ହେଡଲାଇନସ୍:

ବିଜେପୁରରେ କନିଷ୍ଠ ଦେୱାନୀ ଅଦାଲତ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେପୁର /ସୁଶାନ୍ତ ସାହୁ  ବରଗଡ ଜିଲ୍ଲା ବିଜେପୁର ଠାରେ କନିଷ୍ଠ ଦେୱାନୀ ଅଦାଲତର ସ୍ଥାୟୀ ବିଲଡିଂର ଭିଭିପ୍ରସ୍ତର ସ୍ଥାପନ ଭରଚୁଆଲ ମାଧ୍ୟମରେ ଓଡ଼ିଶା ହାଇକାର୍ଟ ବିଚାରପତି ଚକ୍ରଧାରୀ ସରଣ ସିଂଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ବରଗଡ଼ ଜିଲ୍ଲା ଦୌରାଜଜ୍ ଲୁନା ମହାନ୍ତି, ରେଜିଷ୍ଟ୍ରାର ଦିଗବିଜୟ ଦାଶ, ବିଜେପୁର କୋର୍ଟର ଦେୱନୀ ଜଜ ମନସ୍ବିନୀ ମହାପାତ୍ର ପ୍ରମୁଖ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ, ସିଡିଏମଓ ନିରୂପମା ଷଢଙ୍ଗୀ, ଅତିରିକ୍ତ ଆରକ୍ଷୀଅଧ୍ୟକ୍ଷକ ଇନ୍ଦୁରେଖା  ତହସିଲଦାର କର୍ଣ୍ଣ ସୁନା,ଏସଡିପିଓ ବିଭୁତିଭୂଷଣ ଭୋଇ, ଆଇଆଇସି ଧୀରେନ୍ଦ୍ର ସ୍ବାଇଁ, ଜିଲ୍ଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରଫ ଓ ସଦସ୍ୟ ବୃନ୍ଦ,ବରପାଲି ଓକିଲ ସଂଘର ସଦସ୍ୟ ଗଣ, ସେହେଲା ଓକିଲ ସଂଘର ସଦସ୍ୟ ବୃନ୍ଦ ସମେତ ବିଜେପୁର ଓକିଲ ସଂଘର ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପାଇକ,ସମୀର କୁମାରସାହୁ,ସନତ ସିଂ ଗଡତିଆ, ଅରବିନ୍ଦ ପଧାନ, କୃଷ୍ଣଚନ୍ଦ୍ର ବାଗ, ବଳରାମ ବାରିକ,ଲାଲ ବିହାରୀ ସାହୁ, ପ୍ରଶନ୍ତ ପଧାନଲୋକନାଥ ମହାପାତ୍ର, ଆନନ୍ଦ କୁମାର ଭୁକ୍ତା, ସୁଶାନ୍ତ ବାରିକ, ସୁଶାନ୍ତ ସାହୁ ପ୍ରମୁଖଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ୧୬ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି କେର୍ଟ କୋଠାଘର ସମେତ ଆବାସିକ କୋଠା ଘର, ବାର ଏସୋସିଏସନ ଆଦି କୋଠାଘର ନିର୍ମାଣର ଶିଲାନ୍ୟାସ ହୋଇଥିବା ପ୍ରକାଶ ।

0
0
0
s2sdefault