ବୀରଗାଥାକୁ ପାଠ୍ୟ ପୁସ୍ତକରେ ସାମିଲ କରିବାକୁ ଦାବି
ଘେଁସ :-ସହିଦ ବୀର ମାଧେ ସିଂହ ଓ ପରିବାରବର୍ଗଙ୍କ ସଶସ୍ତ୍ର ସ୍ବାଧୀନତା ସଂଗ୍ରାମରେ ଅବଦାନ ଅନସ୍ବୀକାର୍ଯ୍ୟ ବୋଲି ବିଶିଷ୍ଟ ସାହିତ୍ୟିକ ମନୋରଞ୍ଜନ ସାହୁ ମତବ୍ୟକ୍ତ କରିଛନ୍ତି।ସ୍ଥାନୀୟ ହଳଦୀପାଲି ବୀର ଛକଠାରେ ବରଗଡ଼ ଜିଲ୍ଲା ପ୍ରଶାସନ ଓ ସହିଦ ସ୍ମୃତି କମିଟିର ମିଳିତ ଆନୁକୂଲ୍ୟରେ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସଭାପତି ପ୍ରମୋଦ ଝାଙ୍କରଙ୍କ ସଭାପତିତ୍ୱ ତଥା ସହିଦ ସ୍ମୃତି କମିଟିର ଉପସଭାପତି ରବି ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବୀରତା ଦିବସରେ ମୁଖ୍ୟବକ୍ତା ଭାବରେ ଶ୍ରୀ ସାହୁ ଯୋଗଦେଇ ସଶସ୍ତ୍ର ସ୍ବାଧୀନତା ସଂଗ୍ରାମରେ ମାଧୋ ସିଂହଙ୍କ ସହିଦ ପରିବାରକୁ ଶ୍ରଦ୍ଧା ସୁମନ ଅର୍ପଣ କରି ସଶସ୍ତ୍ର ସ୍ବାଧୀନତା ସଂଗ୍ରାମରେ ତାଙ୍କ ପରିବାରର ବଳିଦାନ ସମଗ୍ର ଭାରତବର୍ଷ ପାଇଁବିରଳ ଦୃଷ୍ଟାନ୍ତ ବୋଲି କହିଥିଲେ। ସେ ଏହି ଅବସରରେ ଏହି ବୀର ପରିବାରର ସଂଗ୍ରାମ ଗାଥା ପାଠ୍ୟପୁସ୍ତକରେ ସ୍ଥାନୀତ ହେଲେ ସହିଦ ମାଧୋ ସିଂହ ଓ ପରିବାରଙ୍କ ପ୍ରକୃତ ସ୍ମୃତିରକ୍ଷା ହୋଇପାରିବ ବୋଲି ଶ୍ରୀ ସାହୁ କହିଥିଲେ ଅନ୍ୟତମ ଅତିଥି ଭାବରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରହଲ୍ଲାଦ ଖସଲା ଯୋଗଦେଇଥିଲେ | ସହିଦ ସ୍ମୃତି କମିଟିର ବରିଷ୍ଠ ସଦସ୍ୟ ତଥା ସହିବ ବୀର ମାଧୋ ସିଂହଙ୍କ ବେଶରେ ଥିବା ପାଣ୍ଡବ କର୍ଣ୍ଣ ମାଧୋ ସିଂହ ଓ ତାଙ୍କ ପରିବାରବର୍ଗଙ୍କ ବଳିଦାନର କାହାଣୀ ଭାରତ ଇତିହାସରେ ବିରଳ ଓ ଅଦ୍ଵିତୀୟ, ଭବିଷ୍ୟତ ବଂଶଧରଙ୍କ ପାଇଁ ଏହି ପରାକ୍ରମର ଗାଥା ଅନୁକରଣୀୟ ବୋଲି କହିଥିଲେ | ବରିଷ୍ଠ ନାଗରିକ ସଂଘ ଉପସଭାପତି ନିର୍ମଳ କର ଧନ୍ୟବାଦ ଦେଇଥିଲେ।
ସଭା ପୂର୍ବରୁ ଅତିଥିମାନେ ବୀରଛକ ସ୍ଥିତ ବୀରସ୍ତମ୍ଭ ଓ ମାଧୋ ସିଂହଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସଭାସ୍ଥଳ ନିକଟରେ ଏକ ରକ୍ତଦାନ ଶିବିର ହୋଇଥିଲା। ଏହାକୁ ସହିବ ସ୍ମୃତି କମିଟିର ବରିଷ୍ଠ ସଦସ୍ୟ ପାଣ୍ଡବ କର୍ଣ୍ଣ ଓଁ ବରଗଡ଼ ଟାଉନ ଥାନାଧିକାରୀ ସତ୍ୟଜିତ କଣ୍ଟ୍ରୋଲକର ଉଦ୍ଘାଟନ କରିଥିଲେଆଜି ବଡି ଭୋରରୁ ଘେଁସ ଜମିଦାର ମାଧୋ ସିଂହଙ୍କ ଗୃହରୁ ମଶାଲ ଧରି ମାଧୋ ସିଂହଙ୍କ ବେଶରେ ସଜ୍ଜିତ ହୋଇ ସମାଜସେବୀ ପାଣ୍ଡବ କଣ୍ଠ ବରଗଡ଼ ମା' ସମଲେଶ୍ଵରୀ ମନ୍ଦିରରେ ପହଂଚିଥିଲେ ସହିଦ ସ୍ମୃତି କମିଟି ଓ ବରିଷ୍ଠ ନାଗରିକ ସଂଘ ତଥା ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବରଗଡ଼ର ଇଷ୍ଟଦେବୀ ମା' ସମଲେଶ୍ଵରୀଙ୍କ ପୂଜାର୍ଚନା କରାଯିବା ପରେ ଏକ ଶୋଭାଯାତ୍ରାରେ ମଶାଲକୁ ଗାନ୍ଧୀଛକ ପର୍ଯ୍ୟନ୍ତ ଅଣାଯାଇଥିଲା। ସେଠାରେ ଆୟୋଜକମାନଙ୍କ ପକ୍ଷରୁ ମହାତ୍ମା ଗାନ୍ଧୀ, ସ୍ବଭାବକବି ଗଙ୍ଗାଧର ମେହେର ଓ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ସେଠାରେ ପୂର୍ବରୁ ଅପେକ୍ଷାରତ ବରଗଡ଼ବାସୀ ମଶାଲକୁ ସ୍ବାଗତ କରିବା ପରେ ଗଣଦୌଡ଼ ଯୋଗେ ମଶାଲକୁ ବୀରଛକସ୍ଥିତ ସଭାସ୍ଥଳକୁ ନିଆଯାଇଥିଲା । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିଜ ସଂଘ ସଭାପତି ପ୍ରମୋଦ ଝାଙ୍କର ଓ ସହିବ ସ୍ମୃତି ସମିତିର ଉପସଭାପତି ରବି ପଣ୍ଡା, ସୁରେନ୍ଦ୍ର ପଣ୍ଡା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଏଥିରେ ସହିଦ ସ୍ମୃତି କମିଟି ଓ ବରିଷ୍ଠ ନାଗରିକ ସଂଘ ତଥା ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନ ଯଥା କୋଶଳ ରାଜ୍ୟ ସମନ୍ବୟ ସମିତି, କୋସଲ ସେନା, ଆମ୍ ଆଦମୀ ପାର୍ଟି, ବରଗଡ଼ ଫିଜିକାଲ ଏକାଦେମି ଜୋଶଳ ଡିଫେନ୍ସ ଏକାଡେମୀ, ସଂକଳ୍ପ ପରିବାର, ପଶ୍ଚିମ ଓଡ଼ିଶା ଯୁବାମଞ୍ଚ, ବରଗଡ଼ ସାମ୍ବାଦିକ ସଂଘ, ସମଲେଶ୍ଵରୀ ସଙ୍ଘ, ଜିଲ୍ଲା ଭୂତପୂର୍ବ ସୈନିକ ସଂଘ, ରୋଟାରୀ ପବ୍ଲିକ ସ୍କୁଲ, ଋଣେଶ୍ଵର ରାମଚଣ୍ଡୀ ଯୁବ ସଙ୍ଗଠନ, ରିଜର୍ଭ ପୁଲିସ ଫୋର୍ସର କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ ଅବନୀକାନ୍ତ ପଣ୍ଡା, ବୀରେନ୍ଦ୍ର ପ୍ରଧାନ, ଦୀପକ ରଥ, ଭବାନୀ ସାହୁ, ବିକାଶ ଅଗ୍ରୱାଲ, ଜି.ରମେଶ, ସୁଉସେନ୍ ବହିବାର, ହରିହର ପ୍ରଧାନ, ଅଜିତ ପତି, ରମଣୀରଂଜନ ବେହେରା, ଭଉତ ଭୂଷଣ ଦାଶ, ଗିରୀଶ ମାଝୀ, ପ୍ରସନ୍ନ ପ୍ରଧାନ, କାହୁ ପୃଷ୍ଟି, ସୁପେଶ ଦାଶ, ପ୍ରଶାନ୍ତ ଦାଶ, ପ୍ରୀତମ ସିଂ, ମାମି ମିଶ୍ର, ଭରତ ସାହୁ, ଲଲାଟେନ୍ଦୁ ବେହେରା, ପରେଶ ବିଶି ଗଣଦୌଡ଼ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଗଣଦୌଡ଼ରେ ବହୁ ସଂଖ୍ୟାରେ ବରଗଡ଼ବାସୀ ସାମିଲ ହୋଇଥିଲେ ।