ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ଜାନୁୟାରୀ ୨୫ରେ ଆୟୋଜିତ ହେବ ଜିଲ୍ଲାସ୍ତରୀୟ ୧୫ତମ ମତଦାନ ଦିବସ। ଦିବସର ବିଭିନ୍ନ କାର୍ଯ୍ୟକ୍ରମକୁ ସୁପରିଚାଳନା ଓ ବ୍ୟବସ୍ଥିତ ପାଳନ ପାଇଁ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ନିର୍ବାଚନ ଶାଖା ତରଫରୁ ଭୋଟର
ସଚେତନତା ଉପଲକ୍ଷେ ସାଧାରଣ ସଭା ଓ ସଚେତନତା ଶୋଭାଯାତ୍ରାସହ ଛାତ୍ର ଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ କରାଯିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ତା ୨୫/୦୧/୨୫ ସକାଳ ୦୮ ଘଣ୍ଟା ସମୟରେ ଅନୁଷ୍ଠିତ ସଚେତନତା ଶୋଭାଯାତ୍ରା ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରୁ ତହସିଲ କାର୍ଯ୍ୟାଳୟ, ନଳିନୀ ଛକ ଦେଇ ନୂତନ ଟାଉନ ହଲ ଠାରେ ପହଞ୍ଚିବ। ପରେପରେ ନିୟୁ ଟାଉନ ହଲ ଠାରେ ସଚେତନତା ସଭା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ବୈଠକରେ ଉପ ଜିଲ୍ଲାପାଳ ତଥା ଇଆରଓ ସୋନପୁର ସୌମ୍ୟାରୁପା ରଥ, ତହସିଲଦାର ବୀରମହାରାଜପୁର, ଡେପୁଟି କଲେକ୍ଟର ଉପଜିଲ୍ଲାପାଳ କାର୍ଯ୍ୟାଳୟ ବୀରମହାରାଜପୁର, ଡି ଆଇ ପି ଆର ଓ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ ବିଭାଗୀୟ ଅଧିକାରୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଡେପୁଟି କଲେକ୍ଟର ନିର୍ବାଚନ ଶାଖା ଯଶସ୍ୱନି ପୋଥାଳ, ସ୍ୱାଗତ ବକ୍ତବ୍ୟ ସହ ବୈଠକର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ଉପସ୍ଥାପନା କରିଥିଲେ।ଚଳିତ ବର୍ଷ ଦିବସ ପାଳନ ଅବସରରେ ଶୀର୍ଷକ "ନଥିଙ୍ଗ ଲାଇକ ଭୋଟିଙ୍ଗ, ଆଇ ଭୋଟ ଫର ସିଓର "ରହିଥିବା ସୂଚନା ପ୍ରଦାନ କରାଯାଇଛି।
ରାଜ୍ୟ
ଜାନୁୟାରୀ ୨୫ରେ ଆୟୋଜିତ ହେବ ୧୫ତମ ମତଦାନ ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
- Hits: 9