ମହିଳା ସ୍ନାତକ ମହାବିଦ୍ୟାଳୟରେ “ସମ୍ବିଧାନ ଦିବସ” ପାଳିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର :- ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟରେ “ସମ୍ବିଧାନ ଦିବସ” ପାଳିତ ହୋଇଯାଇଛି । ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥ ସଭାପତିତ୍ଵ ରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷା ସମ୍ବିଧାନର ଗୁରୁତ୍ଵ ବିଷୟରେ ଆଲୋକପାତ କରିଥିଲେ। ରାଜନୀତି ବିଭାଗର ମୁଖ୍ୟ ଶ୍ରୀମତୀ ମଧୁମିତା ପ୍ରଧାନ ସମ୍ବିଧାନ ଓ ସମ୍ବିଧାନ ଦିବସର ଇତିହାସ ଏବଂ ଏହାର ଯଥାର୍ଥତାକୁ ପ୍ରାଞ୍ଜଳ ଭାବରେ ଛାତ୍ରୀମାନଙ୍କୁ ବୁଝାଇଥିଲେ । ରାଜନୀତି ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ଧୀରେନ୍ଦ୍ର ବର୍ଗେଙ୍କ ସହ ସମ୍ବିଧାନର ପ୍ରସ୍ତାବନାକୁ ସମସ୍ତେ ମିଳିତ ଭାବରେ ପଢିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନଙ୍କ ସହାୟତାରେ ସୁଶ୍ରୀ ସଂଗୀତା ଗୌନ୍ତିଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

0
0
0
s2sdefault