ଅଭିଯୁକ୍ତ କୁ ଫାସୀ ତଥା ପିଡିତାକୁ ନ୍ୟାୟ ଦାବିରେ ଦାବିପତ୍ର ପ୍ରଦାନ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର :- ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ ଟେମରୀ ଅଂଚଳରେ ଜଣେ ପାଂଚ ବର୍ଷିୀୟ ନାବାଳିକାକୁ ଜଣେ ଯୁବକ ଦୁଷ୍କର୍ମ କରିବା ପରେ ତାକୁ ନୃସଂଶ ଭାବରେ ହତ୍ୟା କରିଥିଲା । ପୋଲସ ତଦନ୍ତ କରି ଉକ୍ତ ଯୁବକକୁ ଗିରଫ କରିଥିଲା । ହେଲେ ବର୍ତମାନ ଟେମରୀ ଅଂଚଳର ଜନସାଧାରଣ ଉକ୍ତ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦେବା ସହ ପିଡିତାଙ୍କ ପରିବାର ବର୍ଗକୁ ୨୫ ଲକ୍ଷଟଙ୍କା ପ୍ରଦାନ ପାଇଁ ଦାବି କରିଛନ୍ତି । ପାଇକମାଲ ବ୍ଲକ ଟେମରୀ ଗ୍ରାମ ପଂଚାୟତ ସରପଂଚ ଦିଲ୍ଲିପ ବେହେରା ଓ ବୁକୁରାମୁଣ୍ଡା ସରପଂଚଙ୍କ ନେତୃତ୍ୱରେ ଅଂଚଳର ଶତାଧିକ ମହିଳା ଓ ପୁରୁଷ ଏକ ରାଲିରେ ଆସି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉକ୍ତ ଦାବିପତ୍ର ପ୍ରଦାନ କରିଥିଲେ । ଦାବିପତ୍ର ପ୍ରଦାନ ସମୟରେ ଅଂଚଳର ବିଭିନ୍ନ ସଂଗଠନ ସାମିଲ ଥିଲେ ।

0
0
0
s2sdefault