ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ବାଟଗୁଡ଼ା ପଞ୍ଚାୟତର ସିଙ୍ଗମିଲା ଗ୍ରାମରେ ଏକ ଅଭନୀୟ ଘଟଣା ଘଟିଛି l ବାପା ନିଜ ପୁଅକୁ ଏକ ଧାରୁଆ ଛୁରୀରେ ହତ୍ୟା କରି ଥିବା ଘଟଣା ପଦାକୁ ଆସିଛି । ଏହି ଘଟଣା ରାତି ପ୍ରାୟ 4.30 ସମୟରେ ଘଟିଥିବା ସୂଚନା ମିଳିଛି l ମୃତ ଯୁବକଙ୍କ ନାମ ହେଲା ଜିତୁ ମଲ୍ଲିକ ବୟସ ପ୍ରାୟ 18 ରୁ 19 ପାଖାପାଖି l ତାଙ୍କ ବାପାଙ୍କ ନାମ ପ୍ରାଣେଶ୍ୱର ମଲ୍ଲିକ ହୋଇ ଥିବା ସୂଚନା ମିଳିଛି । ଜିତୁ ମଲ୍ଲିକ ଗତ କାଲି ମଦ ପିଇ ଘରକୁ ଆସିଥିଲା ସେଥିପାଇଁ ବାପା ମାଆ ରାଗରେ ଯାଇ ଥିଲେ l କିନ୍ତୁ କିଛି କହିନ ଥିଲେ । ଯୁବକ ଜଣକ ଆଜି ସକାଳ ସମୟରେ ଖାଇବାକୁ ମାଗିବାକୁ ଯାଇ କବାଟ ବାଡେଇଥିଲା କିନ୍ତୁ କବାଟ ନଖୋଲିବାରୁ କବାଟକୁ ଗୋଇଟା ମାରି କବାଟ ଭାଙ୍ଗି ଖୋଲିଥିଲା l ସେଥିରେ ରାଗୀ ନିଜ ବାପା ଧାରୁଆ ଛୁରୀରେ ମାରିଦେଇ ଥିଲା ପୁକୁ । ଛୁରୀରୁ ମାରିବା ପରେ ରକ୍ତାକ୍ତ ଅବସ୍ଥା ନିଜ ଘରରୁ ତାଙ୍କ ବଡ ଭାଇଙ୍କ ଘରକୁ ପଳେଇ ଯାଇଥିଲେ ବାପା । ତାଙ୍କ ଭାଇକୁ ଡାକିବାରୁ ଭାଇ ବାହାରକୁ ଆସି ଦେଖିଲାବେଳେ ଜିତୁ ମଲ୍ଲିକର ମୃତ୍ୟୁ ଘଟିଲା । ଖବର ପାଇ ବାଲିଗୁଡା ଥାନାକୁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ୍ୟୁ ଶରୀରକୁ ଜବତ କରିବା ସହ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଶବ ବ୍ୟବଛେଦ ପାଇଁ ପଠେଇବା ସହ ଅଧିକ ତଦନ୍ତ ଜାରି ରହିଛି l
ରାଜ୍ୟ
ଖାଇବାକୁ ମାଗିବାରୁ ମଦ୍ୟପ ପୁଅକୁ ହତ୍ୟା କଲା ବାପା
- Hits: 11