୩୭ତମ ବିସିଆଇ ନ୍ୟାସ୍‍ନାଲ୍‍ ମୁଟ୍‍ କୋର୍ଟ ପ୍ରତିଯୋଗିତା: ଇତିହାସ ସୃଷ୍ଟି କଲା କିଟ୍‍ ଲ’ ସ୍କୁଲ୍‍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ୨୦ ।୧୧ : କିଟ୍‍ ଲ’ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ସମ୍ମାନଜନକ ୩୭ତମ ବାର୍‍ କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆ (ବିସିଆଇ) ରାଷ୍ଟ୍ରୀୟ ସର୍ବଭାରତୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ମୁଟ୍‍ କୋର୍ଟ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି । ନଭେମ୍ବର ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ଗୁଜୁରାଟର କର୍ଣ୍ଣାବତୀ ବିଶ୍ୱବିଦ୍ୟାଳୟରେ ଚାଲିଥିବା ଏହି ପ୍ରତିଯୋଗିତାରେ କିଟ୍‍ ଲ ସ୍କୁଲ୍‍ ଛାତ୍ରଛାତ୍ରୀମାନେ ପୁଣି ଥରେ ଶ୍ରେଷ୍ଠତ୍ୱ ବଜାୟ ରଖିବା ସହ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ହାସଲ୍‍ କରିଛନ୍ତି । ତିନିତିନି ଥର ଏହି ସମ୍ମାନଜନକ ପ୍ରତିଯୋଗିତାରେ ବିଜୟ ଲାଭ କରିବାରେ କିଟ୍‍ ପ୍ରଥମ ଘରୋଇ ବିଶ୍ୱବିଦ୍ୟାଳୟ ହେବାର ଗୌରବ ଅର୍ଜନ କରିଛି । ସୂଚନାଯୋଗ୍ୟ, ୨୦୦୭ରେ ପ୍ରତିଷ୍ଠିତ କିଟ୍‍ ଲ ସ୍କୁଲ୍‍ ଦେଶର ଏକ ଅଗ୍ରଣୀ ଲ’ସ୍କୁଲ ଭାବେ ଖ୍ୟାତି ଅର୍ଜନ କରିବା ସହ ଏଭଳି ଉପଲବ୍‍ଧି ଉଲ୍ଲେଖନୀୟ । ଏହା ପୂର୍ବରୁ କିଟ୍‍ ଲ’ ସ୍କୁଲ୍‍ ଦୁଇ ଥର ବାର୍‍ କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆ ନ୍ୟାସ୍‍ନାଲ୍‍ ମୁଟ୍‍ କୋର୍ଟ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ବେଳେ ଏବେ ତୃତୀୟ ଥର ପାଇଁ କିଟ୍‍ ଲ ସ୍କୁଲ୍‍ ଇତିହାସ ରଚିଛି । ଏହି ବିଜୟ ଭବିଷ୍ୟତ ଆଇନଜୀବୀଙ୍କ ଉତ୍ସର୍ଗୀକୃତ ଓ କଠିନ ପରିଶ୍ରମ ତଥା ଦକ୍ଷତାର ପ୍ରମାଣ ଦେବା ସହ କିଟ୍‍ ଲ ସ୍କୁଲ୍‍ର ଗୁଣାତ୍ମକ ଶିକ୍ଷାଦାନ ଏବଂ ଅଧ୍ୟାପକ ଅଧ୍ୟାପିକାଙ୍କ ଉପଯୁକ୍ତ ମାର୍ଗଦର୍ଶନ ପ୍ରତିପାଦିତ କରୁଛି ।
ଏହି ସଫଳତାରେ ସନ୍ତୋଷ ବ୍ୟକ୍ତ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି ତିନିତିନି ଥର ବିସିଆଇ ମୁଟ୍‍ କୋର୍ଟ ପ୍ରତିଯୋଗିତାରେ ଶ୍ରେଷ୍ଠତ୍ୱ ଅର୍ଜନ କରିବା ଭାରତବର୍ଷ ଓ ବିଶେଷ କରି ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ସଫଳତା ପାଇଁ ସେ ବିଜୟୀ ହୋଇଥିବା କିଟ୍‍ ଲ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଛାତ୍ରଛାତ୍ରୀଙ୍କ ସଫଳତା ପରବର୍ତ୍ତୀ ବ୍ୟାଚ୍‍ର ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଓ ପ୍ରୋତ୍ସାହନ ଯୋଗାଇବ ବୋଲି ଶ୍ରୀ ସାମନ୍ତ କହିଛନ୍ତି ।
ସୂଚନାଯୋଗ୍ୟ, ବାର୍‍ କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆ ପକ୍ଷରୁ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ଆନ୍ତଃବିଶ୍ୱବିଦ୍ୟାଳୟସ୍ତରୀୟ ସମ୍ମାନଜନକ ଜାତୀୟ ମୁଟ୍‍ କୋର୍ଟ ପ୍ରତିଯୋଗିତାରେ ବିଭିନ୍ନ ଜାତୀୟସ୍ତରର ଲ’ ସ୍କୁଲ୍‍ ସମେତ ଦେଶର ବହୁ ପ୍ରତିଷ୍ଠିତ ଲ’ ସ୍କୁଲ୍‍ର ପିଲାମାନେ ଅଂଶଗ୍ରହଣ କରିଥାନ୍ତି ।

0
0
0
s2sdefault