ଘୁ. ଉଦୟଗିରିରେ ସର୍ବନିମ୍ନ ୪.୮ ଡିଗ୍ରୀ, ଦାରିଙ୍ଗବାଡି ୮.୫ ଓ ଫୁଲବାଣୀରେ ୬.୫ ଡିଗ୍ରୀ ତାପମାତ୍ରା ରେକର୍ଡ..
ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): ଥଣ୍ଡାରେ ଥରୁଛି ଓଡ଼ିଶାର ଡାର୍ଜିଲିଙ୍ଗ ଭାବେ ପରିଚିତ ଘୁ.ଉଦୟଗିରି l ପୁଣି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ରେକର୍ଡ କରିଛି ଘୁ.ଉଦୟଗିରି । ଶନିବାର ଅର୍ଥାତ ୧୧/୦୧/୨୦୨୫ ତାରିଖରେ ଘୁ.ଉଦୟଗିରି ସହରର ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରୀ ସେଲସିୟସ ରେକର୍ଡ ହୋଇ ଥିବା ଘୁ.ଉଦୟଗିରି କୃଷି ଗବେଷଣା କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି । ପ୍ରବଳ ଶୀତ ଯୋଗୁ ଗରିବ ଲୋକମାନେ ନାହିଁ ନ ଥିବା ଅସୁବିଧାରେ ଥିବାବେଳେ ଅନ୍ୟପଟେ ଶୀତର ମଜା ନେବା ପାଇଁ ଘୁ.ଉଦୟଗିରିକୁ ପର୍ଯ୍ୟଟକମାନଙ୍କ ଆଗମନ ବୃଦ୍ଧି ପାଇଛି । କଳିଙ୍ଗା ବନ ଉଦ୍ୟାନ, କାଲିଗାଡୁ ହିଲ୍ଟପ୍, ସିରିକି ପାର୍କ, କଫିବଗିଚା, କାକାଲ ବାକି, କଳିଙ୍ଗା ଘାଟିରେ ପର୍ଯ୍ୟଟକମାନଙ୍କ ଭିଡ଼ ଜମୁଛି । ନୂଆବର୍ଷ ଆରମ୍ଭରୁ ଶୀତ ପ୍ରକୋପ ମାତ୍ରା ବଢ଼ିଚାଲିଛି । ଆଜି ଘୁ.ଉଦୟଗିରିରେ ସର୍ବନିମ୍ନ ୪.୮ ଡିଗ୍ରୀ, ଦାରିଙ୍ଗବାଡି ୮.୫ ଓ ଫୁଲବାଣୀରେ ୬.୫ ତାପମାତ୍ରା ରେକର୍ଡ କରିଛି ଭାରତୀୟ ପାଣିପାଗ ବିଭାଗ l ପାହାଡ଼ ଘେରା ସବୁଜ ବନାନୀରେ ପୂର୍ଣ୍ଣ ସୌନ୍ଦର୍ଯ୍ୟ ଓ ଶୀତକୁ ଅନୁଭବ କରିବା ପାଇଁ ଘୁ.ଉଦୟଗିରିକୁ ବାହାର ରାଜ୍ୟ ଓ ଦେଶ ବାହାରୁ ଆସୁ ଥିବା ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି l ଘୁ.ଉଦୟଗିରିକୁ ପର୍ଯ୍ୟଟକଙ୍କ ଭିଡ଼ ଲାଗି ଥିବା ବେଳେ ପ୍ରଶାସନ ପକ୍ଷରୁ ପର୍ଯ୍ୟଟନ ସ୍ଥଳୀ ଗୁଡିକର ବିକାଶକୁ ଗୁରୁତ୍ୱ ଦିଆଯାଉନ ଥିବା ଅଂଚଳ ବାସୀ ଅଭିଯୋଗ କରିଛନ୍ତି l କାଲିଗାଡୁକୁ ଯିବା ପାଇଁ ନିର୍ମାଣ ହେଉ ଥିବା ରାସ୍ତା କେବଳ ଘାଟି କଟିଙ୍ଗରେ ସୀମିତ ରହିଛି l ଯାହା ପାଇଁ ପର୍ଯ୍ୟଟକଙ୍କ ହିଲଟପକୁ ଯିବାରେ ବହୁତ ସମସ୍ୟା ଦେଖା ଦେଉ ଥିବା କହିଛନ୍ତି l ରାସ୍ତା ଖରାପ ଯୋଗୁଁ ବରିଷ୍ଠ ନାଗରିକ ହିଲଟପକୁ ଯିବା ପାଇଁ ବହୁ କଷ୍ଟ ଅନୁଭବ କରୁଥିବା କହିବା ସହ ଯଥା ସମ୍ଭବ ରାସ୍ତାର ନିର୍ମାଣ କାମ ସମ୍ପୂର୍ଣ୍ଣ କରିବା ସହ ଲାଇଟ, ଟଏଲେଟ ଓ ଅନ୍ୟାନ୍ୟ ଵ୍ୟବସ୍ଥା, ସିର୍କି ଘାଇ ଠାରେ ପାନୀୟ ଜଳ, ଆଲୋକୀ କରଣ ଓ ଟଏଲେଟ, ବଣ ଭୋଜି ସକାଶେ ମଣ୍ଡି ବ୍ୟବସ୍ଥା, ଘାଇର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟ କରଣ ସହ ପର୍ଯ୍ୟଟକଙ୍କ ପାଇଁ ବୋଟିଙ୍ଗ ଵ୍ୟବସ୍ଥା ପାଇଁ ପ୍ରଶାସନ ପାଖରେ ଦାବୀ କରିଛନ୍ତି l ଘୁ.ଉଦୟଗିରି ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ହୋଇ ଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ପର୍ଯ୍ୟଟନ ସ୍ଥଳୀ ଗୁଡିକର ବିକାଶ କାରାଯାଉନ ଥିବା ଅଂଚଳ ବାସୀ ଅଭିଯୋଗ କରିଛନ୍ତି l