ପଦ୍ମପୁର :- ନବ ପ୍ରଭାତ ଗୁରୁକୂଳ ଆଶ୍ରମ ନୂଆପାଲି ଠାରେ ଅମୃତ ସନ୍ଧାନମ୍ ଆନୁକୁଲ୍ୟରେ ପୂର୍ବ ତନ ମୂଖ୍ୟ ଚିକିତ୍ସକ ପତଞ୍ଜଳି ଯୋଗପୀଠ ହରିଦ୍ଵାର ର ବୈଦ୍ୟ ଡଃ ସୁବାଷ ନାୟକ ଙ୍କ ତତ୍ତ୍ଵାବଧାନରେ ରେ ଆୟୂର୍ବେଦ ଏକଦିବସୀୟ ନାଡୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିର ରେ ଡଃ ନାୟକ ରୋଗ ରୁ ଆରୋଗ୍ୟ ପର୍ଯ୍ୟନ୍ତ ଚିକିତ୍ସା ର ନାରା ନେଇ ବିଭିନ୍ନ ପ୍ରକାରର ଅସାଧ୍ୟ ରୋଗ ଗ୍ୟାସ ଏସିଡିଟି,କର୍କଟ, ଯକୃତ, ଯକ୍ଷ୍ମା, ମଧୁମେହ,ବିପି, ସମସ୍ତ ମହିଳା ରୋଗ ତଥା ସ୍ନାୟବିକ ଆଦି ରୋଗର ଚିକିତ୍ସା କରାଯାଇ ଭଗବାନ ଙ୍କ ଆଶିର୍ବାଦ ରେ ଆରୋଗ୍ୟ ଲାଭ କରୁଥିବା ସ୍ଵିକାର କରିଛନ୍ତି । ଆଜିର ଏହି ଶିବିର ରେ ସୁଦୁର ଛତିଶଗଡ଼, ନୂଆପଡ଼ା, ବଲାଙ୍ଗିର, ବରଗଡ଼ ଜିଲ୍ଲାର ତଥାଆଖ ଅଞ୍ଚଳରୁ ଅନେକ ରୋଗୀ ଚିକିତ୍ସା ପାଇଁ ଆସିଥିଲେ । ଅନେକ ଲୋକ ବର୍ତ୍ତମାନ ଯୁଗରେ ଅସାଧ୍ୟ ରୋଗ ରୁ ଆରୋଗ୍ୟ ଲାଭ କରିଥିବାରୁ ଏହି ଶିବିର କୁ ପ୍ରତ୍ୟେକ ମାସ ପ୍ରଥମ ଶନିବାର ଗୋଟିଏ ଦିନ ବଦଳରେ ମାସକୁ ଦୁଇ ଦିନ ଶୁକ୍ରବାର ଓ ଶନିବାର ଚିକିତ୍ସା ଶିବିର ରଖିବା ପାଇଁଁ ଦୁର୍ବାଦଳ ସାହୁ,ଚୁମକିମୟୀ ସାହୁ,ଦିଲିପ ପ୍ରଧାନ, ମନ୍ଦାକିନୀ ପ୍ରଧାନ, ଦୀପାଞ୍ଜଳୀ ପ୍ରଧାନ , ଜୀବନ ଶତପଥୀ, ହରିହର ସାହୁ ସମେତ ଅଂଚଳ ର ଅନେକ ଲୋକ ଡଃ ନାୟକ ଙ୍କୁ ଅନୁରୋଧ କରିଥିଲେ। ଅନୁରୋଧ କ୍ରମେ ଦୁଇଦିନ ଚିକିତ୍ସା ହେବ ବୋଲି ଡଃ ନାୟକ ସ୍ଵିକୃତି ପ୍ରଦାନ କରିଥିଲେ । ଦୂର ଦୁରାନ୍ତରୁ ଆସୁଥିବା ରୋଗୀମାନଙ୍କ ପାଇଁ ଭୋଜନ ତଥା ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ଆଗାମୀ ଦିନରେ ପୁଣିଥରେ ଲୋକ ମାନେ ଆୟୁର୍ବେଦ ଚିକିତ୍ସା,ଯୋଗ ପ୍ରାଣାୟାମ ବଳରେ ସୁସ୍ଥ ଜୀବନ ଯାପନ କରିପାରିବେ ବୋଲି ଦୃଢେ଼ାକ୍ତି ପ୍ରକାଶ ପାଇଥିଲା।
ରାଜ୍ୟ
ଏକଦିବସୀୟ ଆୟୁର୍ବେଦ ନାଡୀ ଚିକିତ୍ସା ଅନୁଷ୍ଠିତ
- Hits: 7