(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା): ପରିବେଶ ସୁରକ୍ଷା, ଜୀବନ ରକ୍ଷା। ସ୍ବାସ୍ଥ୍ୟ ହିଁ ସମ୍ପଦ । ଏ ଅଵସରରେ ଆଜି ସ୍ଥାନୀୟ ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ପାଳନ କରାଯାଇଛି ସ୍ବଚ୍ଛତା ଦିବସ। ଯାହାକି ଖଲ୍ଲିକୋଟ ସହର ର ଜନସାଧାରଣଙ୍କ ମାନସପଟ୍ଟରେ ସ୍ବଚ୍ଛତା ର ଗାର ଟାଣିବ । ଆଉ ଉଦ୍ରେକ ହେବ ପରିଷ୍କାର ର ଭାଵନା । ଦାଣ୍ଡ ଠାରୁ ବାରି ପର୍ଯ୍ୟନ୍ତ ସଫାକରି ବିଶୁଦ୍ଧ
ପରିବେଶ ସୃଷ୍ଟି କରିବାରେ ସକ୍ଷମ ହୋଇପାରିବେ। ଆଜିର ଏ କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଧିଷ୍ଟ ଥିବାର ଜଣା ଯାଏ। ଅପ୍ରୀତିକର ପରିବେଶ ଆମ ପାଇଁ କେତେ କ୍ଷତିକାରକ ସେ ବିଷୟରେ ପଦଯାତ୍ରା ସୂଚାଇଦିଏ ବୋଲି ଜଣାପଡିଛି। ମାତ୍ର ଯାହାକି ଜନସାଧାରଣ ଙ୍କ ପାଇଁ କ୍ଷତିକାରକ ଓ ବିପତ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜିର ଏ କାର୍ଯ୍ୟକ୍ରମ ରେ ଖଲ୍ଲିକୋଟ ଏନ୍ ଏ ସି , ସରକାରଙ୍କର ନିର୍ଦ୍ଦେଶନାରେ ସ୍ବଚ୍ଛତା ପ୍ରତି ଜନଜାଗରଣ ସୃଷ୍ଟି କରିବାରେ ରାଲି ଆରମ୍ଭ କରି ଥିଲେ।
ଖଲ୍ଲିକୋଟ ଏନ୍ ଏ ସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ନା଼ୟକଙ୍କ ତତ୍ତ୍ଵାବଧାନତା ରେ , ଆମ ପରିବେଶ,ଆମ ସମ୍ପତ୍ତି,।ପହଞ୍ଚାଇଵାନି ତାକୁ ବିପତ୍ତି । ଆମ ସହର ପରିଷ୍କାର ପରିଚ୍ଛନ୍ନ ରଖିବା, ସୁସ୍ଥ ପରିବେଶ ସୃଷ୍ଟି କରିବାରେ ରାଲି କରି ଵାର ପରିଲକ୍ଷିତ ହୋଇଥିଲା। ଏଅଵସରରେ ରାଲିରେ ଯୋଗ ଦେଇଥିଲେ ବିଭିନ୍ନ ବିଭାଗର କର୍ମଚାରୀ, ଭାଇସ୍ ଚେୟାର ମେନ୍ ଶ୍ରୀମତୀ ଲିଲି ସାହୁ,ଙ୍କ ସମେତ ଅନ୍ୟାନ୍ୟ କାଉନସିଲର ମାନେ । ଏନ୍ ଏ ସି ଅଫିସରୁ ବାହାରି ବିଭିନ୍ନ ପ୍ରକାରର ପ୍ଲାକାର୍ଡ ଧରି ନଗର ପରିକ୍ରମା କରିବାସହ, ଜନସାଧାରଣ ଙ୍କୁ ସ୍ବଚ୍ଛତା ପ୍ରତି ସଚେତନ କରିଥିଲେ |
ରାଜ୍ୟ
ପରିଵେଶରକ୍ଷା, ଜୀବନ ସୁରକ୍ଷା, ପଦଯାତ୍ରା ।
- Hits: 3