ହେଡଲାଇନସ୍:

ସୀମାନ୍ତ ସାରିଆପୁଲ୍ଲୀ ନିକଟସ୍ଥ ସୀତା ପାହାଡ ଉପରେ ବିରାଟ ମକର ମେଳା : ହଜାର ହଜାର ଭକ୍ତଙ୍କ ସମାବେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଓଡିଶା ଆନ୍ଧ୍ର ସୀମାନ୍ତରେ ଥିବା ଗାରାବନ୍ଧ ଥାନା ଅନ୍ତର୍ଗତ ସାରିଆପୁଲ୍ଲୀ ନିକଟସ୍ଥ ପୁରାଣପ୍ରସିଦ୍ଧ ଐତିହାସିକ ଶୈବପୀଠ ମହେନ୍ଦ୍ରଗିରିର ପାଦଦେଶରେ ରହିଛି ପବିତ୍ର ସୀତା ପାହାଡ । ଏହି ସୀତା ପାହାଡ ଉପରେ ଗତ ଦୁଇ ଦିନ ଧରି ମକର ସଂକ୍ରାନ୍ତି ପରଦିନ ଠାରୁ ବିରାଟ ମକର ମେଳା ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟତଃ ଓଡିଶା ଆନ୍ଧ୍ର ସୀମାନ୍ତ ରେ ଏହି ମକରମେଳା ଅନୁଷ୍ଠିତ ହୋଇଥିବା ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ଯ ଏହି ମକରମେଳାରେ ଓଡିଶା ଓ ଆନ୍ଧ୍ରର ବିଭିନ୍ନ ଜିଲ୍ଲାର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । କିମ୍ବଦନ୍ତୀ ତଥା ପୁରାଣବର୍ଣ୍ଣିତ ପ୍ରକାରେ ମହେନ୍ଦ୍ର ଆଶ୍ରମର ମୁଖ୍ୟ ସାଧକ ସ୍ୱାମୀ ଭାସ୍କର ତୀର୍ଥ ଏହି ସମ୍ପର୍କରେ କହିଛନ୍ତିଯେ ଭଗବାନ ରାମଚନ୍ଦ୍ର ବନବାସ ସମୟରେ ବିଜୟ ହୋଇ ଫେରିବା ବେଳେ ଏହି ପାହାଡ ଉପରେ କିଛି ସମୟ କଟାଇଥିଲେ । ମକର ସଂକ୍ରାନ୍ତି ପରଦିନ ଠାରୁ ଦୁଇ ଦିନ ଏଠାରେ ମହିଳା ଯୁବତୀ ମାନେ ହଜାର ହଜାର ସଂଖ୍ୟାରେ ଆସି ସୀତାଙ୍କୁ ଦର୍ଶନ କରିବା ସହ ସେଠାରେ ଥ‌ିବା ତାଙ୍କର ଆଣ୍ଠେଇବା ଚିହ୍ନରେ କୁଙ୍କୁମ ହଳଦୀ ସିନ୍ଦୁର ଲଗାଇ ପୂଜା ଅର୍ଚ୍ଚନା କରିଥାନ୍ତି । ଅତୁଟ ବିଶ୍ବାସର ପରମ୍ପରା ଅନୁଯାୟୀ ଏଠାରେ ଥିବା ସୀତାମାତାଙ୍କୁ ସାକ୍ଷୀ ରଖି ଆଗରେ ଥିବା ଅଗ୍ନିକୁଣ୍ଡଠାରେ ଶତାଧିକ ସଂଖ୍ୟାରେ ଜଡି ହୋଇ ଯୁବକଯୁବତୀ , ବୟସ୍କ ମହିଳା ପୁରୁଷ ମାନେ ଏଠାରେ ମୈତ୍ର, ସଙ୍ଗାତ, ମକର ବନ୍ଧନରେ ଚୀରଦିନ ପାଇଁ ବାନ୍ଧି ହୋଇଥାନ୍ତି ।  ପ୍ରଭୁ ହନୁମାନ ଏଠାରୁ ହିଁ ଲଙ୍କାକୁ ଲମ୍ଫ ପ୍ରଦାନ କରିଥିଲେ । ଏହି ସୀତା ପାହାଡ ବିରାଟକାୟ ଏକ ବଢ ଉଚ୍ଚତା ବିଶିଷ୍ଟ ପାହାଡ ଦୂରରୁ ଦେଖିଲେ ହାତୀରଙ୍ଗର ଏକ ବିରାଟ ଶିବ ଲିଙ୍ଗ ରହିଥ‌ିବା ଭଳି ଦେଖାଯାଏ । ମା ସୀତାଙ୍କ ଆଣ୍ଠେଇବା ଚିହ୍ନ ଥିବା ଯୋଗୁଁ ସେଠାରେ ସୀତାଙ୍କ ବିଗ୍ରହ ରଖି ମନ୍ଦିର ସ୍ଥାପନ କରାଯାଇ ପୂଜା ଅର୍ଚ୍ଚର୍ନା କରି ଆସିବା ସହ ପବିତ୍ର ବିରାଟ ମକର ମେଳା ଅନୁଷ୍ଠିତ ହେଉଛି । ଯାହାକି ଅନ୍ୟତ୍ର ଦେଖୁବା ବିରଳ । ଏହି ସୀତା ପାହାଡର ବିଭିନ୍ନ ସ୍ଥାନରେ ଗଣେଶ ମନ୍ଦିର ହନୁମାନ ମନ୍ଦିର , ଯଜ୍ଞସ୍ଥାନ , ସୀତାଦେବୀ ସ୍ନାନକୁଣ୍ଡ , ଗଙ୍ଗାକୁଣ୍ଡ ଏବଂ ବିଭିନ୍ନ ସ୍ଥାନରେ ପଥର ଗୁମ୍ଫା ସବୁ ଅକ୍ଷତ ଅବସ୍ଥାରେ ରହିଛି । ସୀମାନ୍ତରେ ଏହି ମକର ମେଳାରେ କିଛି ବ୍ୟବସାୟୀ ଏଠାକୁ ବିଭିନ୍ନ ସାମଗ୍ରୀ ସବୁ ନେଇ ଆସି ବିକ୍ରିବଟା କରି ହଜାର ହଜାର ଟଙ୍କା ରୋଜଗାର କରୁଥାନ୍ତି । ସୀମାନ୍ତରେ ଏହି ମକର ମେଳାକୁ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଏଠାକୁ ଓଡିଶା ଓ ଆନ୍ଧ୍ରର ବିଭିନ୍ନ କୋଣ ଅନୁକୋଣରୁ ଆସି ଏଠାରେ ଭାଇଚାରା ଓ ଆଧ୍ୟାତ୍ମିକ ପରିବେଷର ଏକ ମହଲ ସୃଷ୍ଟି ହୋଇଥାଏ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିଲେ।

0
0
0
s2sdefault