ମହାତ୍ମାଗାନ୍ଧୀ ଇଣ୍ଟର ନେସନାଲ ପବ୍ଲିକ ସ୍କୁଲରେ 10ମ ବାର୍ଷିକ କ୍ରୀଡା ମହାସମାରୋହରେ ଉଦ୍‌ଯାପିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣପୁର ରାମେଶ୍ୱର ନଗର ସ୍ଥିତ ସ୍ଥାନୀୟ ମହାତ୍ମାଗାନ୍ଧୀ ଇଣ୍ଟର ନେସନାଲ ପବ୍ଲିକ ସ୍କୁଲରେ ଆୟୋଜିତ ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ଏହି କ୍ରୀଡା ଉତ୍ସବକୁ ମୁଖ୍ୟ ଅତିଥି ଭାବେ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଶ୍ରୀ ରମାକାନ୍ତ ମିଶ୍ର ଉଦଘାଟନ କରି ପିଲାଙ୍କୁ ଜୀବନ ରେ କ୍ରୀଡାର ମହତ୍ୱ ଓ ଦୈନନ୍ଦିନ ଜୀବନ ରେ ଖେଳ କୁଦ ଦ୍ୱାରା ଶରୀର ରେ କିପରି ମାନସିକ ସ୍ଥିତି ର ବିକାଶ ହୋଇପାରିବ ତାହା ପିଲାଙ୍କୁ କହିବା ସହ ଉତ୍ସାହିତ କରିଥିଲେ । ବିଦ୍ୟାଳୟ ର ସଭାପତି ବ୍ରଜ ସୁନ୍ଦର ପାଢ଼ୀ, ଉପସଭାପତି ସନ୍ତୋଷ କୁମାର ଗୁରୁ, ସମ୍ପାଦକ ରାଜେଶ କୁମାର ପଣ୍ଡା, ନିର୍ଦେଶକ ଲୋକନାଥ ମିଶ୍ର ଏହି କ୍ରୀଡ଼ା ଉତ୍ସବରେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଖେଳିବା ପାଇଁ ଉତ୍ସାହିତ କରିଥିଲେ । ଏହି କ୍ରୀଡା ଉତ୍ସବ ଦିନ ଧରି ସ୍ଥାନୀୟ ମିନି ଷ୍ଟାଡିଅମ ଠାରେ ଅନୁଷ୍ଠିତ ହେଇଥିଲା । ନର୍ସରୀ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ହର୍ଷ ଓ ଉଲ୍ଲାସର ସହ 90 ଟି କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରି 270 ଜଣ ଛାତ୍ରଛାତ୍ରୀ ବିଭିନ୍ନ ସ୍ଥାନରେ କୃତିତ୍ୱ ଅର୍ଜନ କରିଛନ୍ତି। । ଶେଷରେ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ମଧ୍ୟ କ୍ରୀଡାରେ ଅଂଶଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଅଧ୍ୟକ୍ଷା ଚିତ୍ରଲେଖା ଭୋଇ କହିଥିଲେ, ଖେଳକୁଦ ମାଧ୍ୟମରେ ନିଜର ପାରଦର୍ଶିତା ପାଇଁ ଜାତୀୟ ସ୍ତରରେ ସ୍ଥାନ ପାଇ ରାଜ୍ୟ ପାଇଁ ଗୌରବ ଆଣି ପାରିବ। ସେହିପରି ବିଦ୍ୟାଳୟର ସମ୍ପାଦକ ରାଜେଶ କୁମାର ପଣ୍ଡା କହିଥିଲେ ଖେଳ ସହିତ ଆଉ ସମସ୍ତ ସୃଜନଶୀଳ କାର୍ଯ୍ୟରେ ନିଜର ପ୍ରତିଭା ବିକାଶ କଲେ ତୁମେ ଭଲ ଛାତ୍ର ହୋଇ ପାରିବ । ଏହି କ୍ରୀଡା ଉତ୍ସବକୁ ବିଦ୍ୟାଳୟ ର ପ୍ରଶାସନିକ ଅଧିକାରୀ ରାଜେନ୍ଦ୍ର କୁମାର ପାତ୍ର ଓ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ପରିଚାଳନା କରିଥିଲେ । ବିଶ୍ୱବିଦ୍ୟାଳୟର ମେନଜମେଣ୍ଟ ସଦସ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଛା ଜଣାଇଥିଲେ ।

 

0
0
0
s2sdefault