ଖପ୍ରାଖୋଲ:-07/01(ହେମସାଗର ସାହୁ):-ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଘୁନସରଠାରେ ବ୍ଲକ ସ୍ତରୀୟ ପ୍ରବାସି ଭାରତୀୟ ଦିବସ ପାଳିତ ହୋଇ ଯାଇଛି ! ଏହି ଉତ୍ସବ ପାଳନ ଅବସରରେ ଖପ୍ରାଖୋଲ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ସାତ ଗୋଟି ଇଭେଣ୍ଟ କୁ ନେଇ ପ୍ରତି ଯୋଗିତା ହୋଇଥିଲା । ଏହି ପ୍ରତିଯୋଗିତା ରେ ଖପ୍ରାଖୋଲ ବ୍ଲକ୍ ର ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମାଧ୍ୟମିକ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ସରକାରୀ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେଙ୍ଗାଲି ର ଛାତ୍ର ଲିଙ୍ଗରାଜ ବାଗ୍, ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖପ୍ରାଖୋଲର ଛାତ୍ର ବିକାଶ ନାଏକ,ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଖପ୍ରାଖୋଲ ର ଜ୍ୟୋତିରାଣୀ ଭୋଇ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଲୁହସିଂହା ର ଛାତ୍ରୀ ଜୟଶ୍ରୀ ମେହେର, ଜବହାର ଉଚ୍ଚ ବିଦ୍ୟାଳୟ ଧଣ୍ଡାମୁଣ୍ଡା ର ଇସ୍ମାତ ଫାତିମା, ପ୍ରିନ୍ସି ବାଗ, ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବିନୋଦିନୀ ପୁଝାରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରରେ ଆସନ୍ତା ତା ୯/୦୧/୨୦୨୫ ରିଖ ପିଆର ଉଚ୍ଚ ବିଦ୍ୟାଳୟ ବଲାଙ୍ଗୀରରେ ହେବାକୁ ଯାଉଥିବା ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଖପ୍ରାଖୋଲ ଗୋଷ୍ଠୀ ସହ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ରୁଦ୍ରଦେବ ଷଡ଼ଙ୍ଗୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଦିବସର ପୁରସ୍କାର ବିତରଣୀ ସମାରୋହ ରେ ବଲାଙ୍ଗୀର ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ର ପ୍ରଫେସର ଡଃ ଲମ୍ବୋଦର ସାହୁ ମୁଖ୍ୟ ଅତିଥି, ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଘୁନସର ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଐଶ୍ୱର୍ଯ୍ୟ ଶେଖର ଦେବତା, ସିଆରସିସି ଚକ୍ରଧର ଭୋଇ, ସତ୍ୟବ୍ରତ ବେହେରା ଓ ଗୋପୀନାଥ ସାହୁ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ । ଅତିଥି ବୃନ୍ଦ ନିଜ ବକ୍ତବ୍ୟ ରେ ପ୍ରବାସୀ ଭାରତୀୟ ଙ୍କ ଭାରତ ଅଗ୍ରଗତି ରେ ସେମାନଙ୍କ ଭୂମିକା ବିଷୟରେ କହିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଉସତ ଗଡତିଆ, ଗୌର ମାଝୀ, ଝରଣା କର, ରଥଗୁରୁ, ଡୋଲାମଣି ପଧାନ, କାହ୍ନୁଚରଣ ସାହୁ, ଦୁର୍ଯ୍ୟୋଧନ ସାହୁ, ଅଲେଖ ସ୍ୱାଇଁ, ରମେଶ ମାଝୀ ଓ କ୍ଷମାସାଗର ବାଗ ତଥା ଶିକ୍ଷକ ଗୋଲାପ ବିଶି, ଧରମ ସିଂ ଧରୁଆ, ସିଆର୍ ସିସି ଶ୍ରୀପତି କୁମ୍ଭାର, ସୁବାସ ନାଗ ପ୍ରମୁଖ ସହଯୋଗ କରିଥିଲେ ।
ରାଜ୍ୟ
ବ୍ଲକସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ
- Hits: 24