ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ବେତଡା ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ ବ୍ଲକ୍ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା ୨୦୨୪ ଅନୁଷ୍ଟିତ ହୋଇ ଯାଇଛି। ମୁଖ୍ୟ ପ୍ରସଙ୍ଗ ଧାରଣୀୟ ବିକାସ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କୁ ନେଇ ଏହି ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି। ମୋଟ ୨୫୦ ଟି ପ୍ରକଳ୍ପ କୁ ନେଇ ବିଭିନ୍ନ ବିଦ୍ୟାଳୟ ରୁ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ଥିବା ବେଳେ ସାତ ଟି ଉପ ପ୍ରସଙ୍ଗ ରେ ସାତ ଜଣ ଙ୍କୁ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା କୁ ମନୋନୀତ କରାଯାଇଛି। ଅନୁଷ୍ଟିତ ଉଦ୍ ଘାଟନ ସଭା କାର୍ଯ୍ୟ କର୍ମ ରେ ସଭାପତି ବାସୁଦେବପୁର ବ୍ଲକ ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ଅଶୋକ କୁମାର ଦାସ, ସମ୍ମାନିତ ଅତିଥି ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ, ମୁଖ୍ୟ ବକ୍ତା ରାଜ କିଶୋର ନାୟକ, ସମ୍ମାନିତ ଅତିଥି ରୂପେ ଏ ବି ଇ ଓ ଉର୍ମିଳା କର, ତପନ କୁମାର ଦ୍ୱିବେଦୀ, ଅମିୟ କୁମାର ମହାଳିକ, ଜିଲ୍ଲା ପରିଷଦ ସଭ୍ୟ ଜୟନ୍ତୀ ବାରିକ୍, ସରପଂଚ ଗୋବିନ୍ଦ ଚନ୍ଦ୍ର ମଲିକ, ବ୍ଲକ୍ ବିଜ୍ଞାନ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଉପସ୍ଥିତ ଥିଲେ।
ସଂଯୋଜକ ପ୍ରଶାନ୍ତ କୁମାର ମଲିକ ଙ୍କ ସଂଯୋଜନା ରେ କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇ ଥିବା ବେଳେ ମଞ୍ଚ ଆହ୍ବାନ ଶିକ୍ଷକ ଦୈତାରି ବେହେରା ଓ ଅତିଥି ପରିଚୟ ଶିକ୍ଷକ ଗୟାଧର ଦାସ କରିଥିଲେ। ବିଧାୟକ ଅଶୋକ କୁମାର ଦାସ ବିଜ୍ଞାନ ର ଅଗ୍ରଗତି ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ବିଷୟ ନିଜ ବକ୍ତବ୍ୟ ରେ ପ୍ରଦାନ କରିଥିଲେ। ସେହିପରି ଅନୁଷ୍ଟିତ ଉଦ୍ ଜାପାନୀ ସଭା କାର୍ଯ୍ୟ କର୍ମ ରେ ସଭାପତି ବାସୁଦେବପୁର ବ୍ଲକ ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ ବିଡିଓ ସଞ୍ଜୀବ କୁମାର ସାହୁ ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ କରୁଣାକର ପାତ୍ର, ବ୍ଲକ୍ ବିଜ୍ଞାନ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଓ ବ୍ଲକ୍ ସହ ଶିକ୍ଷାଧିକରୀ ଯୋଗ ଦେଇଥିଲେ। ଅନୁଷ୍ଟିତ ଏହି କାର୍ଯ୍ୟ କର୍ମ ରେ ବାସୁଦେବପୁର ବ୍ଳକ ରୁ ବିଭିନ୍ନ ବିଦ୍ୟାଳୟ ରୁ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ଥିଲେ। ଏହି ଅବସର ରେ ସିଦ୍ଧେଶ୍ୱର ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ପ୍ରମୋଦ କୁମାର ପାଢ଼ୀ ଓ ଛାତ୍ରୀ ମୁକ୍ତା ମଞ୍ଜରୀ ସାମଲ ଙ୍କୁ ବିଧାୟକ ଅଶୋକ କୁମାର ଦାସ ସମ୍ବର୍ଦ୍ଧିତ କରିଥିଲେ।