ହେଡଲାଇନସ୍:

ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ରାଲି

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

 ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଅଛି।ଏହି ଅବସରରେ ବିଶ୍ଵବିଦ୍ୟାଳୟର କୁଳପତି ଡ ଏ ଭି ଏନ ଏଲ ଶର୍ମା ଯୋଗ ଦେଇ ସଡକ ସୁରକ୍ଷା ବିଷୟରେ କହିବା ସହ ସମସ୍ତେ ଏ ଦିଗରେ ଯତ୍ନବାନ ହେବା ପାଇଁ ଆହ୍ବାନ ଦେଇଥିଲେ। ଏହି ରାଲି ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ଠାରୁ ବାହାରି ଗୁଣୁପୁର ମହାବିଦ୍ୟାଳୟ ଠାରେ ସମାପନ ହୋଇଥିଲା। ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ପ୍ରଫେସର ବାଣୀ ପ୍ରସାଦ ନାୟକ, ଘନିଷ୍ଟା ପୃଷ୍ଟି ,ସଦସ୍ୟ ପ୍ରମୋଦ ରଞ୍ଜନ ପଣ୍ଡା, ବି. ପ୍ରିୟଙ୍କା, ଡ.ନିର୍ମଳା ପଟେଲ, ନିହାରିକ ପଟେଲ , ଧୂମେଶ ମେହେର ସେହିପରି ସମର ଶିକ୍ଷାର୍ଥୀ ବାହିନୀର ଅଧିକାରୀ ଚିନ୍ମୟ ରଞ୍ଜନ ସ୍ୱାଇଁ, ସିଭିଲ୍ ବିଭାଗ ର ମୁଖ୍ୟ ପ୍ରଫେସର ଆଶିଷ କୁମାର ସାମଲସହକାରୀ ସୁରକ୍ଷା ଅଧିକାରୀ ପବିତ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସଧାରଣ ଜନତା, ବାଇକ ଆରୋହୀ , ଅଟୋ ଚାଳକ ଙ୍କୁ ଏହି ସଡକ ସୁରକ୍ଷା ବିଷୟରେ ସଚେତନତା କରିଥିଲେ। ସେବା ଯୋଜନାର ସ୍ବେଚ୍ଛାସେବୀ ଓ ସମର ଶିକ୍ଷାର୍ଥୀ ବାହିନୀର କେଡର ମାନେ ଏହି ରାଲି ଅଂଶ ଗ୍ରହଣ କରିଥିଲେ।

 

0
0
0
s2sdefault