ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ ଧାରଣା ସ୍ଥଳରେ ପହଞ୍ଚି ଆଲୋଚନା କରିବା ପରେ ଏହା ସ୍ଥଗିତ ହୋଇଥିବା ସୂଚନା ମିଳିଛି।
କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ର ଲମ୍ବେରି ଓ ଗୁମ୍ରପୁଟ ବାସିନ୍ଦା ନିଜର ମୌଳିକ ସମସ୍ୟାକୁ ନେଇଦୀର୍ଘ ୨୭ଘଣ୍ଟା ଧରି ସତ୍ୟାଗ୍ରହରେ ବସିଥିଲେ। ଗତକାଲି ଦିନ ବାରଟା ସମୟରେ ନିଜ ଗ୍ରାମ ବିଭିନ୍ନ ସମସ୍ୟା ନେଇ ପୂର୍ବରୁ ବ୍ଳକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଙ୍କୁ ନିଜ ଗ୍ରାମ ର ବିଭିନ୍ନ ସମସ୍ୟା ନେଇ ଲିଖିତ ଆକାରରେ ଜଣାଇଥିଲେ। ହେଲେ କୈାଣସି ସଫଳ ନ ମିଳିଥିବା ବେଳେ ଶେଷ ରେ ନିଜ ଗ୍ରାମ ରୁ ପଦଯାତ୍ରା ବାହାରି କାଶିପୁର ବ୍ଲକ ଅଫିସ୍ ସମ୍ମୁଖରେ ଧାରଣା ଦେଇ ବସିଥିଲେ ।ଶେଷ ରେ ୨୭ ଘଣ୍ଟା ପରେ ଆନ୍ଦୋଳନ ସ୍ଥଳକୁ ଉପ ଜିଲ୍ଲାପାଳ କଲ୍ୟଣୀ ସଙ୍ଗମିତ୍ରା ପହଞ୍ଚି ଆନ୍ଦୋଳନ କରି ଓ ବିଭାଗିୟ ଅଧିକାରୀ ସହ ଆଲୋଚନା କରିଥିଲେ। ସେହି ଦୁଇ ଗ୍ରାମର କୁ ରାସ୍ତା ନିର୍ମାଣରେ ପାଇଁ ଗାଡ଼ି ଯାଇଥିବା ବେଳେ ଗ୍ରାମ ରେ ବିଦ୍ୟୁତ ଓ ପାନୀୟ ଜଳର ବ୍ୟବସ୍ଥା ପାଇଁ ଗାଡ଼ି ଗୁଡ଼ିକର ପହଞ୍ଚି ଥିଲା । ଏହା ପରେ ଶୁକ୍ରବାର ସନ୍ଧ୍ୟା ୭:୩୦ସମୟରେ ଘଟଣା ସ୍ଥଳରେ ରେ ଉପଜିଲ୍ଲାପାଳ ସହ ଅନ୍ୟ ସରକାରୀ ଅଧିକାରୀଙ୍କ ପହଞ୍ଚି ବୁଝା ସୁଜା ପରେ ଆନ୍ଦୋଳନ କୁ ସ୍ଥଗିତ କରିବା ସହ ନିଜ ଗ୍ରାମ କୁ ଗାଡ଼ି ଯୋଗେ ପହଞ୍ଚିବାର ବ୍ୟବସ୍ଥା ହୋଇଥିବା ସୂଚନା ଆନ୍ଦୋଳନ ଠାରୁ ସୁଚନା ମିଳୁଛି