ପାନୀୟଜଳ, ସମସ୍ୟାର ସମ୍ମୁଖୀନ ହେଉଥିବା ଜନସାଧାରଣ ଙ୍କ ଆପତ୍ତି ଅଭିଯୋଗ କୁ ଆକ୍ଷିଆଗରେ ରଖି କାର୍ଯ୍ୟ କାରୀ କରାଯିବ । ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଠାରେ "ବିକଶିତ ଗାଁ ବିକଶିତ ଓଡିଶା" ର ଉଦ୍ଘାଟନୀ ଉତ୍ସବ ଓଡିଶାର ମୁଖ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକାର୍ପଣ ହେଉଥିବା ସମୟରେ , ସମସାମୟିକ ଖଲ୍ଲିକୋଟ ର ବ୍ଳକ୍ ପରିସରରେ ଉକ୍ତ ସମାରୋହ ଆୟୋଜିତ ହୋଇଥିଲା।
ଆଜିର ଏ ସମାବେଶରେ ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ଥିଲେ, ଖଲ୍ଲିକୋଟ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଖଲ୍ଲିକୋଟ ପଞ୍ଚାୟତ ସମିତି ଚେୟାର ମେନ୍ ଶ୍ରୀ ମତୀ କୁମାରୀ ଦାସ , ଭାଇସ୍ ଚେୟାର ମେନ୍ ଶ୍ରୀମତୀ ଭାରତୀ ମହାରଣା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦେବାଶିଷ ସାମଲ, ତହସିଲଦାର ଶ୍ରୀ ଡି,ମାଲେଶ୍ଵର ପାତ୍ର, ଆସିକା ଲୋକସଭା ସଂଯୋଜକ ତଥା ସମାଜ ସେବୀ ଯଜ୍ଞନାରା଼ୟଣ ଦାସ, ସହକାରୀ ଯନ୍ତ୍ରୀ ହରେକୃଷ୍ଣ ସାହୁ । ଆଜିର ଏ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ର ଵହୁ ପୁରୁଷ ଓ ମହିଳାଙ୍କସମେତ ନେତା ଓ କର୍ମୀମାନେ।
ରାଜ୍ୟ
ଵିକଶିତ ଗାଁ ବିକଶିତ ଓଡିଶାର ଅଭିନଵ ରୂପରେଖ ବିକଶିତ ଗାଁ ବିକଶିତ ଓଡିଶା ଲୋକାର୍ପିତ
- Hits: 7