ସାମାଜିକ କାର୍ଯ୍ୟରେ ଉତ୍କର୍ଷତା ଓ ଅଭିନବ ପଦକ୍ଷେପ ପାଇଁ ପ୍ରଦାନ କରାଯାଉଥିବା ଶାମ୍ଭବୀପୁରସ୍କାର ରାଶି ୫ ଲକ୍ଷ ଟଙ୍କାକୁ ବୃଦ୍ଧି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ନଭେମ୍ବର ୨୦, ୨୦୨୪: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍)ପକ୍ଷରୁ ୨୦୧୪ ମସିହାରେ ସ୍ଥାପିତ ସମ୍ମାନଜନକ ‘ଶାମ୍ଭବୀ ପୁରସ୍କାର’ ଓଡ଼ିଶାରେ ସାମାଜିକ ପରିବର୍ତ୍ତନକାରୀଙ୍କ ଉଲ୍ଲେଖନୀୟ ଅବଦାନକୁ ସମାନ୍ନିତ କରିଆସୁଛି। ସାମାଜିକ କାର୍ଯ୍ୟରେ ନିଜକୁ ସମର୍ପିତ କରିଥିବା ଏହି ବ୍ୟକ୍ତିମାନେ ଗୋଷ୍ଠୀମାନଙ୍କ ଉତ୍ଥାନ ଓ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ନିରନ୍ତର ଉଦ୍ୟମ କରୁଛନ୍ତି। ଏହି ପୁରସ୍କାର ସେମାନଙ୍କ କଠିନ ପରିଶ୍ରମକୁ ମାନ୍ୟତା ପ୍ରଦାନ କରିବା ସହିତ ସାମାଜିକ ନିବେଶକ ଓ ସଙ୍ଗଠନମାନଙ୍କ ଏକ ବ୍ୟାପକ ନେଟୱର୍କସହିତ ସଂଯୋଗ ସ୍ଥାପନ କରି ସେମାନଙ୍କ ପ୍ରଭାବକୁ ଆହୁରି ଅଧିକ ବିସ୍ତାର କରିପାରିଛି ।
ଆକର୍ଷଣୀୟ ଘୋଷଣା: ଶାମ୍ଭବୀ ପୁରସ୍କାର ରାଶିରେ ଯଥେଷ୍ଟ ମାତ୍ରରେ ବୃଦ୍ଧି କରାଯାଇଛି ।ଏହାର ମୁଖ୍ୟବିଜେତାଙ୍କୁସାଇଟେସନ ସହିତ, ଟ୍ରଫି, ଏବଂପୂର୍ବରୁ ପ୍ରଦାନ କରାଯାଉଥିବା ନଗଦପୁରସ୍କାର ରାଶିକୁ ୨,୫୦,୦୦୦ରୁ ୫,୦୦,୦୦୦ (୫ ଲକ୍ଷ ) ଟଙ୍କା କୁ ବୃଦ୍ଧି କରାଯାଇଛି।
ଏହାସହିତ, ଜୁରୀ ପ୍ରଶଂସାପତ୍ର ବିଜେତାଙ୍କ ନଗଦ ପୁରସ୍କାର ରାଶିକୁ ୫୦,୦୦୦ ରୁ ୧,୦୦,୦୦୦ (୧ ଲକ୍ଷ ) ଟଙ୍କା କୁ ବୃଦ୍ଧି କରାଯାଇଛି।
ଆବେଦନ ଗ୍ରହଣ:ଶାମ୍ଭବୀ ପୁରସ୍କାରର ୧୨ ତମ ସଂସ୍କରଣ ପାଇଁ ବର୍ତ୍ତମାନ ଆବେଦନ ଗ୍ରହଣ କରାଯାଉଛି ।ଆବେଦନ କିମ୍ବା ମନୋନୀତ କରିବା ପାଇଁ www.bipf.org.in.ରେ ଲଗ୍ ଇନ୍ କରନ୍ତୁ ।
ପୁରସ୍କାର ମାନଦଣ୍ଡ ଓ ଚୟନ ପ୍ରକ୍ରିୟା:ଦୂରଗାମୀ ପ୍ରଭାବ, ଦୀର୍ଘସ୍ଥାୟୀତ୍ୱ, ଗୋଷ୍ଠୀ ଯୋଗଦାନ, ପରିମାପ, ନବସୃଜନ ଏବଂ ହିତାଧିକାରୀଙ୍କ ସଂଖ୍ୟା ଭଳି କିଛି ମାନଦଣ୍ଡ ଆଧାରରେ ମୂଲ୍ୟାଙ୍କନ କରାଯାଇ ପୁରସ୍କାର ପାଇଁ ଯୋଗ୍ୟ ବ୍ୟକ୍ତିଙ୍କ ଚୟନ କରାଯାଇଥାଏ।ପ୍ରତି ବର୍ଷ ସରକାରୀ କଳ, ଶିକ୍ଷାନୁଷ୍ଠାନ, ଉଦ୍ୟୋଗ, ଗଣମାଧ୍ୟମ ଏବଂ ବିଆଇପିଏଫ୍ ର ଜଣେ ପ୍ରତିନିଧିଙ୍କୁ ନେଇ ନେଇ ଗଠିତ ଏକ ସ୍ୱତନ୍ତ୍ର ବିଚାରକ ମଣ୍ଡଳୀ ବିଜେତାମାନଙ୍କୁ ଚୟନ କରିଥାନ୍ତି ।
ଏହି ଅବସରରେ ବଂଶୀଧର ଇଲା ଫଣ୍ଡା ଫାଉଣ୍ଡେସନ୍ ସିଇଓ ଏବଂ ଟ୍ରଷ୍ଟି ତଥା ଇମ୍ଫା ସିଏସ୍ଆର (ସ୍ୱତନ୍ତ୍ର ପଦକ୍ଷେପ) ର ମୁଖ୍ୟ ଶ୍ରୀମତି ଶୈଫାଳିକା ପଣ୍ଡା ଏହି ପଦକ୍ଷେପ ଉପରେ ଗୁରୁତ୍ଵାରୋପ କରି କହିଛନ୍ତି ଯେ, “ବଂଚିତ ଲୋକମାନଙ୍କ ସେବା କରିବା ଓ ସାମାଜିକ ପରିବର୍ତ୍ତନ ଦିଗରେ ପ୍ରଭାବୀ ପଦକ୍ଷେପ ନେବା ଆମର ଦାୟିତ୍ୱ । ଶମ୍ଭାବୀ ପୁରସ୍କାର ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଆଗଧାଡ଼ିର ସାମାଜିକ କାର୍ଯ୍ୟକର୍ତ୍ତାଙ୍କସାମୂହିକ ବିକାଶ ନିମନ୍ତେ ସେମାନଙ୍କ ଦୂରଦୃଷ୍ଟି ଓ ଅଭିଳାଶାକୁ ତ୍ୱରାନ୍ୱିତ କରିବା ପାଇଁ ଏକ ମଂଚ ପ୍ରଦାନ କରୁଛି । “

0
0
0
s2sdefault