ହେଡଲାଇନସ୍:

ଗଜବନ୍ଧ ରେ କ୍ଲଷ୍ଟର ସ୍ତରୀୟ ଅଷ୍ଟମ ମାସିକ ବୈଠକ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ଅଷ୍ଟମ ମାସିକ ବୈଠକ ଆୟୋଜିତ ହୋଇଯାଇଛି l ସ୍ଥାନୀୟ ପ୍ରଧାନ ଶିକ୍ଷକ ହାରାଧନ ବେରିଆ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ଗୋଷ୍ଠୀ ସହଶିକ୍ଷା ଅଧିକାରୀ ବଟକୃଷ୍ଣ ପାଢ଼ୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ l ମୁଖ୍ୟ ପ୍ରଶିକ୍ଷକ ଭାବେ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତ ଯୋଗଦେଇ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ଶିକ୍ଷାଦାନ ର ନମୁନା ମାସିକ ପାଠ ଯୋଜନା ବିଷୟରେ ଆଲୋଚନା କରିଥିଲେ l ଧାତୁକିପାଲି ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ହାରାଧନ ରଣା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉପରେ ଆଲୋଚନା କରିଥିବା ବେଳେ ବ୍ରାହ୍ମଣୀପାଲି ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷୟିତ୍ରୀ କୁମୁଦିନୀ ମହାନନ୍ଦ ଶିକ୍ଷା ସୋପାନ ରେଜିଷ୍ଟର ପୂରଣ କୌଶଳ ବିଷୟରେ ଆଲୋଚନା କରିଥିଲେ l ସୁଲେଇ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଅଲ୍ଲୀକା ନାଗ ସ୍ଥାନୀୟ ବିଦ୍ୟାଳୟ ର ବିଭିନ୍ନ ଅଭିନଵ କାର୍ଯ୍ୟ ବିଷୟରେ ଆଲୋଚନା କରିଥିବା ବେଳେ ଗଜବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ମାନସୀ ନାଗ ବିଦ୍ୟାଳୟ କାର୍ଯ୍ୟକ୍ରମ ରେ କମ୍ପ୍ୟୁଟର ଟାବଲେଟ ର ବ୍ୟବହାର ଉପରେ ଆଲୋଚନା କରିଥିଲେ l କେନ୍ଦୁପାଲି ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ତୁଳସୀରାମ ଭୋଇ ଛାତ୍ରଛାତ୍ରୀ ଙ୍କ ଦକ୍ଷତା ର ଟ୍ରାକର ପୂରଣ କରିବା ପଦ୍ଧତି ଉପରେ ଆଲୋଚନା କରିଥିବା ବେଳେ କାଇସ କନ୍ଦା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଚୁମକି ବିଶି ପୂର୍ବ ବୈଠକ ର ବିବରଣୀ ଉପରେ ଆଲୋଚନା କରିଥିଲେ l ପଣ୍ଡରାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସହକାରୀ ଶିକ୍ଷକ କୁଶ ପୁଟେଲ ଶୈକ୍ଷିକ କ୍ୟାଲେଣ୍ଡର ଉପରେ ଆଲୋଚନା କରିଥିବା ବେଳେ ପ୍ରଧାନଶିକ୍ଷକ ନନ୍ଦକିଶୋର ବିଶି ନିପୁଣ ଓଡିଶା ମେଳା ଉପରେ ଆଲୋଚନା କରିଥିଲେ l ଶିକ୍ଷୟିତ୍ରୀ ରଶ୍ମିତା କୁଅଁର ମୌଳିକ ଭାଷା ଶିକ୍ଷାଦାନ ର ଶ୍ରେଣୀ ପରିଚାଳନା କୌଶଳ ପ୍ରଦର୍ଶନ କରିଥିବାବେଳେ ଶିକ୍ଷୟିତ୍ରୀ ଲଳିତା ଭୁଏ ମୌଳିକ ସଂଖ୍ୟାଜ୍ଞାନ ଶିକ୍ଷଣ ର ପ୍ରଦର୍ଶନ କରିଥିଲେ l ଶିକ୍ଷକ କୈଳାଶଚନ୍ଦ୍ର ରଣା,ରଘୁନାଥ ବାଘ,ସଞ୍ଜୟ ଭୋଇ,ପ୍ରଶାନ୍ତଜ୍ୟୋତି ପ୍ରଧାନ,ବିକାଶ ନାଗ,ଦିନେଶ ନାଏକ,ଗୋବିନ୍ଦ ସାହୁ,ଶିକ୍ଷୟିତ୍ରୀ ବର୍ଷାରାଣୀ ମଲ୍ଲିକ ଓ ପାଚିକା ସହାୟିକାମାନେ ସହଯୋଗ କରିଥିଲେ l ଶେଷରେ ବରିଷ୍ଠ ଶିକ୍ଷକ ଦିବାକର ବଢ଼େଇ ଧନ୍ୟବାଦ ଅର୍ପଣ କରିଥିଲେ l

0
0
0
s2sdefault