ହେଡଲାଇନସ୍:

ଖୋର୍ଦ୍ଧା ମହୋତ୍ସବକୁ ନେଇ ଜନ ଅସନ୍ତୋଷ: ହାବେଳୀ ପଡିଆରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ଦାବୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଖୋର୍ଦ୍ଧା:(ଶାସକ ପ୍ରଶାସକ) ଅନେକ ଅବ୍ୟବସ୍ଥାକୁ ନେଇ କ୍ରମାଗତ ଭାବେ କିଛିବର୍ଷ ଧରି ଅନେକ ଲୋକଙ୍କ ଅସନ୍ତୋଷର କାରଣ ହୋଇଥିବା ଘରୋଇ ଅନୁଷ୍ଠାନ ନ୍ୟୁ ଥିଙ୍କିଙ୍ଗ ଫୋରମ ଅନେକ ଆପତ୍ତି ଅଭିଯୋଗ ପରେ ମଧ୍ୟ ଏ ବର୍ଷ ପୁନର୍ବାର ସ୍ବେଛାସେବୀ ସଙ୍ଗଠନ ନ୍ୟୁ ଥିଙ୍କିଙ୍ଗ ଫୋରମ ପକ୍ଷରୁ ଖୋର୍ଦ୍ଧା ମହୋତ୍ସବ ଚଳିତ ଡିସେମ୍ବର ମାସ ୧୫ତାରିଖରୁ ୨୨ତାରିଖ ପର୍ଯ୍ୟନ୍ତ ହାବେଳୀ ପଡିଆ ଠାରେ ଅନୁଷ୍ଠିତ ହେବାକୁ ଯାଉଛି l ମହୋତ୍ସବ ଅନୁଷ୍ଠିତ ହେଲେ ସ୍ଥାନୀୟ ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ ବୋଲି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ସ୍ଥାନୀୟ ବାସିନ୍ଦା l ବହୁ ସଂଖ୍ୟାରେ ଜନ ସମାଗମ ସହିତ, ଉଚ୍ଚ ସ୍ୱରରେ ମାଇକ ବାଜିବା ଯୋଗୁଁ ଏବଂ ବୁଲା ବେପାରୀ ମାନେ ଦୈନଦିନ ଯାତାୟାତ ପଥକୁ ଅବରୋଧ କରି ନିଜ ପସରା ମେଲାଇବା ଦ୍ୱାରା ସେହି ବାଟ ସ୍ଥାନୀୟ ବାସିନ୍ଦାଙ୍କ ଯିବା ଆସିବା ରେ ଅସୁବିଧା ସୃଷ୍ଟି ହେଉଛି l ଏପରିକି ଆବଶ୍ୟକ ସ୍ଥଳେ ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ସେବା ବାହିନୀର ଗାଡି ଯାଇ ପାରୁନାହିଁ l ମୁଣ୍ଡ ଉପରେ ଛାତ୍ରଛାତ୍ରୀ ମାନଙ୍କ ଅର୍ଦ୍ଧ ବାର୍ଷିକ ପରୀକ୍ଷା ଥିବାରୁ ଏବଂ ବିଶେଷ କରି ସେହି ଅଞ୍ଚଳରେ ବସବାସ କରୁଥିବା ବରିଷ୍ଟ ନାଗରିକ, ଛୋଟପିଲା ଏବଂ ହୃଦରୋଗୀ ମାନଙ୍କ କ୍ଷେତ୍ରରେ ଜଟିଳ ସମସ୍ୟା ସୃଷ୍ଟି ହେଉଛି l ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଉଚ୍ଚସ୍ୱରରେ ମାଇକ ଏବଂ ବିଭିନ୍ନ ବାଦ୍ୟଯନ୍ତ୍ର ବାଜିବା ଦ୍ୱାରା ସେହି ଅଞ୍ଚଳର ବାସିନ୍ଦା ଶାନ୍ତିରେ ଶୋଇ ପାରୁନାହଁlନ୍ତି l ଏପରିକି ସ୍ଥାନୀୟ ଅଞ୍ଚଳ ର ବାସିନ୍ଦା ନିଜ ଘରକୁ ଫେରିବା ପାଇଁ ଆଧାରକାର୍ଡ ଭଳି ପରିଚୟ ପତ୍ରକୁ ମହୋତ୍ସବ ଆୟୋଜନ କମିଟି ପକ୍ଷରୁ ନିୟୋଜିତ ଯୁବକ ମାନଙ୍କୁ ଦେଖାଇବା କୁ ବାଧ୍ୟ ହେଉଛନ୍ତି l ବାହାରୁ ଆସୁଥିବା ବ୍ୟବସାୟୀ ମାନଙ୍କ ନିମନ୍ତେ ମହୋତ୍ସବ ଆୟୋଜନ କମିଟି ପକ୍ଷରୁ ପରିଶ୍ରl ଏବଂ ଶୌଚ ପାଇଁ କୌଣସି ବ୍ୟବସ୍ଥା କରା ଯାଉନଥିବା ବେଳେ ସେମାନେ ବାଧ୍ୟ ରାସ୍ତା କଡରେ ଏବଂ ଜନବସତି ଅଞ୍ଚଳ ରେ ପରିଶ୍ରl ଏବଂ ମଳତ୍ୟାଗ କରିବା ଦ୍ୱାରା ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି l ହାବେଳୀ ପଡିଆ ନିକଟରେ ଥିବା ଏକ ବହୁ ପୁରାତନ ଜଳାଶୟ ଟିକୁ ମହୋତ୍ସବ ଆୟୋଜନ କମିଟି ପକ୍ଷରୁ ମୋରମ ପକାଯାଇ ପୋତାଯିବା ନିମନ୍ତେ ଉଦ୍ୟମ କରାଯିବା ବେଳେ ସ୍ଥାନୀୟ ବାସିନ୍ଦା ମାନେ ଏହାକୁ ଘୋର ବିରୋଧ କରିଛନ୍ତି l ତେଣୁ ଖୋର୍ଦ୍ଧା ମହୋତ୍ସବକୁ ହାବେଳୀ ପଡିଆରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ସ୍ଥାନୀୟ ଅଞ୍ଚଳ ର ବାସିନ୍ଦାମାନେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଖୋର୍ଦ୍ଧା ଜ଼ିଲ୍ଲାପାଳ ଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି l ଏଥିପ୍ରତି ଅଣଦେଖା କରାଗଲେ ଅଦାଲତର ଦ୍ୱାରସ୍ଥ ହେବେ ବୋଲି ସୂଚନା ଦେଇଛନ୍ତି l

0
0
0
s2sdefault