ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସ୍ଥାନୀୟ ଟାଉନ୍ ହଲ୍ ଠାରେ କଳିଙ୍ଗ ସାମ୍ବାଦିକ ସଂଘର ପଞ୍ଚମ ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ପାଳନ ହୋଇଯାଇଛି। ଗୁଣପୁର ର କବି ଗଣ ଙ୍କୁ ନେଇ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି କବିତା ପାଠୋତ୍ସବ ରେ ମୋଟ ୩୦ ଜଣ କବି ଭାଗ ନେଇଥିଲେ। ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରାରମ୍ଭ ହୋଇଥିଲା। ସଂଘ ର ଉପଦେଷ୍ଟା ଇନ୍ଦ୍ରାକ୍ଷୀ ପ୍ରସାଦ ଦାସ ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ କୁ ଆମନ୍ତ୍ରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିବ ପ୍ରସାଦ ଗୌଡ
ଉପାଧ୍ୟକ୍ଷ (ପୌର ପରିଷଦ ଗୁଣପୁର) , ମୁଖ୍ୟ ବକ୍ତା ଭାବେ ପ୍ରଦୀପ କୁମାର ଦାଶ, ପ୍ରାକ୍ତନ ସଭାପତି ଖାଉଟି ବିଚାର ବିବାଦ ମଞ୍ଚ ରାୟଗଡା, ସମ୍ମାନିତ ଅତିଥି ଭାବେ ଧନଞ୍ଜୟ ବେହେରା, ଉପଖଣ୍ଡ ଲୋକ ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ରଞ୍ଜିତ ତ୍ରିପାଠୀ
ପୋଲିସ ଏସ୍. ଆଇ,( ଗୁଣପୁର ଆଦର୍ଶ ଥାନା) , କୃଷ୍ଣ ଚନ୍ଦ୍ର ସାହୁ, ସମ୍ପାଦକ ଅଗ୍ନିଶିଖା
(ଓଡ଼ିଶା ସାପ୍ତାହିକ), ସଭାପତି ଭାବେ ପ୍ରଶାନ୍ତ କୁମାର କର ଉପସ୍ଥିତ ରହି ପ୍ରଥମେ ଶ୍ରଦ୍ଧାଞ୍ଜଳି ମଣ୍ଡପ ଠାରେ ସ୍ଵର୍ଗତ ସାମ୍ବାଦିକ ଙ୍କ ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରି ପ୍ରଥମ ପୂଜିତ ଗଜାନନ ଙ୍କ ନିକଟରେ ଧୂପ ଦୀପ ଯାଇ କାର୍ଯ୍ୟକ୍ରମ କୁ ଶୁଭ ଉଦଘାଟନ କରିଥିଲେ। ଏହା ପରେ ସଭା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସଂଘ ର ଆବାହକ ଶକ୍ତି ଦାଶ ସଂଘ ର ବାର୍ଷିକ ବିବରଣୀ ପାଠ କରିଥିଲେ। ପରେ ମଞ୍ଚାସୀନ ଅତିଥି ଗଣ ଙ୍କ ଦ୍ଵାରା ସଂଘ ଦ୍ଵାରା ପ୍ରକାଶିତ ଗୁଣାତ୍ମକ ପୁସ୍ତକ ଦ୍ଵିତୀୟ ସଂକଳନ ର ମୁଖ ବନ୍ଧ ଉନ୍ମୋଚିତ ହୋଇଥିଲା। ସଭା କାର୍ଯ୍ୟ ସମାପ୍ତ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ନିଜ ନିଜ ପ୍ରତିଭା ଦେଖାଇ ଥିବା ଛାତ୍ରଛାତ୍ରୀ ଙ୍କୁ ଓ କବିତା ପାଠୋତ୍ସବ ରେ କବିତା ପାଠ କରିଥିବା ବ୍ୟକ୍ତିତ୍ଵ ଙ୍କୁ ପୁରସ୍କୃତ କରିଥିଲେ। ପରେ ଅତିଥି ଙ୍କ ଦ୍ଵାରା ସଂଘ ପକ୍ଷରୁ ପୂଜ୍ୟସ୍ପଦ ସମ୍ମାନ ରେ ଲୋକନାଥ ପାଣିଗ୍ରାହୀ ଙ୍କୁ ବରିଷ୍ଠ ସାମ୍ବାଦିକ ଭାବେ , ବାଞ୍ଛାନିଧି ମହାନ୍ତି ଙ୍କୁ ବରିଷ୍ଠ ସମାଜସେବୀ ଭାବେ, କର୍ତ୍ତବ୍ୟ ସମ୍ମାନ ରେ ଅନନ୍ତ କୁମାର ପାତ୍ର ଙ୍କୁ ଓ ବନ୍ଧୁତ୍ୱ ସମ୍ମାନ ରେ ଥାୟୋରାମା ମହିଳା ମହା ବିଦ୍ୟାଳୟ କୁ ସମ୍ମାନୀତ କରାଯାଇଥିଲା। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ସଂଯୋଜିକା ଗାୟତ୍ରୀ ପଣ୍ଡା। କାର୍ଯ୍ୟକ୍ରମ ଶେଷରେ ସଂଘ ର ସଦସ୍ୟ ସିଦ୍ଧାର୍ଥ ପ୍ରେମ ଦାଶ ଧନ୍ଯବାଦ୍ ଅର୍ପଣ କରିଥିଲେ। ସଂଘ ର ଆବାହକ ଶକ୍ତି ଦାଶ ଙ୍କ ତତ୍ତ୍ଵାବଧାନରେ ସଂଘ ର ସମସ୍ତ ବ୍ଲକ ସଦସ୍ୟ ଙ୍କ ସମେତ ଉପ ସଭାପତି ସୂର୍ଯ୍ୟ ପ୍ରକାଶ ପଟ୍ଟନାୟକ, ସମ୍ପାଦକ ହରିହର ଶତପଥୀ, ସହ ସମ୍ପାଦକ ବୀର କିଶୋର ନନ୍ଦ, କୋଷାଧକ୍ଷ ରଞ୍ଜିତ କୁମାର ପାଢ଼ୀ ଓରଫ ଟୁଟୁ ଓ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମୋନଜ କୁମାର ନାଲା, ଗାୟତ୍ରୀ ପଣ୍ଡା, ସ୍ଵପ୍ନା ତାଙ୍ଗିଡି, ତ୍ରିପତି ବିଡ଼ିକା, ପେଦିନା ସନ୍ତୋଷ ପ୍ରମୁଖ ଉପସ୍ଥିତ ଥିଲେ।