ହେଡଲାଇନସ୍:

କିଙ୍ଗ୍ ପିନ୍ ଲକ୍ଷ୍ମୀ ନାରାୟଣ ସାହୁକାର ଗିରଫ ଅନ୍ୟ ଜଣେ ଫେରାର; ଗୁମୁଡା ଠାରେ ୧୩୮ ପେଟି ନକଲି ବିଦେଶି ମଦ ଜବତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି : ରାୟଗଡା ଜିଲ୍ଲା ଗୁମୁଡା ଠାରେ ନକଲି ବିଦେଶି ମଦ ଜବତ ଘଟଣା- ସଂମ୍ପୃକ୍ତି ଥିବା କିଙ୍ଗ୍ ପିନ କୁ ଗିରଫ କଲା ଅବକାରି ବିଭାଗ ର ମୋବାଇଲ୍ ୟୁନିଟ୍। ନକଲି ବ୍ରାଣ୍ଡ ର ବୋତଲ, ଠିପି, ବିଭିନ୍ନ ବିଦେଶି ମଦ ର ବ୍ରାଣ୍ଡ ଟ୍ୟାଗ୍ ଷ୍ଟିକର, ମଦରେ ଅପମିଶ୍ରିତ ସାମଗ୍ରି ତିଆରି କରୁଥିବା ଅଭିଯୋଗ ରେ ଗିରଫ ହେଲେ କିଙ୍ଗ୍ ପିନ ଲକ୍ଷ୍ମୀ ନାରାୟଣ ସାହୁକାର। ଜାନୁୟାରି ୧୧ ତାରିଖରେ ୧୨୩୨ ଲିଟର ନକଲି ମଦ ପାଇଁ ପ୍ରସ୍ତୁତ ଅପମିଶ୍ରିତ ଲିକୁଇଡ୍, ୨୭୭୭ ଡପ୍ଲିକେଟ୍ ଇଏଲ୍,୧୦୪୦ ଗୋଟି ମଦ ବୋଟଲ କ୍ୟାପ୍ ଗୁମୁଡା ଠାରେ ଜବତ କରିଥିଲା ଅବକାରି ବିଭାଗ। ରାୟଗଡା ରୋହିତ କଲୋନି ଛକ ରୁ ଗିରଫ ହୋଇଛନ୍ତି ଅଭିଯୁକ୍ତ ଲକ୍ଷ୍ମୀ ନାରାୟଣ ସାହୁକାର । ପୁର୍ବରୁ ଏହି ମାମଲା ରେ ତନି ଜଣ ସଂମ୍ପୃକ୍ତି ଥିବା କର୍ମଚାରି ଗିରଫ ହୋଇଥିଲେ। ଆଉ ଜଣେ ମୁଖ୍ୟ ଅଭିଯୁକ୍ତ ସହ କିଛି ଜଣ ଫେରାର୍ ଥିବା ସୁଚନା ଦେଇଛନ୍ତି ଅବକାରି ବିଭାଗ ମୋବାଇଲ୍ ୟୁନିଟ୍ ର ରାୟଗଡା ଇନ୍ସପେକ୍ଟର କମ୍ବୁପାଣି ସିନ୍ଦୁର।ସୁଚନା ଥାଉକି ଗତ ୧୧ ତାରିଖ ବିଳମ୍ବିତ ରାତ୍ରିରେ ଅବକାରି ବିଭାଗ ବିଶେଷ ସୁତ୍ରରୁ ଖବର ପାଇ ଏକ ଲାଇସେନସ୍‌ ପ୍ରାପ୍ତ ଗୁମୁଡା ଠିପି ବନ୍ଦ ବିଦେଶି ମଦ ଦୋକାନ ନିକଟରେ ଥିବା ଏକ ଗୋଦାମ୍ ରେ ଅଚାନକ ଚଢାଉ କରିଥିଲା। ଗୁଣୁପୁର ଅବକାରି ବିଭାଗ ଅଧିକାରି ବିଦେଶି ମଦ ଦୋକାନରେ ପହଞ୍ଚି ତଦନ୍ତ କରଥିଲେ। ଏହି ଗୋଦାମରେ ୧୩୮ ପେଟି ବତଲରେ ଭର୍ତୀ ଥିବା ମଦ ରେ ମିଶ୍ରିତ ହେବାକୁଥିବା ନକଲି ଲିକୁଇଡ୍, ଷ୍ଟିକର ସବୁକିଛି କୁ ଜବତ କରିଥିଲା ଅବକାରି ବିଭାଗ। ସମସ୍ତ ମଦ ପେଟିକୁ ଜବତ କରିଥିଲା ଅବକାରି। ସେତେବେଳେ ସଂମ୍ପୃକ୍ତି ଥିବା ତିନିଜଣ କର୍ମଚାରୀ ଙ୍କୁ ଗିରଫ କରିଥିଲେ। କିଛି ଦିନ ତଳେ ରାମନାଗୁଡ଼ା ଅଞ୍ଚଳ ରେ ଏଭଳି ମଦ କାରବାରକୁ ନେଇ ଅବକାରି ବିଭାଗ ଓ ପୋଲିସ୍ ଜାଣିପାରିଥିଲା।

 

0
0
0
s2sdefault