ହେଡଲାଇନସ୍:

୬ଷ୍ଠ ସର୍ବଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଓଡ଼ଗାଁ କପ୍ ୨୦୨୫

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଫାଇନାଲରେ ଗଣ୍ଡରପୁର ଏଫସି କଟକକୁ ଭେଟିବ ମଙ୍ଗଳା କ୍ଳବ୍ କଟକ

ଓଡ଼ଗାଁ ୨୫।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡ଼ିୟମ ଠାରେ ଚାଲିଥିବା ୬ଷ୍ଠ ସର୍ବ ଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଓଡ଼ଗାଁ କପ ୨୦୨୫ର ପଞ୍ଚମ ଦିନ ଦ୍ବିତୀୟ ସେମି ଫାଇନାଲ୍ ମ୍ୟାଚରେ ସ୍ପୋର୍ଟସ ହଷ୍ଟେଲ କଟକକୁ ହରାଇ ମଙ୍ଗଳା କ୍ଳବ୍ କଟକ ୦-୧ ଗୋଲରେ ବିଜୟ ହାସଲ କରି ୨ୟ ଫାଇନାଲିଷ୍ଟି ଭାବେ ରବିବାର ଦିନ ଅନୁଷ୍ଠିତ ହେବାକୁ ଥିବା ଫାଇନାଲ ମ୍ୟାଚରେ ଗଣ୍ଡରପୁର ଏଫସି କଟକକୁ ଭେଟିବ।ଶନିବାର ସ୍ପୋର୍ଟସ ହଷ୍ଟେଲ କଟକ ଏବଂ ମଙ୍ଗଳା କ୍ଳବ୍ କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୨ୟ ସେମିଫାଇନାଲ ମ୍ୟାଚ ସଂଘର୍ଷ ପୂର୍ଣ୍ଣ ଥିଲା।ଖେଳର ପ୍ରଥମାର୍ଦ୍ଧରେ କେହି କାହାରିକୁ ଗୋଲ୍ ଦେଇପାରି ନଥିଲେ।

ଦ୍ବିତୀୟାର୍ଦ୍ଧ ମ୍ୟାଚ ୪.୩୪ ମିନିଟରେ ଆରମ୍ଭ ହୋଇଥିବା ବେଳେ ୫.୦୯ମିନିଟ୍ ଅର୍ଥାତ୍ ଦ୍ବିତୀୟାର୍ଦ୍ଧ ମ୍ୟାଚ ଆରମ୍ଭ ହେବାର ୩୫ ମିନିଟ୍ ପରେ ମଙ୍ଗଳା କ୍ଳବ୍ କଟକ ଜର୍ସି ନମ୍ବର ୨୪ ପ୍ରକାଶ ନାୟକ ଗୋଲ ସ୍କୋର କରିବାରୁ ମଙ୍ଗଳା କ୍ଳବ୍ ୧-୦ ଅର୍ଥାତ୍ ଗୋଟିଏ ଗୋଲରେ ଆଗୁଆ ରହିଲା।୫.୨୦ମନିଟ୍ ବେଳକୁ ଖେଳ ସମାପ୍ତ ଘୋଷଣା ହୋଇଥିବା ବେଳେ କୈାଣସି ଦଳ ଗୋଲ୍ କରିନଥିବାରୁ ମଙ୍ଗଳା କ୍ଳବ୍ କଟକ ୧-୦ ଗୋଲରେ ମ୍ୟାଚ ବିଜୟୀ ଘୋଷିତ ହୋଇଥିଲା। ଏବଂ ବିଜୟୀ ଦଳର ଜର୍ସି ନମ୍ବର ୨୪ ପ୍ରକାଶ ନାୟକ ଅତିଥିଙ୍କ ଠାରୁ ଆଜିର ଶ୍ରେଷ୍ଠ ଖେଳାଳି ପୁରସ୍କାର ଗ୍ରହଣ କରିଥିଲେ। ଆଜିର ଖେଳରେ ସମାଜସେବୀ ଇରାନୀ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ସଙ୍ଗଠକ ସମ୍ପାଦକ ତଥା ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ଉପାଧ୍ୟକ୍ଷା ମୀରା ନାୟକ,ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ଅବସର ପ୍ରାପ୍ତ ଶିକ୍ଷକ ପଞ୍ଚାନନ ପଣ୍ଡା, ନିତ୍ୟାନନ୍ଦ ପ୍ରଧାନ, ବିଭୁପ୍ରସାଦ ସାହୁ ଏବଂ ଅନ୍ୟମାନେ ସହଯୋଗ କରିଥିଲେ।

ରେଫରି ରାଜୁ ମହାନ୍ତି, ସଚିକାନ୍ତ ଦାସିଆ,ଜଗନ୍ନାଥ ପରିଡା,ଅଶୋକ କୁମାର କଅଁର ଆଜିର ଖେଳ ପରିଚାଳନା କରିଥିଲେ। ରବିବାର ଗଣତନ୍ତ୍ର ଦିବସର ଅପରାହ୍ନ ୨ଟା ବେଳେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ଫାଇନାଲର ମ୍ୟାଚର ଖେଳାଳୀ ମାନଙ୍କୁ ପଡ଼ିଆକୁ ସ୍ବାଗତ କରାଯିବ। ଏବଂ ଖେଳ ଶେଷରେ ପ୍ରତିଷ୍ଠିତ ଡ୍ୟାନସ ଗ୍ରୁପ୍ ଦ୍ବାରା ମନୋରଞ୍ଜନର କାର୍ଯ୍ୟକ୍ରମ ରହିଥିବା ନେଇ କମିଟି ତରଫରୁ ସୂଚନା ଦିଆଯାଇଛି। ମଙ୍ଗଳା କ୍ଳବ କଟକ ସ୍ପୋର୍ଟସ ହଷ୍ଟେଲ କଟକ ୩ ଘଟିକା ୩୫ ମିନିଟ ଖେଳ ଆରମ୍ଭ ରେଫରି ରାଜୁ ମହାନ୍ତି, ସଚିକାନ୍ତ ଦାସିଆ,ଜଗନ୍ନାଥ ପରିଡା,ଅଶୋକ କୁମାର କଅଁର । ୪.୧୮ରେ ମଧ୍ୟାହ୍ନ । ୪.୩୪ ଦ୍ବିତୀୟାର୍ଦ୍ଧ ମ୍ୟାଚ ଆରମ୍ଭ । ୫.୦୯ ରେ ମଙ୍ଗଳା କ୍ଳବ୍ କଟକ ଜର୍ସି ନମ୍ବର ୨୪ ପ୍ରକାଶ ଗୋଲ ସ୍କୋର କରିବା ପରେ ୫.୨୦ ଖେଳ ଶେଷ ହୋଇଥିଲା ।

0
0
0
s2sdefault