ହେଡଲାଇନସ୍:

ଭଞ୍ଜନଗର ରେ ନିଖିଳ ଓଡ଼ିଶା ଆଇନଜୀବି ସଙ୍ଘର ଦୁଇ ଦିନିଆ ସମ୍ମିଳନୀ ଉଦଘାଟିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ନିଖିଳ ଓଡ଼ିଶା ଆଇନଜୀବି ସଙ୍ଘ ଏବଂ ଭଞ୍ଜନଗର ବାର ଆସୋସିଏସନର ମିଳିତ ସହଯୋଗରେ ଦୁଇ ଦିନ ଧରି ହେବାକୁ ଥିବା ନିଖିଳ ଓଡ଼ିଶା ଆଇନଜିବୀ ସମ୍ମିଳନୀ ଆଜି ଡିସେମ୍ବର ମାସ ୨୯ ତାରିଖ ରବିବାର ୨୦୨୪ ଦିନ ମଧ୍ୟାହ୍ନ ସମୟରେ ସ୍ଥାନୀୟ ଡିହପଢାଳ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଉଦଘାଟିତ ହୋଇଯାଇଛି। ଏଥିରେ ଓଡିଶା ହାଇକୋର୍ଟ ର ବିଚାରପତି ଭି. ନରସିଂଘ ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳନୀକୁ ଉଦଘାଟନ କରିଥିଲେ।

ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ତତ୍ବାବଧାନରେ ଏବଂ ଓକିଲ ସଂଘର ସହଯୋଗରେ ଆୟୋଜିତ ଏହି ଦୁଇ ଦିବସୀୟ ନିଖିଳ ଓଡ଼ିଶା ଆଇନଜୀବୀ ସମ୍ମିଳନୀ ରେ ବିଭିନ୍ନ ସ୍ଥାନରୁ ୧୩ ଶହ ରୁ ଉର୍ଦ୍ଧ ଆଇନଜୀବୀ ଯୋଗଦାନ କରିଥିଲେ। ହାଇକୋର୍ଟର ବିଚାର ପତି ଭି. ନରସିଂଘ ଏହି ଅବସରରେ ସେ କହିଥିଲେ ଯେ ,ବାର ଓ ବେଞ୍ଚ୍ ମଧ୍ୟରେ ସମନୟ ରହିଲେ ଲୋକଙ୍କୁ ତ୍ୱରିତ ନ୍ୟାୟ ମିଳିପାରିବ। ଯୁବ ଆଇନଜିବି ମାନେ ନୂତନ ବୈଷୟିକ ଜ୍ଞାନ କୌଶଳ ଆହରଣ କରିବାକୁ ପଡିବ । ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନଜୀବି ମାନକ ଉନ୍ନତି ପାଇଁ ଯାହା ସହଯୋଗ ଲୋଡ଼ା ଯୋଗାଇ ଦେବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ। ରାଜ୍ୟ ସଭାପତି ମାନସ ରଞ୍ଜନ ମହାପାତ୍ର ଆଇନଜୀବୀ ମାନକୁ ସ୍ୱାସ୍ଥ୍ୟ
ବୀମା ଭୁକ୍ତ କରିବା ପାଇଁ ଦାବୀ କରିଥିଲେ । ଏଥିସହ ପେନସନ ଯୋଜନାରେ ରାଜ୍ୟ ସରକାର ଅଂଶ ଧନ ଦିଅନ୍ତୁ। ନବାଗତ ଓକିଲ ଙ୍କୁ ତାଲିମ ସହ ଷ୍ଟାଇପେଣ୍ଡ
ଦିଆଯାଉ, ସଙ୍ଘ ପାଇଁ ଜମି ଦେବାକୁ ମଧ୍ୟ ଦାବୀ କରିଥିଲେ। ଏଥିରେ ରାଜ୍ୟ ସଭାପତି ମାନସ ରଞ୍ଜନ ମହାପାତ୍ର, ରାଜ୍ୟ ସଂପାଦକ ଅନିଲ୍ ପରିଡ଼ା, ଭଞ୍ଜନଗର ଓକିଲ ସଂଘର ସଭାପତି ଶୈଳେନ୍ଦ୍ର ନାରାୟଣ ସାହୁ, ସଂପାଦକ ରାଜେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ଆଜିର ଆୟୋଜିତ କାର୍ଯ୍ୟକ୍ରମ ରେ କିଛି ବରିଷ୍ଠ ଆଇନଜୀବି ଗୋପାଳ କୁଷ୍ଣ ପ୍ରଧାନ, ବିଜୟ କୁମାର ପାତ୍ର, ସୋମନାଥ ନାୟକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭଞ୍ଜନଗର ଓକିଲ ସଂଘର ସମ୍ପାଦକ ରାଜେନ୍ଦ୍ର କୁମାର ପ୍ରଧାନ ଧନ୍ୟବାଦ୍ ପ୍ରଦାନ କରିଥିଲେ। ବରିଷ୍ଠ ଆଇନଜୀବି ସନ୍ତୋଷ ନାୟକ, ରବି ଦାସ ସଭାକୁ ସଂଯୋଜନା କରିଥିଲେ। ସେହିଭଳି ଆଜିର କାର୍ଯ୍ୟକ୍ରମ ର ଦ୍ଵିତୀୟ ପର୍ଯ୍ୟାୟ ସମ୍ମିଳନୀ ରେ ଜଷ୍ଟିସ୍ ବିଶ୍ଵନାଥ ରଥ ଯୋଗଦାନ କରି ଆଇନଜୀବୀ ଙ୍କ ଦାୟିତ୍ଵ ଓ ନ୍ୟାୟପାଳିକାର ବ୍ୟବସ୍ଥା ବିଷୟରେ ମତ ରଖିଥିଲେ। ଏବଂ ସଂଧ୍ୟାରେ ଏଠାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା

0
0
0
s2sdefault