ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ପରିସରରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ତରଫରୁ ସଡ଼କ ସୁରକ୍ଷା ମାସ -୨୦୨୫ ପାଳନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଏହି ଅନୁଷ୍ଠାନର ବରିଷ୍ଠ ଇତିହାସ ଅଧ୍ୟାପକ ଡ଼. ନୃସିଂହ ପ୍ରସାଦ ପାଣିଗ୍ରାହୀ ଅଧ୍ଯକ୍ଷତା କରିଥିଲେ। ପୋଲିସ୍ ଅଧିକାରୀ ଶ୍ରୀ ତପନ କୁମାର ପାଢ଼ୀ , ଶ୍ରୀମତୀ କୌତୁକ ସେଠୀ , ଟ୍ରାଫିକ ସିପାହୀ ରୀନା ଦେବୀ ଛାତ୍ରୀମାନଙ୍କୁ ସଡ଼କ ସୁରକ୍ଷା ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। କିପରି ଗାଡ଼ି ଚଳାଇବାରେ ସାବଧାନତା ଅବଲମ୍ବନ କରି ହେଲମେଟ ବ୍ୟବହାର କରିବା , ସଡ଼କ ସୁରକ୍ଷା ନିୟମ ମାନିବା , ମଦ୍ୟପାନ କରି ଗାଡି ଚଲାଇବା ନାହିଁ , ଦ୍ରୁତ ବେଗରେ ଗାଡି ଚଲାଇବା ନାହିଁ , ଗାଡ଼ି ଚଲାଇବା ବେଳେ ମୋବାଇଲରେ କଥା ନ ହେବା ପାଇଁ ପରାମର୍ଶ ଦେଇଥିଲେ।
ଓ.ଏସ୍.ଏ.ଏଫ ସିପାହୀ ରାମାରାଓ ମାଳୀ ଉପସ୍ଥିତ ଥିଲେ। ଏହି ଅନୁଷ୍ଠାନର ସମସ୍ତ ଅଧ୍ୟାପକ , ଅଧ୍ୟାପିକା , ଅଣ-ଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ। ପରିଶେଷରେ ଅର୍ଥନୀତି ବିଭାଗର ଶିକ୍ଷକ ଶ୍ରୀ ଭଗବାନ ରାଉତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ
ମହିଳା ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ସଡ଼କ ସୁରକ୍ଷା ମାସ-୨୦୨୫ କାର୍ଯ୍ୟକ୍ରମ
- Hits: 20