ମଣ୍ଡି ରେ ପଡିଛି ୬୧୦୦୦ପାକିଟ ଧାନ!
ଝାରବନ୍ଧ -ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡ଼ିଦରହା ସେବା ସମବାୟ ସମିତି ର ଅଧୀନ ରେ ଥିବା ଜଗଦଲପୁର, କୁମୀର, ଲଉଡ଼ିଦର୍ହ। ଧାନ ମଣ୍ଡି ରୁ ଧାନ ଉଠିବାରେ ବିଳମ୍ବ ହେଉଥିବାରୁ ଚାଷୀ ମହଲ ରେ ଅସନ୍ତୋଷ ଦେଖା ଦେଇଛି। ଲଉଡ଼ିଦରହl ରେ ୨୦୮୯୦ପ୍ୟାକେଟ ଧାନ ପଡିଛି, ଜଗଦଳପୁର ୨୩୬୯୩, କୁମୀର ୧୬୩୯୮ ପ୍ୟାକେଟ ଧାନ ଖୋଳା ଆକାଶ ତଳେ ପଡିରହିଛି। ସରକାର ଙ୍କ ପକ୍ଷରୁ ତୁରନ୍ତ ଧାନ ବିକ୍ରି ବ୍ୟବସ୍ଥା କରାନଗଲେ ଚାଷୀ ଆନ୍ଦୋଳନ କୁ ଓଲ୍ହାଇବେ ବୋଲି ସଂଗଠନ ପକ୍ଷରୁ ନିଷ୍ପତି ନିଆଯାଇଛି। ମଣ୍ଡିରେ ଧାନ ସଂଗ୍ରହ ର ଏଭଳି ଅଚଳାବସ୍ତା ଯୋଗୁଁ ଅନେକ ଚାଷୀ ଛତିଶଗଡ଼ ଦଲାଲ ଙ୍କୁ କମ ଦାମ ସହ ସହ ପାକିଟ ଧାନ ବିକ୍ରି କରି ଦେଇଥିବା ଜଣାପଡିଛି। ଛତିଶଗଡ଼ ବ୍ୟପାରୀ ଟ୍ରାକ୍ଟର ଯୋଗେ ଗଳା ବାଟ ଦେଇ ନେଉଛନ୍ତି। ବର୍ତ୍ତମାନ ସ୍ଥିତି ରେ ଅନେକ ଚାଷୀ ଙ୍କ ଟୋକନ ଲେପ୍ସ ଭଳି ସ୍ଥିତି ଉତ୍ପନ୍ନ ହେଉଛି। ଡିସେମ୍ବର ୨୪ ତାରିଖ ର ଧାନ ମଣ୍ଡିରେ ବର୍ତମାନ ସୁଦ୍ଧା ମଣ୍ଡିରେ ପଡିରହିଛି। ଉକ୍ତ ଧାନ କୁ ଚାଷୀ ମଣ୍ଡିରୁ ଉଠାଇ ଆଣିବାକୁ ଚିନ୍ତା ପ୍ରକାଶ କରୁଛି। ବରଗଡ଼ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।