ବିଜେପୁର :-ସୁଶାନ୍ତ ସାହୁ ସ୍ଥାନୀୟ ଏସ୍ଏଚ୍ଜି ଭବନଠାରେ ବରପାଲି ବ୍ଲକ ବିଜେପି କର୍ମକର୍ତ୍ତାଙ୍କ ସାଂଗଠନିକ ସଭା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିଧାୟକ ସନତ ଗଡ଼ତିଆ ଯୋଗଦେଇ ବିଜେପୁର ନିର୍ବାଚନମଣ୍ଡଳୀର ବିକାଶ ପାଇଁ ସଂଗଠନର ସୂକ୍ଷ୍ମ ଦୃଷ୍ଟିର ଆବଶ୍ୟକତା ରହିଛି। ତେଣୁ ସଂଗଠନକୁ ସୁଦୃଢ଼ କରିବା ପାଇଁ ତୃଣମୂଳ ସ୍ତରରୁ ଉଦ୍ୟମ ଦରକାର ବୋଲି କହିଥିଲେ। ଏଥିସହ ନିର୍ବାଚନମଣ୍ଡଳୀର ବିଭିନ୍ନ ସମସ୍ଯା ତଥା ଏହାର ସମାଧାନ ଓ ଅନ୍ୟାନ୍ୟ ଦିଗ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରପାଲି ମଣ୍ଡଳ ସଭାପତି ପଦ୍ମଲୋଚନ ସାହୁ, ଜିଲ୍ଲା ପରିଷଦ ସଦସ୍ୟା ସଂଯୁକ୍ତା ସାହୁସଭ୍ୟ ସୁଶାନ୍ତ ଗଡତିଆ, ମହେଶ ଦେବତା, ଯୋଗିନ୍ଦ୍ର ଫିରୋଜ ପଧାନ, ଶରତ ବିଶି, ପ୍ରଶାନ୍ତ ପଧାନଙ୍କ ସହି ତ ବହୁ ସଂଖ୍ୟାରେ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହିଅବସରରେ ଜାରିଂ ମଣ୍ଡଳ ସଭାପତି ଆନନ୍ଦ ବାରିକ, ସତଲମା ସଭାପତି ପ୍ରଶାନ୍ତ ସାହୁ, ଆଗଲପୁର ସଭାପତି ପ୍ରଦୀପ ପଧାନ ପ୍ରମୁଖଙ୍କୁ ସମ୍ବଦ୍ଧିତ କରାଯାଇଥିଲା ।
ରାଜ୍ୟ
ବିଜେପୁରରେ ବିଜେପିର ସାଂଗଠନିକ ସଭା
- Hits: 5