ହେଡଲାଇନସ୍:

ଗୁଣପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । +୨ ପ୍ରଥମ ବର୍ଷର ଛାତ୍ରୀମାନଙ୍କ ପାଇଁ ଏ କାର୍ଯ୍ୟକ୍ରମ ଉଦ୍ଦିଷ୍ଟ । ଏଥିରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶଶୀଭୂଷଣ ମହାନ୍ତି ସଭାପତିତ୍ବ କରିଥିଲେ ଏବଂ ଛାତ୍ରୀମାନଙ୍କୁ ତାଲିମ୍ ଗ୍ରହଣ ସମୟରେ ନିୟମିତ ଆସିବା ପାଇଁ ପରାମର୍ଶ ଦେଇଥିଲେ ତତ୍ ସହିତ ସଭାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ଗୁଣପୁର ଶିକ୍ଷାଧିକାରୀ ଶ୍ରୀମତୀ ପ୍ରତିଶ୍ରୁତି ସିଂ ଯୋଗଦେଇ ଉପସ୍ଥିତ ଛାତ୍ରୀମାନଙ୍କୁ ଆତ୍ମରକ୍ଷା ବିଷୟରେ ସୂଚନା ପ୍ରଦାନ କରି କହିଥିଲେ ଯେ, ନିଜକୁ ରକ୍ଷା କରିବା ପାଇଁ ଆତ୍ମରକ୍ଷା କରାଯାଏ । ସମାଜର ବିଭିନ୍ନ କ୍ଷେତ୍ରରେ ଆଜି ନାରୀର ସ୍ଥାନ ସର୍ବୋଚ୍ଚ । ଶିକ୍ଷା କ୍ଷେତ୍ରରେ ମଧ୍ୟ ମହିଳାମାନଙ୍କୁ ସସକ୍ତ ହେବାକୁ ପଡ଼ିବ । ତେବେଯାଇ ସମାଜର ଭିତ୍ତିଭୂମି ଓ ବିକାଶ ସୁଦୃଢ଼ ହେବ । ଜୀବନରେ ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ରହିବା ନିହାତି ଜରୁରୀ ଏବଂ ଜୀବନରେ ଯେତେ ବାଧାବିଘ୍ନ ଆସିଲେ ବି ନିଜ ଗୋଡ଼ରେ ନିଜେ ଛିଡ଼ା ହେବା ପାଇଁ ଚେଷ୍ଟା କରିବା ଉଚିତ୍ ବୋଲି ସେ ମତବ୍ୟକ୍ତ କରିଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଆଦର୍ଶ ଥାନାର ସବ୍ ଇନସପେକ୍ଟର ଶ୍ରୀମତୀ ଲକ୍ଷ୍ମୀ ପରିଜା ଉପସ୍ଥିତ ରହି କହିଥିଲେ ଯେ, ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ବର୍ତ୍ତମାନ ଯୁଗରେ ଅଳ୍ପ ବୟସରୁ ଆତ୍ମରକ୍ଷା ପ୍ରଶିକ୍ଷଣ ପ୍ରଦାନ କରାଯାଉଅଛି । ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇବା, ସେମାନଙ୍କୁ ନିର୍ଭୀକ କରିବା ଓ ଅନ୍ୟାୟ ବିରୁଦ୍ଧରେ ଲଢ଼ିବା ପାଇଁ ସାହସୀ କରିବା ନିମନ୍ତେ ଆତ୍ମରକ୍ଷା ପ୍ରଶିକ୍ଷଣ ନିହାତି ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ । ଅଧ୍ୟାପକ ଜଗନ୍ନାଥ ଦୀପ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ସୁଶ୍ରୀ ଚିତ୍ରା ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଅଧ୍ୟାପିକା ଶ୍ରୀମତୀ ନମିତା ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଏକାର୍ଯ୍ୟକ୍ରମର ଦୁଇଜଣ ପ୍ରଶିକ୍ଷକ ଶ୍ରୀମତୀ ଲିଲି ମାଣ୍ଡାଙ୍ଗି ଓ ଶ୍ରୀମତୀ ବିମଳା ଜେନା ଛାତ୍ରୀମାନଙ୍କୁ ଆତ୍ମରକ୍ଷାର କେତେକ କୌଶଳ ବତାଇଥିଲେ ।

 

0
0
0
s2sdefault