ନୟାଗଡ଼ ସଦର ଥାନା ପୁଲିସକୁ ବଡ଼ ସଫଳତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼ (ବିଶ୍ୱଜିତ ନାୟକ):- ନୟାଗଡ଼ ସଦର ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ନିଜ ଘରୁ ନିଜେ ଲୁଟ କରିବା ପୁଅକୁ ଧରିଛି ପୋଲିସ ଏବଂ ଲୁଟ ହୋଇଥିବା ସାମଗ୍ରୀକୁ ମଧ୍ୟ ଜବତ କରିଛି । ସୁଚନାନୁସାରେ ଗତ ୨ ତାରିଖ ରାତିରେ ସଦର ଥାନା ଅନ୍ତର୍ଗତ ଖୁଟୁବନ୍ଧ ଗ୍ରାମର ହଜାରୀ ବାରିକଙ୍କ ଘରୁ ଅନେକ ସାମଗ୍ରୀ ଲୁଟ ହୋଇଥିଲା । ଏହାକୁ ନେଇ ୩ ତାରିଖ ଦିନ ଦିନ ହଜାରି ବାରିକଙ୍କ ପତ୍ନୀ ମାଳିଆ ବାରିକ ସଦର ଥାନାରେ ଏକ ମାମଲା ରୁଜୁ କରିଥିଲେ । ମାମଲା ଅନୁଯାୟୀ ତାଙ୍କ ଘରୁ ୫୦ ହଜାର ଟଙ୍କା, ସୁନା ହାର, ତିନି ଗୋଟି ମୁଦି, ସୁନାର କାନଫୁଲ, ଦୁଇ ହଳ ପାଉଁଜି ଓ ସୁନା ନେକଲେସ କେଉଁ ଅଜଣା ବ୍ୟକ୍ତି ଚୋରି କରି ନେଇଥିବା ମାମଲା ଦେଇଥିଲେ । ସଦର ଥାନା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରି  ଶେଷରେ ହଜାରୀ ବାରିକଙ୍କ ପୁଅ ପ୍ରଶାନ୍ତ କୁମାର ବାରିକଙ୍କୁ ବାନ୍ଧିବାରେ ସଫଳ ହୋଇଛି । ତାଙ୍କ ଠାରୁ ନଗଦ ୫୦ ହଜାର ଟଙ୍କା,  ସୁନା ହାର, ସୁନା କାନଫୁଲ, ସୁନାର ନେକଲେସ, ସିଲଭର ପାଉଁଜି, ରୁପା ମୁଦି ଦୁଇଟି ଜବତ କରିଛି । ଅଭିଯୁକ୍ତକୁ ଆଜି କୋର୍ଟ ଫରୁୱାର୍ଡ କରାଯାଇଛି । ଏ ନେଇ ଆଜି ସଦର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ଏହି ସାମ୍ବାଦିକ ସମ୍ମିଳନୀରେ ନୟାଗଡ଼ ଏସଡିପିଓ ସୁଦର୍ଶନ ଗାଙ୍ଗୋଇ, ସଦର ଥାନା ଆଇଆଇସି ବିଜୟା ସାହୁ ଓ ସବ୍ ଇନିସ୍ପେକ୍ଟର ଧର୍ମେନ୍ଦ୍ର ସିଆଳ ପ୍ରମୁଖ ଉ

0
0
0
s2sdefault