ପ୍ରଧାନ ଶିକ୍ଷକ ପ୍ରମୋଦ ସାର୍ ଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସଭା ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅସ୍ତରଙ୍ଗ.ଦୁଃଶାସନ ନାୟକ:ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ଛୁରିଆନା ପଂଚାୟତ ବେଳାଭୂମି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପାଲ୍ ଙ୍କୁ ବହୁ ଆଡମ୍ବର ସହକାରେ ଏକ ବଢ଼ାଣ୍ୟ ପରିବେଶରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସ୍ୱାଇଁ ଙ୍କ  ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ  ବିଧାୟକ ତୁଷାରକାନ୍ତି ବେହେରା, ମୁଖ୍ୟ ବକ୍ତା ଭାବେ ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, ସଂମ୍ମାନିତ ଅତିଥି ଭାବେ  ଜଗତସିଂହପୁର  ସାଂସଦଙ୍କ  ପ୍ରତିନିଧି ସୁଦର୍ଶନ ସ୍ୱାଇଁ, ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର  ପାଢ଼ୀ , ରାଜ୍ୟ ଓଷ୍ଟା କୋଷାଧକ୍ଷ ଅଶୋକ କୁମାର ମହାପାତ୍ର  , ବ୍ଲକ୍ ଶିକ୍ଷା ମଣ୍ଡଳ ଅଧିକାରୀ ଶତ୍ରୁଘ୍ନ ବେହେରା , ଶିକ୍ଷା ବିତ୍ ପ୍ରମୋଦ କୁମାର ନାୟକ, ବିଦ୍ୟାଳୟ ପ୍ରତିଷ୍ଠାତା କାନ୍ହୁ ଚରଣ ବିଶ୍ୱାଳ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରତାପ କୁମାର ନାୟକ,ସରପଞ୍ଚ ଖିରୋଦ କାଣ୍ଡି, ସମିତି ସଭ୍ୟ ବିମ୍ବାଧର ବିଶ୍ୱାଳ , ପ୍ରଫୁଲ୍ଲ ବିଶ୍ୱାଳ ଓ ଆଲୁମିନ୍ କମିଟି ସଭ୍ୟ ପ୍ରମୁଖ  ଯୋଗଦେଇଥିଲେ।  ବିଦାୟୀ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପାଲ୍ ଙ୍କ ୨୬ ବର୍ଷ ର କର୍ତ୍ତବ୍ୟ ନିଷ୍ଟ ସେବା,ବିଦ୍ୟାଳୟ ପ୍ରତି ଥିବା ଭଲ ପାଇବା ତଥା ଛାତ୍ର ଛାତ୍ରୀ ଙ୍କୁ ସେହ୍ନ ଶ୍ରଦ୍ଧା ସହ ଯଦି କିଏ ବିଦ୍ୟାଳୟ ନ ଆସିଲେ ଉକ୍ତ ଛାତ୍ର ଘରକୁ ଯାଇ ତାର ସମ୍ପର୍କୟ କୁ ସାକ୍ଷାତ ଆଲୋଚନା କରି ନ ଆସିବା ସମ୍ପର୍କରେ ପଚାରି ବୁଝୁ ଥିଲେ। ଏବଂ ଅଂଚଳ ପ୍ରତି ଥିବା ଭଲ ପାଇବା ଥିଲା ଏକ ମହତ୍ ପଣିଆ ସମ୍ପର୍କ ରେ ବକ୍ତା ମାନେ ମତବ୍ୟକ୍ତ କରିଥିଲେ।  ୧୯୯୯  ମସିହା ରୁ ୩୧ ଜାନୁଆରୀ ୨0୨୫ ପର୍ଯ୍ୟନ୍ତ ବେଳାଭୂମି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ ଭାର ଗ୍ରହଣ କରିଥିଲେ। ଆଜି ଜାନୁଆରୀ ୩୧ ତାରିଖ ରେ ତାଙ୍କର ଅବସର ଗ୍ରହଣ କରିଥିବରୁ ଦୀର୍ଘ ସମୟ ଧରି ଅଂଚଳ ବାସୀଙ୍କ ସହିତ ସୁ ସମ୍ପର୍କ ଥିବାରୁ ପୁରାତନ ଛାତ୍ର ଛାତ୍ରୀ ଙ୍କ ଠାରୁ ଆରମ୍ଭ କରି ବର୍ତମାନ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ଅବସରକୁ ନେଇ ଭାଙ୍ଗି ପଡିଛନ୍ତି ଖାଲି ସେତିକି ନୁହେଁ ଅଂଚଳ ବାସୀ ମଧ୍ୟ୍ୟ ଦୁଃଖିତ ଥିବା କହିଛନ୍ତି ନିରଞ୍ଜନ ବିଶ୍ୱାଳ ଓ ବାପି ବିଶ୍ୱାଳ । ତାଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ରେ ଅସ୍ତରଙ୍ଗ ବ୍ଲକ୍ ର ପ୍ରାୟ ସମସ୍ତ ବିଦ୍ୟାଳୟ ରୁ ଶିକ୍ଷକ ମାନେ ଆସି ସମ୍ବର୍ଦ୍ଧନା ଜଣାଇଥିଲେ।  ମଞ୍ଚ ସଂଚାଳନ  ଶୋଭାକର ବେହେରା କରିଥିବା ବେଳେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଉପସ୍ଥିତ ରହିଥିଲେ । ଶ୍ରୀଯୁକ୍ତ ପାଲ୍ ଙ୍କୁ  ଏକ ସୁସଜ୍ଜିତ ଗାଡ଼ିରେ ବାଜା ଯୋଡିଶଙ୍ଖ ରୋଷଣୀ ରେ  ସହ ସହ ପୁରାତନ,ବର୍ତମାନ ଓ ଅଂଚଳ ବାସୀ ଶୋଭାଯାତ୍ରାରେ  ତାଙ୍କ ବାସଭବନ କାକଟପୁର ବ୍ଲକ୍ ବାଉରିଆକଣ ଗ୍ରାମକୁ ଯାଇ  ବିଦାୟ ଦେଇଥିଲେ ।

0
0
0
s2sdefault