ପାଇକମାଳ ୧୫।୧୧ : ପାଇକମାଳ ଅଞ୍ଚଳରେ ଘଟିଛି ଏକ ଅମାନୁଷିକ ଘଟଣା । ଜଣେ ଯୁବକ ଚାରି ବର୍ଷର ଝିଅ କୁ ଧର୍ଷଣ କରି ସାରି ମାରିଦେଇ ଜଙ୍ଗଲ ରେ ଫୋଫାଡ଼ି ଦେଇ ଥିବା ଘଟଣା ସାମ୍ନା କୁ ଆସିଛି। ପାଇକମାଳ ଥାନା ଅନ୍ତର୍ଗତ ସୋଢା ଗ୍ରାମରେ ଘଟିଛି ଏହି ଭଳି ଏକ ଘଟଣା । ପ୍ରାପ୍ତ ସୂଚନା ଅନୁଯାୟୀ ବୁକୁରାମୁଣ୍ଡା ମହୁଲପାଲି ଗ୍ରାମର ପ୍ରଶାନ୍ତ ବରିହା ତିନି ଦିନ ଆଗରୁ ସୋଢା ଗ୍ରାମର ଉପେନ୍ଦ୍ର ବରିହାଙ୍କ ଘରକୁ ଧାନ କାଟିବା ପାଇଁ ଆସିଥିଲେ । ଘଟଣା ଦିନ ଉପେନ୍ଦ୍ର ଓ ତାଙ୍କ ସାନ ଭାଇ ସାଙ୍ଗରେ ସକାଳୁ ପ୍ରଶାନ୍ତ ବହୁ ମାତ୍ରାରେ ମଦ ପିଇ ଥିଲା । ସେଠୁ ଆସି ଉପେନ୍ଦ୍ରର ଚାରି ବର୍ଷର ଝିଅ ସହ ଆଉ ଦୁଇ ଜଣ ଛୋଟ ପିଲା କୁ ଧରି ମାଛ ମାରି ଯିବା ବୋଲି କହି ନେଇ ଯାଇଥିଲା । ବାଟରୁ ସାଙ୍ଗରେ ଥିବା ଦୁଇ ପିଲାକୁ ଘରକୁ ପଠାଇ ଚାରି ବର୍ଷର ଝିଅକୁ ସୋଢା ଗ୍ରାମର ପଠାରୀ ଡୁଙ୍ଗୁରିକୁ ନେଇଯାଇ ସେଠାରେ ଧର୍ଷଣ କରି ଚାରି ବର୍ଷର କନ୍ୟାକୁ ପଥରରେ ମୁଣ୍ଡକୁ ଛେଚି ମାରିଦେଇ ଜଙ୍ଗଲରେ ପକାଇ ଦେଇଥିଲା । ଝିଅ ନଥିବା ଦେଖି ଘରଲେକ ଖୋଜା ଖୋଜି ଆରମ୍ଭ କରିଥିଲେ । ପ୍ରଶାନ୍ତ କୁ ପଚାରିବାରୁ ମୁଁ ତାକୁ ଅଧା ବାଟରୁ ଘରକୁ ପଠେଇ ଦେଇଥିଲି ବୋଲି କହିଥିଲା । ପରବର୍ତ୍ତୀ ସମୟରେ କଉ ଜାଗାରେ ଛାଡିଲୁ ବୋଲି ବାରମ୍ବାର ପଚାରିବାରୁ ପ୍ରଶାନ୍ତ ଉତ୍ତରରେ ତାଳ ମେଲ ନ ରହିବାରୁ ତାକୁ ଚାଲ କଉଠୁ ଛାଡ଼ିଛୁ ଦେଖେଇବୁ ବୋଲି ଗାଁ ଲୋକ ନେଇ କି ଯାଇଥିଲେ । କିଛି ସମୟ ଲୋକଙ୍କୁ ଏପଟ ସେପଟ ବୁଲେଇବା ପରେ ଘଟଣା ସ୍ଥଳକୁ ନେଇ ଦେଖାଇ ଥିଲା ପ୍ରଶାନ୍ତ
। ପରେ ସ୍ଥାନୀୟ ସରପଞ୍ଚ ଦିଲ୍ଲୀପ ବେହେରା ଘଟଣା ବିଷୟରେ ଜାଣି ପାଇକମାଳ ଥାନାକୁ ଖବର ଦିଆଯାଇଥିଲା । ଖବର ପାଇ ପ୍ରଥମେ ପାଇକମାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରଶାନ୍ତ କୁ ପାଇକମାଳ ଥାନାକୁ ଆଣିଥିଲା । ପରେ ପଦ୍ମପୁର , ଜଗଦଲପୁର,ଝାରବନ୍ଧ ଥାନା ଅଧିକାରୀ ଙ୍କ ସହ ପଦ୍ମପୁର SDPO ଭିଭୂତି ଭୂଷଣ ଭୋଇ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ବରଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟୀ ମୀନା , asp ଶ୍ରୀ ମିଶ୍ର ଓ ସାଇନଟିଫିକ୍ ଟିମ୍ ପହଞ୍ଚି ଘଟଣା ର ତଦନ୍ତ କରିଥିଲେ । ଏନେଇ ପାଇକମାଳ ଥାନାରେ କେଶ ସଂଖ୍ୟା ୨୮୮/୨୪ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜରିରହିଛି ଏବଂ ପ୍ରାଥମିକ ତଦନ୍ତ ସରିବା ପରେ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ କୁ ପଠାଯାଇଛି ବୋଲି ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ଭୋଇ ସୂଚନା ଦେଇଛନ୍ତି ।
ରାଜ୍ୟ
ପାଇକମାଳ ଅଂଚଳରେ ଘଟିଲା ଅମାନୁଷିକ ଘଟଣା, ଚାରି ବର୍ଷର ଝିଅକୁ ଧର୍ଷଣ କରି ମାରିଦେଇ ଜଙ୍ଗଲରେ ଫିଙ୍ଗି ଦେଲା ଜଣେ ଯୁବକ
- Hits: 480