ହେଡଲାଇନସ୍:

ଶିଶୁ ଯତ୍ନ ଅନୁଷ୍ଠାନ ର ପିଲାଙ୍କ ଗହଣରେ ନୁତନ ବର୍ଷ ପାଳନ କଲେ ଜିଲ୍ଲାପାଳ କଳାହାଣ୍ଡି।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା 01.01.2025-2024 ବର୍ଷ କୁ ବିଦାୟ ତଥା ନୂଆ ଆଶା ଓ ଅଭିଳାଷ କୁ ନେଇ ସୁନେଲି ସ୍ବପ୍ନ ଦେଖୁଥିବା ଶିଶୁ ଯତ୍ନ ଅନୁଷ୍ଠାନ ରେ ରହୁଥିବା କୁନି କୁନି ଶିଶୁ ମାନଙ୍କ ସହିତ କିଛି ମୁହୂର୍ତ୍ତ କଟେଇବା ଓ ନୂତନ ବର୍ଷ 2025 କୁ ସ୍ଵାଗତ ଜଣାଇବା ଉଦ୍ଦେଶ୍ୟ ରେ ଜିଲ୍ଲାପାଳ କଳାହାଣ୍ଡି ପାୱାର ସଚିନ ପ୍ରକାଶ ଏବଂ ଜିଲ୍ଲା ର ଅନ୍ୟ ଅଧିକାରୀ ମାନେ ଆଜି ନୂଆବର୍ଷ ର ପ୍ରଥମ ସକାଳ ରେ ଉପସ୍ଥିତ ହୋଇଥିଲେ ଭବାନୀପାଟଣା ସ୍ଥିତ ନେହେରୁ ସେବା ସଂଘ ଓ ବାଳଗୋପାଳ ସେବା ନିକେତନ ରେ।
ଏହି ଅବସରରେ ଜିଲ୍ଲାପାଳ ସମସ୍ତ ଅନ୍ତେବାସୀ ଓ ଅନୁଷ୍ଠାନ ର କର୍ମକର୍ତ୍ତା ଙ୍କୁ ନବ ବର୍ଷ ର ଶୁଭେଚ୍ଛା ଜଣାଇବା ସହିତ ପିଲାଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ, ପିଲାମାନେ ଭଲ ପାଠ ପଢି ଭଲ ମଣିଷ ହେବା ପାଇଁ ଆହ୍ଵାନ ଦେଇଥିଲେ ଏବଂ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ନବବର୍ଷ ରେ ଶିଶୁ ଯତ୍ନ ଅନୁଷ୍ଠାନ ର ପିଲାଙ୍କ ସହିତ ନିଜର ବହୁମୂଲ୍ୟ ସମୟ ଦେଇ ତାଙ୍କୁ ଉତ୍ସାହିତ କରିଥିବାରୁ ଏହି ଦୁଇଟି ଅନୁଷ୍ଠାନ ର କର୍ମକର୍ତ୍ତା ଜିଲ୍ଲାପାଳଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ ଏବଂ ଧନ୍ୟବାଦ ଜଣାଇଥିଲେ। ଏଥିରେ ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ତନ୍ମୟ କୁମାର ଦରୱାନ, ସହକାରୀ ନିର୍ଦ୍ଦେଶକ ଜିଲ୍ଲା ସ୍ଵଳ୍ପ ସଞ୍ଚୟ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ରୁପେଶ କୁମାର ହୋତା, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ମହାପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ର ଅନ୍ୟ କର୍ମକର୍ତ୍ତା ଅଂଶୁମାନ ବାବୁ ଓ ରାଜଲକ୍ଷ୍ମୀ ଦାସ ପ୍ରମୁଖ ଯୋଗଦେଇଥିଲେ। ଅତିରିକ୍ତ ଜିଲାପାଳ ଶ୍ରୀ ଦରୱାନ ସମସ୍ତଙ୍କୁ ନବର୍ଷର ର ଶୁଭେଛା ଜଣାଇବା ସହିତ ପିଲାମାନେ ଭଲ ପାଠ ପଢି ଗୁରୁଜନଙ୍କ କଥା ମାନି ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ଟିକୁ ବାଲ ଗୋପାଳ ସେବାନିକେତନ ର ପ୍ରତିଷ୍ଠାତା ହେମନ୍ତ ମୁଣ୍ଡ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାପାତ୍ର ପରିଚାଳନା କରିଥିଲେ।

0
0
0
s2sdefault