ଓଡ଼ଗାଁ ୨୪।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସେବା ସମବାୟ ସମିତି ପରିଚାଳନା କମିଟିର କାର୍ଯ୍ୟରେ ଅବହେଳା ଦର୍ଶାଇ ନିଲମ୍ବନ କରାଯାଇଛି । ପରିଚାଳନା କମିଟିର ସଭାପତିଙ୍କ ସହିତ ଅନ୍ୟ କୈାଣସି ନିର୍ଦ୍ଦେଶକ ସଦସ୍ୟ ମାନେ ପ୍ରଥମତଃ ଓସିଏସ ନୀୟମ ଉଚ୍ଚ ନ୍ୟାୟାଳୟ କଟକଙ୍କ ଦ୍ବାରା ଘୋଷଣା କରାଯାଇଥିବା ଡବ୍ଳୁପିସି ନମ୍ବର ୩୪୬୪୬ ଏବଂ ୨୦୨୨ ପାଳନ କରିନାହାନ୍ତି । ଦ୍ବିତୀୟତଃ ସଭାପତି ସମବାୟ ସମିତିର ସଭାବହି ସହିତ ଅନ୍ୟାନ୍ୟ ଅଫିସ ଦସ୍ତାବିଜ ନିଜପାଖରେ ରଖି ଓସିଏସ ନିୟମ ୧୯୬୫ର ଉଲ୍ଲଂଘନ କରିବା, ତୃତୀୟତଃ ମାନ୍ୟବର ଉଚ୍ଚ ନ୍ୟାୟାଳୟ ନିଷ୍ପତ୍ତିକୁ କାର୍ଯ୍ୟକାରୀ ନକରିବା କୋର୍ଟ ଅବମାନନାକୁ ଦର୍ଶାଉଛି । ଏବଂ ଚତୁର୍ଥତଃ ପରିଚାଳନା କମିଟି ବିରୁଦ୍ଧରେ ସମସ୍ତ ଅଭିଯୋଗ ଗୁଡ଼ିକ ବୈଦ୍ଧ ସାବ୍ୟସ୍ତ ହୋଇଛି । ପଞ୍ଚମତଃ ସମବାୟ ସମିତି କର୍ତ୍ତବ୍ୟ ପାଳନରେ ନିରନ୍ତର ଅବହେଳା ପ୍ରଦର୍ଶନ କରୁଥିବାରୁ ଏହା ସଭ୍ୟ ଏବଂ ସମବାୟ ସମିତିର ସ୍ବାର୍ଥରେ କ୍ଷତି ପହଞ୍ଚାଇ ଥାଏ । ତଦନ୍ତରୁ ଏସବୁ ବିଷୟ ସ୍ପଷ୍ଟ ପ୍ରମାଣିତ ହେବା ପରେ ସମବାୟ ସମିତି ବିଭାଗ ଉପନିବନ୍ଧକ ନୟାଗଡ଼ ଡିଭିଜନ ଅନନ୍ତ କମାର ନାୟକ (ଓସିଏସ) ସମବାୟ ସମିତିର ନିବନ୍ଧକ ଓଡ଼ିଶା ଭୁବନେଶ୍ବର ନୟାଗଡ଼ ସର୍କଲ ଅଧିନରେ ଥିବା ଓଡ଼ଗାଁ ସମବାୟ ସମିତିର ପରିଚାଳନା କମିଟିକୁ ନିଲମ୍ବିତ କରିଛନ୍ତି । ଏବଂ ଦୈନଦିନ ଅଫିସ କାର୍ଯ୍ୟ ପରିଚାଳନା ନିମନ୍ତେ ନୟାଗଡ଼ ସର୍କଲ ଆଇସିଏସ୍ ନୟାଗଡ଼ ସର୍କଲ ଶୁଶାନ୍ତ କୁମାର ସାହୁଙ୍କୁ ଭାରପ୍ରାପ୍ତ ଅଧିକାରୀ ଭାବେ ଦାୟୀତ୍ବ ନ୍ୟସ୍ତ କରିଛନ୍ତି ବୋଲି ସମବାୟ ସମିତିର ଡେପୁଟି ରେଜିଷ୍ଟ୍ରାରଙ୍କ ନୟାଗଡ଼ ଡିଭିଜନ, ନୟାଗଡ଼ ତା. ୨୪.୦୧.୨୦୨୫ ରିଖ ଆଦେଶ ପତ୍ରାଙ୍କ ସଂଖ୍ୟା ୧୪୧ ନିର୍ଦ୍ଦେଶ ରହିଛି ।
ରାଜ୍ୟ
ନିଲମ୍ବିତ ହେଲା ଓଡ଼ଗାଁ ସମବାୟ ସମିତି ପରିଚାଳନା କମିଟି
- Hits: 62