ବାଲୁଗାଁ:(ସେକ କୌସର):ଖୋର୍ଦ୍ଧା ଜ଼ିଲ୍ଲା ଚିଲିକା ବ୍ଲକ ଅଧିନ ବାଲୁଗାଁ ଡ଼ିଏଭି ଗୁରୁକୁଳ ଓ ଭୁବନେଶ୍ୱର ମହାନଗର ନିଗମର ମିଳିତ ଆନୁକୂଲ୍ୟରେ ବୁଧବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ ବାଲୁଗାଁ ଜୀବନ ବୀମା ନିଗମ ର ଶାଖା ପରିଚାଳକ ଅନନ୍ୟ କୁମାର ମହାନ୍ତି ଉଦଘାଟନ କରିଥିବା ବେଳେ ଏହି ଅବସର ରେ ସମ୍ମାନିତ ଅତିଥି ଭାବେ ଆଇଓବି ବ୍ୟାଙ୍କ ସହକାରୀ ଶାଖା ପରିଚାଳକ ପବିତ୍ର କୁମାର ବେହେରା, ଅଧ୍ୟାପକ ରବି ଶଙ୍କର ହୋତା ଯୋଗ ଦେଇଥିଲେ । ଭୁବନେଶ୍ୱର ମହାନଗର ନିଗମର ୬ଜଣିଆ ଟିମ ଆସି ମୋଟ ୨୨ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ସେଣ୍ଟ ଜନ ଆମ୍ବୁଲାନ୍ସ ର ଆଜୀବନ ସଭ୍ୟ ତଥା ସମାଜ ସେବୀ ଅନନ୍ତ ଚରଣ ଖଟେଇ ଙ୍କ ଅଧ୍ୟକ୍ଷତା ରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଆଗାମୀ ଦିନରେ ଏକ ବଡ ଧରଣ ର ରକ୍ତଦାନ ଶିବିର ଅନୁଷ୍ଠିତ କରିବା ପାଇଁ ବିଦ୍ୟାଳୟ କମିଟିର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ଏହି ରକ୍ତଦାନ ଶିବିର ନିମନ୍ତେ ଡ଼ିଏଭି ଗୁରୁକୁଳ ବିଦ୍ୟାଳୟ ର ସମ୍ପାଦିକା ମିତା ମହାପାତ୍ର, ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ତ୍ରିପାଠୀ, ଅଧ୍ୟକ୍ଷ ରାମ ଚନ୍ଦ୍ର ଦାଶଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।