ହେଡଲାଇନସ୍:

ଏକ ସୁସ୍ଥ ଜନ ସଚେତନତା ସୃଷ୍ଟି ଲକ୍ଷ୍ୟରେ ମହିଳା ସମିତି ବୃଦ୍ଧାଶ୍ରମରେ ପାଳିଲେ ନବବର୍ଷ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେପୁର /ସୁଶାନ୍ତ ସାହୁ:  ଏକ ସୁସ୍ଥ ଜନ ସଚେତନତା ସୃଷ୍ଟି ଲକ୍ଷ୍ୟରେ ନବବର୍ଷ ପ୍ରଥମ ଦିନ ବରଗଡ଼ ମହିଳା ସମିତି ବିଜେପୁର ନିକଟ ସମଲାଇପଦର ସ୍ଥିତ ପାର୍ବତୀ ଗିରି ଅନାଥ ବୃଦ୍ଧାଶ୍ରମ ଠାରେ ଅନ୍ତେବାସୀ ଙ୍କ ଗହଣରେ ନବବର୍ଷ ପାଳନ କରିଛନ୍ତି । ସମିତିର ସଭ୍ୟା ମାନେ ଆଶ୍ରମରେ ରନ୍ଧାବଢ଼ା କରି ଅନ୍ତେବାସୀଙ୍କୁ ଆପ୍ୟାୟିତ କରିଥିଲେ । ସମିତିର ବରିଷ୍ଠ ସଭ୍ୟା ମମତା ମିଶ୍ର କହିଛନ୍ତି ପରୋପକାର ହିଁ ମଣିଷର ଅସଲ ଧର୍ମ ଓ ଆଧ୍ୟାତ୍ମିକତା ବୋଲି ସ୍ୱାମୀ ବିବେକାନନ୍ଦ କହିଛନ୍ତି ଏବଂ ସେ ଦିଗରେ କାର୍ଯ୍ୟ ମଧ୍ୟ କରିଯାଇଛନ୍ତି । ସେହି ଆଦର୍ଶକୁ ପାଥେୟ କରି ମହିଳା ସମିତି ନର ନାରାୟଣଙ୍କ ସେବା ହିଁ ଅସଲ ମଣିଷ ପଣିଆ ଆମ ସାଂସ୍କୃତିକ ବିଚାରକୁ ସମ୍ମାନ ଜଣାଇ ଆମେ ବୃଦ୍ଧାଶ୍ରମରେ ନବବର୍ଷ ପାଳନ କରିଛୁ ବୋଲି ସୂଚନା ଦେଇଥିଲେ । ଅନ୍ୟତମ ବରିଷ୍ଠ ସଭ୍ୟା ମନ୍ଦାକିନୀ ପତି କହିଲେ ଯେ, ସମସ୍ତଙ୍କ ହୃଦୟରେ ସ୍ନେହ, ଶ୍ରଦ୍ଧା ଓ ଆଧ୍ୟାତ୍ମିକତା ଉଦ୍ରେକ କରିବା ନବବର୍ଷ ପାଳନର ମୂଳ ଉଦ୍ଦେଶ୍ୟ । ଆଶ୍ରମରେ ନବବର୍ଷ ପାଳନ ମାଧ୍ୟମରେ ଏକ ସୁସ୍ଥ ଜନସଚେତନତା ଜାଗ୍ରତ କରିବା ଆମର ମୂଳ ଲକ୍ଷ୍ୟ ବୋଲି ସେ ଦର୍ଶାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କନକ ପ୍ରଧାନ, ସୁମିତ୍ରା ଦାସ, ପଦ୍ମିନୀ ପଧାନ, ସସ୍ମିତା ପଟ୍ଟନାୟକ, ତନିମା ଦାଶ, ବାସନ୍ତୀ ପଟ୍ଟନାୟକ, ସୁଧାଂଶୁବାଲା ଦାସ ଓ ନିବେଦିତା ପୁଝାରୀ ପ୍ରମୁଖ ସାମିଲ ହୋଇ ଅନ୍ତେବାସୀଙ୍କ ସହ ସେମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।
ଆଶ୍ରମର ପାଚେରୀ, ପୋଖରୀ, ରାସ୍ତା ଏବଂ ଅଧିକ ସ୍ଥାନ ବ୍ୟବସ୍ଥା ର ଆବଶ୍ୟକତା ତଥା ବିଭିନ୍ନ ସମସ୍ୟାର ତ୍ଵରିତ ସମାଧାନ ଜରୁରୀ ଥିବା ଉପଲବ୍ଧି କରାଯାଇ ସ୍ଥାନୀୟ ଜନପ୍ରତିନିଧି ଦୃଷ୍ଟି ଦେବାକୁ ମହିଳା ସମିତି ପକ୍ଷରୁ ନିବେଦନ କରାଯାଇଛି । ଆଜି ବରଗଡ଼ ଷ୍ଟେଟ ବ୍ୟାଙ୍କ ରିଜିଓନାଲ ମ୍ୟାନେଜର ମଧୁସୂଦନ ରଥ ଏବଂ ବିଜେପୁର ତହସିଲଦାର କର୍ଣ୍ଣ ସୁନା ମଧ୍ୟ ବୃଦ୍ଧାଶ୍ରମ ପରିଦର୍ଶନ କରିଥିଲେ । ବରଗଡ଼ ମହିଳା ସମିତି ପକ୍ଷରୁ ଆଶ୍ରମର ବିଭିନ୍ନ ସମସ୍ୟା ପ୍ରତି ସେମାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଷ୍ଟେଟ ବ୍ୟାଙ୍କ ରିଜିଓନାଲ୍ ଶାଖା ପକ୍ଷରୁ ପ୍ରତ୍ୟେକ ଅନ୍ତେବାସୀଙ୍କ ପାଇଁ ଚପଳ ଏବଂ ମାସକର କିରାନା ସାମାନ ଭେଟି ପ୍ରଦାନ କରାଯାଇଥିଲା । ମୁଖ୍ୟ ପରିଚାଳକ ଜଳନ୍ଧର ପଟେଲ ସମସ୍ତଙ୍କୁ ସ୍ବାଗତ ଜଣାଇଥିଲେ ।

0
0
0
s2sdefault