ଆର୍ଦ୍ରଭୂମି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ କାଇସକନ୍ଦା ପ୍ରାଥମିକ ବିଦ୍ୟାଳୟ ର ଇକୋ କ୍ଲବ ତରଫରୁ ଆର୍ଦ୍ରଭୂମି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନଶିକ୍ଷୟିତ୍ରୀ ଚୁମକି ବିଶି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଙ୍ଗନବାଡି କର୍ମୀ ଶକୁନ୍ତଳା ପଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୋଖରୀ,କୂଅ, ନଦୀ, ନାଳ, ଗାଡ଼ିଆ ପରି ଆର୍ଦ୍ର ଭୂମି ଓ ଜୈବ ବିବିଧତା ର ସୁରକ୍ଷା ପାଇଁ ଗ୍ରାମବାସୀ ଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ଆଲୋକପାତ କରିବା ସହ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ l ଏଥିରେ ପନ୍ଦର ଜଣ ଛାତ୍ରଛାତ୍ରୀ ଓ ଅବିଭାବକ ଯୋଗଦେଇଥିଲେ l ସମସ୍ତେ ନିକଟସ୍ଥ ପୋଖରୀ ପରିଦର୍ଶନ କରିବା ସହ ଆର୍ଦ୍ରଭୂମି ର ସୁରକ୍ଷା ପାଇଁ ସ୍ୱଚ୍ଛତା ଓ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ର ବର୍ଜନ ଉପରେ ଜ୍ଞାନ ଲାଭ କରିଥିଲେ l ଶେଷରେ ସହକାରୀ ଶିକ୍ଷକ ଗୋକୁଳାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

0
0
0
s2sdefault