କୁଚିପାଲି କାଳୀମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୋହେଲା :-ବରଗଡ଼ ଜିଲ୍ଲା ସୋହେଲା ବ୍ଲକ କୁଚିପାଲି ଗ୍ରାମରେ ନବନିର୍ମିତ ମା' କାଳୀଦେବୀଙ୍କ ପ୍ରତିମା ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ସୋମ‌ବାର ଆରମ୍ଭ ହୋଇଯାଇଛି। ଏହି ଅବସରରେ ଆଜି ମନ୍ଦିର ପରିସରରୁ କଳସ ଶୋଭାଯାତ୍ରା ବାହାରିଥିଲା। ଶକ୍ତିପୀଠ ବାଟତେର୍ମାସ୍ଥିତ ମା’ ମାଉଳୀଙ୍କଠାରେ ପୂଜାର୍ଚ୍ଚନା ପୂର୍ବକ ନିକଟସ୍ଥ ନାଳାରୁ ଜଳପୂର୍ଣ୍ଣ କଳସ ଅଣାଯାଇ ପୂଜା ମଣ୍ତପରେ ସ୍ଥାପନ କରାଯାଇଥିଲା | ଶୋଭାଯାତ୍ରାରେ ଘଣ୍ଟବାଦ୍ୟ, ଦୁଲଦୁଲି ସମେତ ବିଭିନ୍ନ ଲୋକନୃତ୍ୟର ତାଳେ ତାଳେ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ lସୀମା ଓ ପବିତ୍ର ବେହେରା, ବବିତା ଓ ସୁନୀଲ ଅଗ୍ରୱଲ, ଅଯୋଧ୍ୟା ଓ ସୁଧାକର ଭୋଇ, କେତକୀ ଓ ରଂଜନ ବେହେରା, କୁନୁ ଓ ବବିତା ବେହେରା, ଦମୟନ୍ତୀ ଓ ଶୋଭାଚନ୍ଦ୍ର ପଧାନ, ସୁଷମା ଓ ହେମକାନ୍ତ ବାରିକ, ନିରୁପମା ଓ ନନ୍ଦ ବେହେରା, ସୁନୀତା ଓ ପରିତୋଷ ବେହେରା, ଜୁଲି ଓ ଚନ୍ଦୁ ବେହେରା, ସୁଷମା ଓରାଧେଶ୍ୟାମ ବେହେରା , ବବଲି ଓ ଘନଶ୍ୟାମ ବେହେରା, ମନୀଷା ଓ ମହେଶ୍ଵର ମେହେର, ସୁଷମା ଓ ସୁରୁବାବୁ ଚୌହାନ, ବିନୋଦିନୀ ଓ ଉପେନ୍ଦ୍ର ପଧାନ ତଥା କୃଷ୍ଣ ମେହେର ସପତ୍ନୀକ ସମେତ ୧୬ ଯୋଡି କର୍ତ୍ତା ଦାୟିତ୍ଵ ତୁଲାଉଛନ୍ତି l ପଣ୍ଡିତ ସନକ ଦେବତାଙ୍କ ତତ୍ତ୍ଵାବଧାନରେ ୧୫ ଜଣ ପଣ୍ଡିତ ପୂଜା କାର୍ଯ୍ୟରେ ନିୟୋଜିତହୋଇଛନ୍ତି lଅବସରରେ ଆଜି ସଂଧ୍ୟାରେ ସାଂସ୍କୃତିକ ମଞ୍ଚ ଉଦ୍‌ଘାଟିତ ହୋଇଥିଲା l ଅଧିକାରୀ ସା, ମୁନିରାମ କୁମ୍ଭାର, ମନୋରଂଜନ ଲୁହା, ଶିଶିର ପୁରୋହିତ ପ୍ରମୁଖ କବିମାନେ କବିତା ପାଠ କରିଥିଲେ l ସଙ୍ଗୀତ ଗୁରୁ ସୁରେନ୍ଦ୍ର ସାହୁଙ୍କ ପରିଚାଳନାରେ ଏକଟଙ୍କିଆ ସଂଗୀତ ବିଦ୍ୟାଳୟର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l

0
0
0
s2sdefault