ହେଡଲାଇନସ୍:

ଗୁଡ ବଳଭଦ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତ ବାର୍ଷିକୀ ଉତ୍ସବ ପାଳନ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର - ବାଲେଶ୍ଵର ଜିଲ୍ଲା ସୋରୋ ବ୍ଲକ୍ ଅନ୍ତର୍ଗତ ଗୁଡ଼ ଠାରେ ଗୁଡ଼ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଶତ ବାର୍ଷିକୀ ଉତ୍ସବ ତିନି ଦିନ ଧରି ଧୁମ୍ ଧାମରେ ପାଳନ ହୋଇ ଯାଇଛି।୧୯୨୫ ମସିହା ରୁ ସ୍ଥାପିତ ଏହି ବିଦ୍ୟାଳୟ ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ଡିସେମ୍ବର ୨୭,/୨୮/୨୯ ତିନି ଦିନ ରେ ବିଭିନ୍ନ କାର୍ଯ୍ୟ କର୍ମ ସହ ପାଳନ ହୋଇ ଯାଇଛି। ଏହି ଅବସର ରେ ଶତବାର୍ଷିକ କମିଟି ର ସଭାପତି ରାଧା କିଶୋର ଦାସ ଓ ସମ୍ପାଦକ ନୀଳାମ୍ବର ବିଶ୍ବାଳ, ପ୍ରଧାନ ଶିକ୍ଷୟତ୍ରୀ ହେମଲତା ନାୟକ, ଓ ପରିଚାଳନା କମିଟି ର ସମସ୍ତ ସଦସ୍ୟ ମାନଙ୍କ ସଂଯୋଜନା ରେ ସମସ୍ତ କାର୍ଯ୍ୟ କର୍ମ ସୁଚାରୁ ରୂପେ ସମ୍ପାଦନା ହୋଇ ଯାଇଛି। ପ୍ରଥମ ଦିନ ରେ ପ୍ରଭୁ ବଳଦେବ ଜୀଉ ଙ୍କ ଆଜ୍ଞା ମାଳ ଗ୍ରହଣ କରି କାର୍ଯ୍ୟ କର୍ମ ର ଶୁଭାରମ୍ଭ ହୋଇଥିଲା। ଶତ ବାର୍ଷିକୀ ପତାକା ଉତ୍ତୋଳନ ସହ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ପ୍ରଥମ ଦିନ ରେ ଆୟୋଜିତ ସଭା କାର୍ଯ୍ୟ କର୍ମ ରେ ସଭାପତି ରାଧା କିଶୋର ଦାସ ଙ୍କ ସଭାପତିତ୍ବ ରେ ସଭା କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇଥିଲା ବେଳେ ମୁଖ୍ୟ ଅତିଥି ଭାବେ ବିଧାୟକ ମାଧବ ଧଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଅନୁଷୟା ମଲ୍ଲିକ, ସରପଂଚ ବାସନ୍ତୀ ପଣ୍ଡା, ଅଟଳ ବିହାରୀ ନାୟକ, ଜୟ ରାମ ଦାସ ଓ ସମ୍ପାଦକ ନୀଳାମ୍ବର ବିଶ୍ବାଳ ଉପସ୍ଥିତ ରହି ଥିଲେ। ସେହିପରି ଦ୍ବିତୀୟ ଦିନ ରେ ସଭାପତି ଶ୍ରୀଯୁକ୍ତ ଦାସ ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ ସୋରୋ ଥାନା ଅଧିକାରୀ ସୃଭାଂଶୁ ଶେଖର ମିଶ୍ର , ମୁଖ୍ୟବକ୍ତା ଭାବେ ମାନବେନ୍ଦ୍ର ମିଶ୍ର, ଓ ସମ୍ପାଦକ ନୀଳାମ୍ବର ବିଶ୍ବାଳ, ସରପଂଚ ଶ୍ରୀମତୀ ବାସନ୍ତୀ ପଣ୍ଡା ଓ ସମିତି ସଭ୍ୟ ବିଦ୍ୟାଧର ନାୟକ ଉପସ୍ଥିତ ଥିଲେ। ସେହିପରି ତୃତୀୟ ଦିନରେ ଆୟୋଜିତ ସଭା କାର୍ଯ୍ୟ କର୍ମ ରେ ସଭାପତି ରାଧା କିଶୋର ଦାସ ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଅଧ୍ୟକ୍ଷ ନେତ୍ରାନନ୍ଦ ରାଉତ, ମୁଖ୍ୟ ବକ୍ତା ଭାବେ ପ୍ରଶାନ୍ତ କୁମାର ମହାନ୍ତ, ସମ୍ମାନିତ ଅତିଥି ଭାବେ ସୋରୋ ପଞ୍ଚାୟତ ସମିତି ଅଧ୍ୟକ୍ଷା ଅନୂଷୟା ମଲ୍ଲିକ, ସରପଂଚ ବାସନ୍ତୀ ପଣ୍ଡା, ଉପସ୍ଥିତ ଥିଲେ। ଆୟୋଜିତ ସଭା କାର୍ଯ୍ୟ କର୍ମ କୁ ସଂଯୋଜକ ଭାବେ ମାନବେନ୍ଦ୍ର  ମିଶ୍ର ସଂଯୋଜନା କରିଥିବା ବେଳେ ସମ୍ପାଦକ ନୀଳାମ୍ବର ବିଶ୍ବାଳ ସଂପାଦକୀୟ ବିବରଣୀ ପାଠ କରିଥିଲେ ଓ ଧନ୍ୟବାଦ୍ ରାଜ କିଶୋର ନାୟକ ପ୍ରଦାନ କରିଥିଲେ। ଏହି ଅବସର ରେ ତିନି ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇ ଯାଇଛି। ତିନି ଦିନ ଧରି ଏହି କାର୍ଯ୍ୟକ୍ରମ କୁ ପୁରାତନ ଛାତ୍ର କମିଟି ର ସଭାପତି ସୂର୍ଯ୍ୟକାନ୍ତ ନାୟକ, ସମ୍ପାଦକ ରମାକାନ୍ତ ମହାନ୍ତି, ଦୁର୍ଗା ପ୍ରସନ୍ନ ପଣ୍ଡା, ଗୌରାଙ୍ଗ ଦାସ, ଅର୍ଜୁନ ନାୟକ୍, ନିରାକାର ପୁହାଣ, ମାନସ ପୁହାଣ, ବିକାସ ବସନ୍ତ ଦାସ, ଗୋବର୍ଦ୍ଧନ ସାମଲ, ଦେବେନ୍ଦ୍ର ନାୟକ, ଅଜିତ କୁମାର ନାୟକ, ଦୁର୍ଲଭ ନାୟକ, ଦିବାକର ସାମଲ, ପ୍ରମୁଖ ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ହେମଲତା ନାୟକ ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ତିନି ଦିନ ଧରି କାର୍ଯ୍ୟ କର୍ମ କୁ ସଫଳ କରାଇ ଥିଲେ। ତିନି ଦିନ ଧରି ଆୟୋଜିତ  କାର୍ଯ୍ୟ କର୍ମ ରେ ସ୍ଥାନୀୟ ଅଞ୍ଚଳ ରେ ହଜାର ହଜାର ଲୋକ ଙ୍କ ସମାଗମ ହୋଇଥିଲା।

0
0
0
s2sdefault