ହେଡଲାଇନସ୍:

ଦିବ୍ୟାଙ୍ଗ ଶିଶୁଙ୍କ ଶିକ୍ଷକଶିକ୍ଷୟିତ୍ରୀ ଓ ଅବିଭାବକ ଓରିଏଣ୍ଟେସନ କାର୍ଯ୍ୟକ୍ରମ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି କ୍ଲଷ୍ଟର ସ୍ଥିତ ଦିଗଶିରା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଙ୍କ ଶିକ୍ଷକ ଓ ଅବିଭାବକ ଙ୍କ ଏକଦିବସୀୟ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଗୋଷ୍ଠୀସମ୍ବଳ ଶିକ୍ଷକ ମନୋଜ ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବୈଠକ କୁ ପ୍ରଧାନ ଶିକ୍ଷକ ଧୀରେନ୍ଦ୍ର ଭୋଇ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ l ସ୍ଥାନୀୟ ସିଆରସିସି ଦିଲୀପକୁମାର ପଧାନ, ତମାମୁରା ସିଆରସିସି ଶୁଭଲାଲ ସାହୁ, ସମଲେଇଚୁଆଁ କ୍ଲଷ୍ଟର ର ପୂର୍ବତନ ସିଆରସିସି ପ୍ରକାଶଚନ୍ଦ୍ର ପଧାନ,ଭାଟବାହାଳି ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶଶିଭୂଷଣ ଭୋଇ, ଡ଼ିଆରଜି ପ୍ରଶିକ୍ଷକ ମୀନକେତନ ପଧାନ ସମ୍ମାନିତ ଅତିଥିଭାବେ ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଙ୍କ ସାମଗ୍ରିକ ଉନ୍ନତି ପାଇଁ ପିତାମାତା ଓ ଅବିଭାବକ ଙ୍କ ଭୂମିକା,ବିଭିନ୍ନ ସରକାରୀ ଯୋଜନା ର ଉପଲବ୍ଧତା,ପ୍ରଶସ୍ଥ ମୋବାଇଲ ଆପ ର ବ୍ୟବହାର, ଅନ୍ତର୍ଭୁକ୍ତିକରଣ ଶିକ୍ଷା ବିଷୟରେ ଆଲୋକପାତ କରିଥିଲେ l ତମାମୁରା ଓ ଚେରୁପାଲି କ୍ଲଷ୍ଟର ର ପ୍ରାୟ 40 ଜଣ ଶିକ୍ଷକଶିକ୍ଷୟିତ୍ରୀ ଓ ଅବିଭାବକ ଅଂଶଗ୍ରହଣ କରିଥିଲେ l ଆଇଇଭି ଲୋଚନ ସାହୁ,ହିମାଂଶୁଶେଖର ସାହୁ,ଶିକ୍ଷକ ମନୋହର ଦୀପ, କୁମୁଦରଞ୍ଜନ ରଣା ଓ ସ୍ଥାନୀୟ ବିଦ୍ୟାଳୟ ର ଶିକ୍ଷକଶିକ୍ଷୟିତ୍ରୀ ସହଯୋଗ କରିଥିଲେ l ଶେଷରେ ବିଆରଟି ସୀତାରାମ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ l

0
0
0
s2sdefault