ଓଡ଼ଗାଁ, ୩୦।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରଙ୍ଗଣୀପାଟଣା ରାଧାକାନ୍ତ କ୍ରିକେଟ ଆସୋସିଏସନ୍ (ଆରସିଏ) ଦ୍ବାରା ଆୟୋଜିତ ରାକେଶ ମେମୋରିଆଲ ୫ମ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆରସିଏ କପ୍ ୨୦୨୪ ୫ମ ଦିନର ପ୍ରଥମ ସେମିଫାଇନାଲ ମ୍ୟାଚ ଶାଳଝରିଆ ଓ ପଞ୍ଚିଡା ମାନପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଶାଳଝରିଆ ଟସ୍ ଜିତୀ ପ୍ରଥମେ ବ୍ୟାଟିଂ କରି ପନିର୍ଦ୍ଧାରିତ ୧୦ ଓଭରରେ ୫ ଉଇକେଟ ବିନିମୟରେ ୧୩୪ ରନ ସଂଗ୍ରହ କରିଥିବା ବେଳେ ପ୍ରତିପକ୍ଷ ପଞ୍ଚିଡା ମାନପୁର ୧୩୫ ରନକୁ ଲକ୍ଷ ରଖି ନିର୍ଦ୍ଧାରିତ ଓଭରରେ ୭ ଉଇକେଟ ହରାଇ ୧୦୩ ରନ ସଂଗ୍ରହ କରି ପରାଜୟ ବରଣ କରିଥିଲା । ମ୍ୟାଚ ସଂଘର୍ଷ ପୂର୍ଣ୍ଣ ରହିଥିବା ବେଳେ ବିଜୟୀ ଦଳର ବିଭୁ ୧୮ ବଲରେ ୪୬ ରନକରି ମ୍ୟାନ ଅଫଦି ମ୍ୟାଚ ଘୋଷିତ ହୋଇଥିଲା । ସେହିପରି ଆଜିର ଦ୍ବିତୀୟ ସେମିଫାଇନାଲ ମ୍ୟାଚ ମାଛି ପଡ଼ା ସହିତ ଆୟୋଜକ ରଙ୍ଗଣୀପାଟଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ରଙ୍ଗଣୀପାଟଣା ପ୍ରଥମେ ବ୍ୟାଟିଂ କରି ୯.୫ ଓଭରରେ ସମସ୍ତ ଉଇକେଟ ହରାଇ ୧୦୩ ରନ କରିଥିବା ବେଳେ ପ୍ରତିପକ୍ଷ ମାଛି ପଡ଼ା ୯ ଓଭରରେ ସମସ୍ତ ଉଇକେଟ ହରାଇ ୮୫ ରନରେ ସିମୀତ ରହିଥିଲା । ଫଳରେ ଆୟୋଜକ ରଙ୍ଗଣୀପାଟଣା ଫାଇନାଲ ମ୍ୟାଚକୁ ଉନ୍ନିତ ହୋଇଥିବା ବେଳେ ଦଳର ଅଜୁ ପୁଣିଥରେ ୧୨ ବଲ ବିନିମୟରେ ୧୧ ରନଦେଇ ୪ ଉଇକେଟ ନେଇ ମ୍ୟାନ ଅଫଦି ମ୍ୟାଚ ହୋଇଥିଲେ । ଆଜିର ମ୍ୟାଚରେ ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ମହାପାତ୍ର, ସାରସ କୁମାର ମିଶ୍ରଙ୍କ ସହିତ ଗାୟତ୍ରୀ ବିଦ୍ୟା ମନ୍ଦିର ମଶାବାରୀର ଅଧ୍ୟକ୍ଷ ବିରେନ୍ଦ୍ର ସାହୁ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ୩୧ ତାରିଖ ମଙ୍ଗଳବାର ଫାଇନାଲ ମ୍ୟାଚରେ ଶାଳଝରିଆକୁ ଆୟୋଜକ ରଙ୍ଗଣୀପାଟଣା ଭେଟିବ । ମ୍ୟାଚ୍ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହେବାକୁ ଥିବାବେଳେ ବହୁସଂଖ୍ୟାରେ ଦର୍ଶକଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ଆୟୋଜକ ଦଳ ସ୍ବତନ୍ତ୍ର ବ୍ୟବସ୍ଥା କରିଥିବା ଜଣାଯାଇଛି । ଆଜିର ଖେଳକୁ ସାର୍ଥକ ଷଡ଼ଙ୍ଗୀ, ସୁକାନ୍ତ କୁମାର ସାହୁ, ଭେଙ୍କଟେଶ୍ବର ପାଣିଗ୍ରାହୀ ପରିଚାଳନା କରିଥିଲେ ।
ରାଜ୍ୟ
ଆରସିଏ କପ, ୫ମ ଦିନରେ ରଙ୍ଗଣୀପାଟଣା ଓ ଶାଳଝରିଆ ଫାଇନାଲରେ ପ୍ରବେଶ
- Hits: 55