୭ ଦିନ ମଧ୍ୟରେ ଜବରଦଖଲ ମୁକ୍ତ କରିବାକୁ ଦାବି ।
ନୟାଗଡ଼(ବିଶ୍ୱଜିତ ନାୟକ):- ନୟାଗଡ଼ ସହରରେ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟା ଓ ପାର୍କିଂ ସମସ୍ୟାକୁ ନେଇ ଜିଲ୍ଲା ସାମ୍ବାଦିକମାନେ ଗଭୀର ଉଦବେଗ ଓ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ଆଜି ସାମ୍ବାଦିକ ଭବନ ପରିସରରେ ଆଲୋଚନା କରାଯାଇ ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ଓ ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ୭ ଦିନ ମଧ୍ୟରେ ଜବରଦଖଲ ମୁକ୍ତ କରାଯିବାକୁ ଦାବି କରାଯାଇଛି । ନୟାଗଡ଼ ସହରର ବିଭିନ୍ନ ରାସ୍ତା ପାଶ୍ୱର୍କୁ ଜବରଦଖଲ କରି ଉଠା ବ୍ୟବସାୟୀ, ପରିବା ଦୋକାନ, ଜଳଖିଆ ଦୋକାନ ଖୋଲା ଯାଉଛି । ଫଳରେ ରାସ୍ତା ପାଶ୍ୱର୍ରେ ଯାନବାହନ ରଖିବା ପାଇଁ ସମସ୍ୟା ସୃଷ୍ଟି ହେଉଛି । ରାସ୍ତା ଉପରେ ଯାନ ବାହାନ ରଖାଯିବା ଦ୍ୱାରା ଟ୍ରାଫିକ ସମସ୍ୟା ଉପୁଜୁଛି । ତୁରନ୍ତ ନୟାଗଡ଼ ସହର ରାସ୍ତା ପାଶ୍ୱର୍ରୁ ଉଠା ଦୋକାନଙ୍କୁ ସ୍ଥାନାନ୍ତର, ଜବରଦଖଲ ମୁକ୍ତ କରାଯିବା ଦାବି କରାଯାଇଛି । ସେହିଭଳି ଭାବେ ପୁରୁଣା ଦୁର୍ଗାମଣ୍ଡପ ସ୍ଥାନ ଏବଂ ଜେଲ ଜମିକୁ ପରିସ୍କାର କରି ଅସ୍ଥାୟୀ ପାର୍କିଂ ନିର୍ମାଣ କରିବାକୁ ଦାବି ହୋଇଛି । ତା ସହିତ ଟ୍ୟାକ୍ସି ଷ୍ଟାଣ୍ଡ ନିକଟ, ଦେବୋତ୍ତର କଲୋନୀ ୫ ନମ୍ବର ଲେନ୍ରେ ଭେଣ୍ଡିଂ ଜୋନ୍ ନିର୍ମାଣ କରି ଅସ୍ଥାୟୀ ବ୍ୟବସାୟୀଙ୍କୁ ଥଇଥାନ କରିବାକୁ ସାମ୍ବାଦିକମାନେ ପ୍ରସ୍ତାବ ଦେଇଛନ୍ତି । ନୟାଗଡ଼ ନାରାୟଣୀ ପାର୍କ ପଛ ପାଖରେ ରହିଥିବା ପୈାର ପରିଷଦର ଏକ ଖାଲି ସ୍ଥାନରେ ପରିବା ମାର୍କେଟ ଓ ପାର୍କିଂ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହା ସହିତ ନୟାଗଡ଼ ପୁରୁଣା ଜେଲ ଜମି ଓ ପୁରୁଣା ଦୁର୍ଗା ମଣ୍ଡପ ପଡ଼ିଆକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରି ପାର୍କିଂ ବ୍ୟବସ୍ଥା କରିବାକୁ ଦାବି ହୋଇଛି ।
ନୟାଗଡ଼ ସାମ୍ବାଦିକ ଭବନ ସଭାପତି ବୈଦ୍ୟ ଭୂଷଣ ମହାପାତ୍ରଙ୍କ ନେତୃତ୍ୱରେ ନବକିଶୋର ମିଶ୍ର, ରାମକୃଷ୍ଣ ରଥ, ରଜତ ପଟ୍ଟନାୟକ, ଉଦିତ ନାରାୟଣ ଦାଶ, ସଦୀପ କୁମାର ଲେଙ୍କା, ଅନୀଲ କୁମାର ପଣ୍ଡା, ଧିରେନ୍ଦ୍ର ପଟ୍ଟନାୟକ, ରବୀନ୍ଦ୍ର କୁମାର ଦାସ, ଦେବବ୍ରତ ନାୟକ , ସ୍ବରୁପ ପଟ୍ଟନାୟକ, ହୁସେନ୍ ଖାଁ,ଖିରୋଦ ପଟ୍ଟନାୟକ, ପ୍ରଭାତ ମହାପାତ୍ର, ଜୟନ୍ତ ମିଶ୍ରଙ୍କ ସମେତ ଅନେକ ଜିଲ୍ଲା ସାମ୍ବାଦିକ ଏଭଳି ଦାବି ଉପସ୍ଥାପନ କରିଛନ୍ତି । ପୈାର ନିର୍ବାହୀ ଅଧିକାରୀ ସବୁ ଦାବି ଓ ପ୍ରସ୍ତାବକୁ ଶୁଣିବା ସହ ଏହା ଉପରେ ଗୁରୁତ୍ୱ ଦେଇ ସହର ବିକାଶ ଓ ସୈାନ୍ଦର୍ଯ୍ୟ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।