ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଡ଼ଃ ଭୀମରାଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ କଳା ଛାତ୍ର ଅଭିଜ୍ଞାନ୍ ନାୟକ ୧୯ବର୍ଷରୁ କମ୍ ଅନ୍ତଃ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ (ବାଳକ)କବାଡି ପ୍ରତିଯୋଗିତା ୨୦୨୪-୨୫ ବର୍ଷରେ ଭାଗ ନେଇ ତାଙ୍କ କ୍ରୀଡ଼ା କୌଶଳ ପ୍ରଦର୍ଶନ କରି ଚମ୍ପିୟାନ ହେବା ସହ ଓଡ଼ିଶା(ବାଳକ) କବାଡି ଦଳରେ ଖେଲିବା ପାଇଁ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି l ରାଜ୍ୟ ସ୍ତରରେ ବିଦ୍ୟାଳୟର ସ୍ଵତନ୍ତ୍ର ପରିଚୟ ସୃଷ୍ଠି କରିପାରିଛନ୍ତି l ତାଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟ ଅଧ୍ୟକ୍ଷ ଡ଼.ପ୍ରତାପ କୁମାର ବେହେରା ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ସହପାଠୀମାନେ କୃତଜ୍ଞତା ସହ ସାଧୁବାଦ ଜଣାଇଛନ୍ତି l
କ୍ରୀଡ଼ା ପ୍ରଶିକ୍ଷକ ରଶ୍ମି ରଞ୍ଜନ ତ୍ରିପାଠୀଙ୍କ ପ୍ରତ୍ୟେକ୍ଷ ତାଲିମ୍ ଦ୍ଵାରା ଦଳ ଲଗାତାର ଗତ ଦୁଇ ବର୍ଷ ହେଲାଣି ଜୋନ ସ୍ତରୀୟ ପ୍ରତିଯୋଗିତାରେ ଚମ୍ପେନ ହୋଇ ଆସୁଛି । ଚଳିତ ୨୦୨୪-୨୫ ଶିକ୍ଷାବର୍ଷର ମୁନିସିପାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାଉରକେଲା ଓ ସୁନ୍ଦରଗଡ଼ରେ ଆୟୋଜିତ ୧୯ବର୍ଷରୁ କମ୍ ଅନ୍ତଃ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କବାଡି (ବାଳକ) ପ୍ରତିଯୋଗିତା ଫାଇନାଲ୍ ଜୋନ ଓ ଚୟନ ଶିବିରରେ ଯୋଗ ଦେଇ ଓଡ଼ିଶା ଦଳ ପକ୍ଷରୁ ଖେଳିବା ପାଇଁ ଅଭିଜ୍ଞାନ ସ୍ଥାନ ପାଇଛନ୍ତି । ରାଜ୍ୟ ସ୍ତରୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗୀତା ହରିଆଣାର ଭିୱାଡ଼ା ଠାରେ ଆସନ୍ତା ୬ ରୁ ୧୧ ତାରିଖ ପର୍ଯ୍ୟନ୍ତ ଖେଳା ଯିବ । ତେଣୁ ଓଡ଼ିଶା ଦଳ ପକ୍ଷରୁ ଖେଳିବା ପାଇଁ ଅଭିଜ୍ଞାନ ତାଙ୍କ ଯାତ୍ରା ଆରମ୍ଭ କରିଛନ୍ତି l ବୁଧବାର ଦିନ ଓଡ଼ିଶା ଦଳ ସହ ରାଉରକେଲାରୁ ହରିୟାଣା ଅଭିମୁଖେ ଯାତ୍ରା କରିବେ ବୋଲି କ୍ରୀଡ଼ା ପ୍ରଶିକ୍ଷଣ ରଶ୍ମିରଞ୍ଜନ ତ୍ରିପାଠୀ ସୂଚନା ପ୍ରଦାନ କରିଛନ୍ତି । ପଲ୍ଲୀରୁ ଜଣେ ଛାତ୍ର ରାଜ୍ୟ ସ୍ତରୀୟ ପ୍ରତିଯୋଗୀତାରେ ଭାଗ ନେବେ l ଏହା ଦାରିଙ୍ଗବାଡି ବ୍ଲକ ତଥା ଡ଼ଃ.ଭୀମରାଓ ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ଏକ ଗର୍ବ ଓ ଗୌରବ ର ବିଷୟ , ପ୍ରଶାସନ, କ୍ରୀଡାବିତ୍ ତଥା ଅଞ୍ଚଳ ବାସୀ ତାଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି ।
ରାଜ୍ୟ
ରାଜ୍ୟ ସ୍ତରୀୟ ୧୯ ବର୍ଷ ରୁ କମ୍ କବାଡ଼ି (ବାଳକ)ପ୍ରତିଯୋଗିତା ଓଡ଼ିଶା ଦଳରେ ସ୍ଥାନ ପାଇଲେ ଡ଼ଃ ଭୀମରାଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଅଭିଜ୍ଞାନ୍
- Hits: 16