(" ଶାସକ ପ୍ରଶାସକ" /ଖଲ୍ଲିକୋଟ ରୁ ଶିବରାମ ଜେନା): ୧୭/୧୧, ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ ଶ୍ରୀ କୃଷ୍ଣ ଶରଣପୁର ପଞ୍ଚାୟତ ର କେଶପୁର ଛକରେ ନିର୍ମିତ ହୋଇଥିବା ଶୌଚାଳୟ ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ଦୃଶ୍ୟ ମାନ ହେଉଛି। ଏସଂକ୍ରାନ୍ତରେ କହିବାକୁ ଗଲେ, ଉକ୍ତ ଶୌଚାଳୟ ଗୃହ ଟି ଲକ୍ଷ ଲକ୍ଷ ଟଙ୍କାର ବ୍ୟୟ
ରେ କୋଡ଼ିଏ ବର୍ଷ ତଳେ ନିର୍ମାଣ କରାଯାଇ ଥିଲା । ଶୋୱଚାଳୟଟି ମାତ୍ର ଦୁଇବର୍ଷ ଧରି କାର୍ଯ୍ୟ କ୍ଷମ ହେବା ପରେ , ବର୍ତ୍ତମାନ ଅଠର ବର୍ଷ ଧରି ତାଲା ଝୁଲୁଛି ବୋଲି ଜନଶ୍ରୁତି ରୁ ଜଣାପଡିଛି। ଶୋୱଚାଳୟଟି ରେ ଲାଗି ଥିବା କବାଟ ଓ ଝରକା ର ଅବସ୍ଥା ବରଂ ନ କହିଲେ ଭଲ । ତା ସାଙ୍ଗକୁ ମାଡି ଯାଇଛି ଲତା ଜାତୀୟ ଉଦ୍ଭିଦ। ଏ ପରିସ୍ଥିତିରେ ଜଣେ ଯାତ୍ରୀ କିପରି ଶୌଚାଳୟ ମଧ୍ୟକୁ ପ୍ରବେଶ କରିପାରିଵ ? ସବୁଠାରୁ ଆଶ୍ଚର୍ଯ୍ୟ ର କଥା ଉକ୍ତ ଗୃହରେ ବିଜୁଳି ବତୀ ର ଅଭାବରୁ ଶୋୱଚାଳୟଟି ଭୂତକୋଠି ଭଳି ମନେ ହୁଏ । ପାଖରେ ଥିବା ଓଭର ବ୍ରିଜ୍ ଏବଂ ଜାତୀୟ ରାଜପଥ ୧୬ ଠାରୁ ଅନତୀଦୂରରେ ଖଲ୍ଲିକୋଟ ରେଲୱେ ଷ୍ଟେସନ ଥିବା ବେଳେ ରାତି ପାହିଲେ ଶହଶହ ଲୋକଙ୍କ ଗତାଗତ ହେବାର ପରିଲକ୍ଷିତ ହୋଇଛି। କିନ୍ତୁ ପରିତାପର ବିଷୟ ପାଲଟିଛି ପ୍ରଶାସନିକ ମାନଙ୍କ ଅବହେଳା । ଖବର ନେବାରୁ ଜଣାପଡିଛି ଯେ, ଖଲ୍ଲିକୋଟ ଓ କେଶପୁର ଛକର ମଧ୍ୟଭାଗରେ, ଯାହାକି ଜାତୀୟ ରାଜପଥ ୧୬କୁ ଦର୍ଶାଯାଇଛି, ଓଭର ବ୍ରିଜ୍ ରେ ଏପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ । କିମ୍ବା ବିଜୁଳି ବତୀ ଖୁଣ୍ଟରେ ଥିବା ଵଲଵ୍ କରୁନାହିଁ । ଯାହାଫଳରେ କି
ବହୁତ ଦୁର୍ଘଟଣା ଘଟି ନିରୀହ ଜନସାଧାରଣ ଙ୍କ ସମେତ ଗାଈଗୋରୁ ମାନଙ୍କ ଜୀବନ ବିପଦାପନ୍ନ ହେଉଥିବା ଜଣାପଡିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉକ୍ତ ଓଭର ବ୍ରିଜ୍ ଅନ୍ଧାର ଘେରରେ ଥିବା ରୁ ବହୁ ଵାର ଅସାମାଜିକ ଯୁବକଙ୍କ ଦ୍ଵାରା ଜନସାଧାରଣଙ୍କ ଧନଜୀବନ ହାନି ଘଟୁଛି । ଆମର କେଶପୁର ଅଞ୍ଚଳ ଟି ଖଲ୍ଲିକୋଟ ବ୍ଳକ୍ ର" ହାର୍ଟ ଅଫ ଦି ରେଲୱେ ଷ୍ଟେସନ" ତଥା ଏହାକୁ ଲାଗି ୫୦/୬୦ ଗାଁ ଅବସ୍ଥିତ । କିନ୍ତୁ ଏହାର ପ୍ରକୃତ ଉନ୍ନତି ମୂଳକ କାର୍ଯ୍ୟକ୍ରମ ସରକାର ଙ୍କ କୋୖଣସି ପ୍ରକାରର ଦୃଷ୍ଟି ଗୋଚର ହୋଇ ନଥିବା ଜଣାପଡ଼ୁଛି ,କିମ୍ବା ପ୍ରଶାସନର କୌଣସି ପ୍ରକାରେ ତପ୍ତରତା ନଥିଲା ଭଳି ମନେ ହେଉଛି । ତେଣୁ ଜନସାଧାରଣ ଙ୍କ ମଧ୍ୟରେ ଚର୍ଚ୍ଚା ର ବିଷୟ ପାଲଟିଛି।
ରାଜ୍ୟ
ଆମେ କେତେ ସଚେତନ |
- Hits: 97