କାଶୀପୁରରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା ଓ କୋରାପୁଟ ଜିଲ୍ଲାର କାଶିପୁର ବ୍ଲକ ଓ ଲଷ୍ମୀପୁର ବ୍ଲକ ର ପ୍ରାୟ ୨୨ ଶହ ଏକର ଜମି ରେ ଗଢି ଉଠିବାକୁ ଥିବା ଆଦିତ୍ୟ ଆଲୁମିନା କାରଖାନା ପ୍ରତିଷ୍ଠା କାର୍ଯ୍ୟ ଏବେ ଦୃତଗତିରେ ଆଗେଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏନେଇ ଶୁକ୍ରବାର ଦିନ ହିଣ୍ଡଲକୋ ଏମଡି ସତିଶ ପାଇ ଓ ତାଙ୍କ ଧର୍ମପତ୍ନୀ ଯୋଗ ଦେଇଥିଲେ | ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ମିଶ୍ର ଓ ସିଇଓ ମଜହାର ବେଗ ସହ ଅନ୍ୟ କର୍ମଚାରୀ ଯଥା କୌଶିକ ମିଶ୍ର , ଭାବରାଓ ସାୱନେ,ଦୀପକ ମହାନ୍ତି, ତନ୍ମୟ ମହାନ୍ତି ଓ ଅନ୍ୟମାନେ ସବୁ ଉପସ୍ଥିତ ରହି ଆରଆର କଲୋନୀ ନିର୍ମାଣ ନିମନ୍ତେ ଭୂମିପୂଜନ କରାଯାଇଥିଲା । ଏଠାରେ ୩୦୧ ଟି ପରିବାର ପାଇଁ କଲୋନୀ ନିର୍ମାଣ ହେବ । ଅଞ୍ଚଳ ର ପ୍ରାୟ ବିସ୍ଥାପିତ , କ୍ଷତିଗ୍ରସ୍ତ ପାରିପାର୍ଶିକ ଲୋକଙ୍କ ସହମତି ନେଇ ଆଜି ଏହି ଶୁଭ କାର୍ଯ୍ୟ ଟି କୁ ଆଦିବାସୀ ରୀତିନୀତି ଅନୁସାରେ କରାଯାଇ ଥିଲା । ଏହା ପରେ ପୋଡ଼ାପାଡି ସ୍ଥିତ ନିରୋଗ ଶାଳା ପରିଦର୍ଶନ କରି ଆଦିତ୍ୟ ବିର୍ଲା ର ନୂତନ କାର୍ଯ୍ୟାଳୟକୁ ଉଦ୍ଘାଟନ କରି ନିଜ କର୍ମଚାରୀଙ୍କ ସହିତ ବିଭିନ୍ନ ବିଷୟ ରେ ଆଲୋଚନା କରିଥିଲେ |
ଏହା ପରେ ବିରୀଗୁଡ଼ା ରେ ନିର୍ମାଣ ହୋଇ ଥିବା ଆରୋଗ୍ୟ ଶାଳାକୁ ଉଦ୍ଘାଟନ କରି ଗାଁ ପରିଦର୍ଶନ କରି ପୁଣି ଆଦିତ୍ୟ ବିର୍ଲା କାର୍ଯ୍ୟଳୟ କୁ ଆସି ଏକ ବୈଠକ ଆୟୋଜ କରି ସମସ୍ତ କର୍ମଚାରୀ ଓ ଅଞ୍ଚଳବାସୀଙ୍କ ସମସ୍ୟାକୁ ବୁଝି ଥିଲେ । ଅଞ୍ଚଳବାସୀ ମଧ୍ୟ ଗୋଟି ଗୋଟି କରି ଅନେକ ଲୋକ ଯଥା ବିସ୍ଥାପିତ କମିଟି ର ସାଧାରଣ ସମ୍ପାଦକ ରାଜେନ୍ଦ୍ର ଦୂରିଆ, ଆଞ୍ଚଳିକ ବିକାଶ ପରିଷଦ ର ସଭାପତି ଡୋଉଲରତ୍ନ ଚୌଧୁରୀ, ଉପ ସଭାପତି ନୀଳ ଝଡିଆ ଏବଂ କ୍ଷତିଗ୍ରସ୍ତ ପରିବାର ଅଗସ୍ତି ହଲୱା, ପୂର୍ଣ୍ଣ ମାଣ୍ଡିଙ୍ଗ, ସୀତାରାମ ଖରା, ପ୍ରହଲ୍ଲାଦ ହଲୱା, ପାରଦା କୁଲେସିକା, କଣ୍ଠେଶ୍ୱର୍ ହିକକା, ଅଖିଳ ଝଡିଆ, ବିକାଶ ପରିଷଦ ର ନିର୍ଦ୍ଦେଶକ କାସାରୀ ଯାନୀ, ଅର୍ଜି ମାଝୀ, ବିଦ୍ୟା ଚୌଧୁରୀ ଓ ସଭ୍ୟ ତଥା ଯାଦବ ଚୌଧୁରୀ, ଜ୍ୟୋତି ଚୌଧୁରୀ, ବିଜୁ ମହାନ୍ତି, କର୍ଣ୍ଣ ଝଡିଆ,ତ୍ରିପତି ଝଡିଆ ,ମଧୁସୁନନ୍ ଝଡିଆ, ମଙ୍ଗୁଲୁ ବାଘ, ପ୍ରତାପ ଚନ୍ଦ୍ର ଖରା, ସଞ୍ଜୀବ ବାଘ, ତୈଳ ମାଝୀ , ଦେବୀ ପ୍ରସାଦ ସ୍ୱାଇ, ଶିବଶଙ୍କର ବାଘ ଏବଂ ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ସାଗରିଆ, କୈଳାସ କୁଲେସିକା, ମକରନ୍ଦ ମୁଦୁଲି ସମେତ ଅନ୍ୟ ମାନେ ଉପସ୍ଥିତ ରହି ସମସ୍ତ ପ୍ରକାର କାର୍ଯ୍ୟ କଲପାକୁ ସହଯୋଗ କରି ଥିଲେ । ଆରଆର କଲୋନୀ କାର୍ଯ୍ୟ ପ୍ରଭାତୀ କନଷ୍ଟ୍ରକସନ୍ ପ୍ରାଇଭେଟ୍ ଲିମିଟେଡ କୁ ନିର୍ମାଣ କାର୍ଯ୍ୟ ଭାର ପ୍ରଦାନ କରାଯାଇ ଥିବା ନେଇ କାରଖାନା କର୍ତ୍ତୃପକ୍ଷ ସୁଚନା ଦେଇଛନ୍ତି।
ଏବଂ ଏହି କମ୍ପାନୀ ଗ୍ରାଏଣ୍ଡ ଭାବରେ କାମ ଆରମ୍ଭ କରିବା ପାଇଁ ଲୋକଙ୍କ ସମର୍ଥନ ଦେବା ଦେଖିବାକୁ ବହୁ ମାତ୍ରା ରେ ଅଞ୍ଚଳ ବାସୀଙ୍କ ଦେଖିବାକୁ ମିଳିଥିଲା | ଏବେ ଅଞ୍ଚଳ ବାସୀଙ୍କ 20ବର୍ଷ ର ସ୍ୱପ୍ନ ପୂରଣ ହେଉଛି ବୋଲି ଏବେ ଲୋକଙ୍କ ମୁହଁରେ ବହୁତ ଖୁସି ଦେଖିବାକୁ ମିଳିଛି |