ହେଡଲାଇନସ୍:

ମହିଳା ସ୍ନାତକ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି।
ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଡ଼. ଭାରତୀ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ୱାଇ ଆର୍ ସି , ଏନ୍ ଏସ୍ ଏସ୍ ଏବଂ ସ୍ଥାନୀୟ ପୋଲିସ ବିଭାଗର ସହାୟତାରେ କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇଥିଲା।
ଏଥିରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଡ଼. ଭାରତୀ ପାଣିଗ୍ରାହୀ ସଡକ ସୁରକ୍ଷା ସଚେତନତାର ଆବଶ୍ୟକତା ଏବଂ ଏହା ଦ୍ବାରା ନିଜର ଓ ପରିବାର ର ସୁରକ୍ଷା ପ୍ରତି ଥିବା ଦାୟିତ୍ୱ ସମ୍ପର୍କରେ ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ ।
ଏଥି ସହ ପୋଲିସ ବିଭାଗର ଅଧିକାରୀ ଦ୍ବୟ ପୋଲିସ୍ ଅଧିକାରୀ ଶ୍ରୀ ତପନ କୁମାର ପାଢ଼ୀ ଏବଂ , କୌତୁକ ଦେବୀ ସଡକ ସୁରକ୍ଷା ଜନିତ ନିୟମାବଳୀ ଯଥା :-ସୁରକ୍ଷିତ ଯାତାୟତ , ହେଲମେଟ୍ ବ୍ୟବହାର କରିବା , ନିଶାମୁକ୍ତ ଗାଡି ଚାଳନା , ଗାଡି ଚଲାଇବା ବେଳେ ମୋବାଇଲ ବ୍ୟବହାର ନିଷେଧ ଏବଂ ବିପଦ ସମୟରେ ସହାୟତା ପ୍ରାପ୍ତି ସମ୍ପର୍କରେ ଉପସ୍ଥିତ ଛାତ୍ରୀ ମାନଙ୍କୁ ସଚେତନ କରିଥିଲେ।
ଶେଷରେ ମହାବିଦ୍ୟାଳୟ ର ଏନ୍ ଏସ୍ ଏସ୍ ଅଧିକାରୀ ମଧୁସ୍ମିତା ପ୍ରଧାନ ମହାବିଦ୍ୟାଳୟ ର ସମସ୍ତ କର୍ମକର୍ତ୍ତା , ବିଭାଗୀୟ ଅଧିକାରୀ ଏବଂ ଛାତ୍ରୀ ମାନଙ୍କ ର ଆନ୍ତରିକ ସହଯୋଗ ପାଇଁ ସମସ୍ତଙ୍କୁ ମହାବିଦ୍ୟାଳୟ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault