ହେଡଲାଇନସ୍:

ଡାବୁଗାଁ ରେ ଶବ ବାହାକ ମହାପ୍ରୟାଣ ନ ଥିବାରୁ ହଟ ହଟା ହେଲେ ମୃତକଙ୍କ ପରିବାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ମେଡିକାଲ ରେ ୫ ଘଣ୍ଟା ଅପେକ୍ଷା ପରେ ଦୁଇଟି ଶବ ବୋହିନେଲା ମହାପ୍ରୟାଣ 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୮/୧୧/୨୪ ମେଡିକାଲ ରେ ମୃତ ଜଣେ ନାବାଳିକା ଝିଅ ର ଶବ ଶବ ବାହକ ମହାପ୍ରୟାଣ ରେ ଗାଁ କୁ ନେବାକୁ ପରିବାର ବର୍ଗଙ୍କୁ ୫ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିବା ବେଳେ ଶବ ନେଇ ଯାଉଥିବା ମହାପ୍ରୟାଣ ରେ ନାବାଳିକା ଝିଅ ର ମୃତ ଦେହ ନେବାକୁ ବାଧ୍ୟ ହୋଇଛନ୍ତି ଜଣେ ଗରିବ ଅସହାୟ ଆଦିବାସୀ ଗଣ୍ଡ ପରିବାର। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ରେ । ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଗଞ୍ଜାପାରା ପଞ୍ଚାୟତ ଅନ୍ତର୍ଗତ କୁସୁମପୁର ଗ୍ରାମ ର କପୁର ଗଣ୍ଡ ଙ୍କ ପରିବାର ଲୋକେ ଆଜି ସୋମବାର ଥିବାରୁ ମହାଦେବ ଙ୍କୁ ଦର୍ଶନ ନିମନ୍ତେ ଡାବୁଗାଁ ବ୍ଲକ ଅନ୍ତର୍ଗତ କେଲିଆ ବାବା ଝାଡେଶ୍ୱର ମନ୍ଦିର କୁ ଆଜି ସକାଳେ ଏକ ଅଟୋ ରେ ଆସିଥିଲେ। ତେବେ କେଲିଆ ମନ୍ଦିର ଦର୍ଶନ ପରେ କପୁର ଗଣ୍ଡ ଙ୍କ ନାବାଳିକା ଝିଅ ବନିତା ଗଣ୍ଡ (୭) ବର୍ଷ ଙ୍କ ଦେହ କୌଣସି କାରଣରୁ ଅସୁସ୍ଥ ହୋଇ ପଡ଼ିଥିଲା। ତୁରନ୍ତ ଝିଅ ବନିତା କୁ ଦିନ ୧୨ ଘଣ୍ଟ ସମୟରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଡାକ୍ତର ସେଠାରେ ବନିତା କୁ ମୃତ ଘୋଷଣା କରିଥିଲେ। ତେବେ ଡାବୁଗାଁ ରୁ ୭୦ କିମି ଦୂର କୁସୁମ ପୁର କୁ ଶବ ନେବା ପାଇଁ ପିତା କପୁର ଗଣ୍ଡ ନାହିଁ ନ ଥିବା ଅସୁବିଧା ଭୋଗିଥିଲେ।ଅସହାୟ ଗରିବ ଆଦିବାସୀ କପୁର ଗଣ୍ଡ ଟଙ୍କା ଅଭାବରୁ ନିଜ ଗ୍ରାମ କୁ ଶବ ନେବା ପାଇଁ ଦୀର୍ଘ ୫ ଘଣ୍ଟା ମେଡିକାଲ ରେ ଅପେକ୍ଷା କରିବା ପରେ ସନ୍ଧ୍ୟା ୫ ଘଣ୍ଟ ସମୟରେ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ମହାପ୍ରଣାୟ ଗାଡି ଆସିଥିଲା।କିନ୍ତୁ ମହାପ୍ରଣାୟ ଗାଡି ରେ ଗୋଟିଏ ଶବ ରହିଥିଲା। ଉମରକୋଟ ଚିକଲ ପଦର ଗ୍ରାମ ର ଜୟ ସିଂ ଲହରା (୫୫) ର ମୃତ ଦେହ ଧରି ଆସିଥିଲା ମହା ପ୍ରଣାୟ।କୌଣସି ଉପାୟ ନ ଥିବାରୁ ସେହି ଶବ ସହ ମହା ପ୍ରଣାୟ ରେ ନିଜ ଝିଅ ର ଶବ ନେଇଥିଲେ କପୁର ଗଣ୍ଡ ।ସୂଚନା ଥାଉ କି ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ବର୍ଷ ଧରି ସେବା ଯୋଗାଇ ଆସୁଥିବା ମହାପ୍ରଣାୟ ଗାଡି କୁ ଗତ ନଭେମ୍ବର ୬ ତାରିଖରେ ଡାବୁଗାଁ ରୁ ଜିଲ୍ଲା ହେଡ କ୍ୱାଟର କୁ ସ୍ଥାନାନ୍ତର କରାଯିବା ପରେ ବିଭିନ୍ନ କାରଣରୁ ମେଡିକାଲ ରେ ମୃତ ବ୍ୟକ୍ତି ର ଶବ ନେବା ପାଇଁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି। ଡାବୁଗାଁ ଥାନା ଅଞ୍ଚଳ ସହ ଝରିଗାଁ, କୋଷାଗୁମୁଡା ଓ ପାପଡ଼ାହାଣ୍ଡି ବ୍ଲକ ର ଲୋକେ ଦୁର୍ଘଟଣା ଜନିତ ମୃତ ପାଇଁ ଡାବୁଗାଁ ଥାନା ଉପରେ ନିର୍ଭର କରୁଥିବା ବେଳେ ଏଠାରେ ଏକ ଶବ ବ୍ୟବଚ୍ଛେଦ କେନ୍ଦ୍ର ରହିଛି। ଯୋ ଦ୍ଵାରା ମୃତ ଲୋକଙ୍କ ଶବ ବ୍ୟବଚ୍ଛେଦ ପରେ ମହା ପ୍ରଣାୟ ରେ ତୁରନ୍ତ ପରିବାର ବର୍ଗ ଙ୍କ ଗାଁ କୁ ଶବ ପହଞ୍ଚାଇ ଦିଆ ଯାଉଥିଲା। କିନ୍ତୁ ଆଦିବାସୀ ବହୁଳ ଡାବୁଗାଁ ଥାନା ଅଞ୍ଚଳ ର ଲୋକଙ୍କୁ ଭୁଆଁ ବୁଲାଇ ଜିଲ୍ଲା ଚିକିତ୍ସାଧିକାରୀ ଡାବୁଗାଁ ଅଞ୍ଚଳ ରୁ ମହା ପ୍ରଣାୟ ଜିଲ୍ଲା ହେଡ଼ କ୍ୱାଟାର କୁ ନେଇଥିବାରୁ ତୁରନ୍ତ ମହା ପ୍ରଣାୟ କୁ ଡାବୁଗାଁ ଫେରାଇ ଆଣିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

0
0
0
s2sdefault